ଏଆଇଡିଏସଓ ପକ୍ଷରୁ ସର୍ବଭାରତୀୟ ସଂହତି ଦିବସ ପାଳିତ

0
69

ବ୍ରହ୍ମପୁର, ୦୬/୦୪/୨୦୨୩; ପଞ୍ଜାବୀ ବିଶ୍ୱବିଦ୍ୟାଳୟ, ପଟିଆଲାକୁ ଋଣମୁକ୍ତ କରିବା ସହ ସରକାରୀ ଅନୁଦାନ ବୃଦ୍ଧି କରିବା, ସମସ୍ତ ଶିକ୍ଷାନୁଷ୍ଠାନରେ ସ୍ଥାୟୀ ଭିଭିରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ, ଅଧ୍ୟାପକ, ଶିକ୍ଷା କର୍ମଚାରୀ ନିଯୁକ୍ତି ଦେବା, ଶିକ୍ଷା କ୍ଷେତ୍ରରେ ଫିସ ବୃଦ୍ଧି ବନ୍ଦ କରିବା ତଥା ଏନସିଇଆରଟି ଦ୍ଵାରା ଦଶମ ଓ ଦ୍ଵାଦଶ ପାଠ୍ୟପୁସ୍ତକରେ କରାଯାଉଥ‌ିବା ଅଗଣତାନ୍ତ୍ରିକ ଓ ମନଇଚ୍ଛା ପରିବର୍ତ୍ତନକୁ ବନ୍ଦ କରିବା ଦାବିରେ ତଥା ପଞ୍ଜାବୀ ବିଶ୍ୱବିଦ୍ୟାଳୟରେ ଆନ୍ଦୋଳନରତ ଛାତ୍ର ଶିକ୍ଷକ ମାନଙ୍କ ସମର୍ଥନରେ ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ ସମ୍ମୁଖରେ ଏଆଇଡିଏସଓ, ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ସର୍ବଭାରତୀୟ ସଂହତି ଦିବସ ପାଳନ କରାଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ଏଆଇଡିଏସଓ ଗଞ୍ଜାମ ଜିଲ୍ଲା ସଭାପତି ନିମାଇଁ ଚରଣ ସାହୁ, ସମ୍ପାଦକ ନାରାୟଣ ସାହୁ, ଜିଲ୍ଲା କମିଟି ସଦସ୍ୟ କିସାନ କୁମାର ସାହୁ, କାମରାଜ ସାହୁ, ଶୁଭସ୍ମିତା ପାଣିଗ୍ରାହି ପ୍ରମୁଖ ସଂହତି ଦିବସ ସ୍ଥଳରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଶିକ୍ଷା ଧ୍ୱଂସକାରୀ ଜାତୀୟ ଶିକ୍ଷା ନୀତି- ୨୦୨୦ ଲାଗୁ କରିବାକୁ ଯାଇ ସରକାର ସମସ୍ତ ଶିକ୍ଷା ବିରୋଧୀ ଓ ଛାତ୍ର ବିରୋଧୀ ପଦକ୍ଷେପମାନ ଗ୍ରହଣ କରୁଛନ୍ତି ବୋଲି ବକ୍ତା ମାନେ କହିବା ସହ ଆଗାମୀ ଦିନରେ ଶିକ୍ଷାକୁ ରକ୍ଷା କରିବା ପାଇଁ ସର୍ବସ୍ତରର ଜନଗଣ ଆଗେଇ ଆସିବାକୁ ଆହ୍ବାନ
ଦେଇଥିଲେ ।

LEAVE A REPLY

Please enter your comment!
Please enter your name here