ବ୍ରହ୍ମପୁର,୧୫/୦୪/୨୦୨୩:କନିଷି ତହସିଲଦାର ତଥା ଉପ ନିବନ୍ଧକ ଗତ ୧୩ ତାରିଖରେ ଏକ ରାତି ଅଧିଆ ନୋଟିସ ଜାରି କରି କୋୖଣସି ବ୍ୟକ୍ତି ବିଶେଷଙ୍କ ସହ ପ୍ରାକ୍ ଆଲୋଚନା ନକରି ଓ ଉପରିସ୍ଥ ଜିଲ୍ଲା ଅଧିକାରୀଙ୍କ ଠାରୁ କୋୖଣସି ଅନୁମତି ନଆଣି ମନମୁଖୀ ଶାସନରେ ଆସନ୍ତା ୧୫ ତାରିଖରେ ସ୍ଥାନାନ୍ତରିତ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହାକୁ ବିରୋଧ କରି ସ୍ଥାନୀୟ ଜନସାଧାରଣ ଓ ଦଲିଲ ଲେଖକଙ୍କ ସମଷ୍ଟିରେ ଉପ ନିବନ୍ଧକଙ୍କ ମନମୁଖୀ ନିଷ୍ପତ୍ତି ବିରୋଧରେ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା କରାଯିବା ସହିତ ଶତାଧିକ ଲୋକଙ୍କ ଦସ୍ତଖତ ଥାଇ ଏକ ଦାବିପତ୍ର ଜିଲାପାଳ, ଜିଲ୍ଲା ନିବନ୍ଧକ ଗଞ୍ଜାମ, ଆଇଜିଆର୍ ଓଡ଼ିଶା ଓ ଶାଶନ ସଚିବ ରାଜସ୍ବ ବିଭାଗକୁ ଉଦ୍ଦେଶ୍ୟରେ ଦେଇ ତାହା ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଦାବି କରିଥିଲେ ।ପୂର୍ବରୁ ବୁଦ୍ଧିଜୀବି, ଜନସାଧାରଣ ଓ ଦଲିଲ ଲେଖକଙ୍କ ସହ ଆଲୋଚନା ଓ ଆପୋଷ ବୁଝାମଣା ଓ ସର୍ବନିମ୍ନ ୧୫ ଦିନ ଆଗରୁ ନୋଟିସ ଜାରି କରିବା କଥା, ଯାହାଦ୍ଵାରା ସର୍ବସାଧାରଣ ଅବଗତ ହେବାସହ ଦଲିଲ ଲେଖାଳି ମାନେ ମଧ୍ୟ ନୂତନ ଉପ ନିବନ୍ଧକଙ୍କ କାର୍ଯ୍ୟାଳୟ ପାଖରେ ନିଜ ନିଜର ସୁବିଧା ମୁତାବକ ଘର ଭଡ଼ା ନେଇ ନିଜର କାର୍ଯ୍ୟାଳୟ/ଚେମ୍ବର ଖୋଲି ପଞ୍ଜିକରଣ ପାଇଁ ଆସୁଥିବା କ୍ରେତା ଓ ବିକ୍ରେତାଙ୍କ ସୁବିଧା ଓ ଅସୁବିଧା ମେଣ୍ଟାଇ ପାରିଥାନ୍ତେ । ଏହାବ୍ୟତୀତ ନିବନ୍ଧକ କାର୍ଯ୍ୟାଳୟ ତରଫରୁ ମଧ୍ୟ ଦଲିଲ ଲେଖକଙ୍କ ଦୈନନ୍ଦିନ କାର୍ଯ୍ୟରେ ବାଧା ନଉପୁଜିବା ଉଦ୍ଦେଶ୍ୟରେ କାର୍ଯ୍ୟାଳୟ ସ୍ଥଳରେ ଜାଗା ଓ ମୈଉଳିକ ସୁବିଧା ଯୋଗାଇଦେବର ଆବଶ୍ୟକତା ରହିଛି । ତେଣୁ ନୀତି ଓ ନୈତିକତା ଦୃଷ୍ଟିରୁ ଆସନ୍ତା ୧୫ ତାରିଖରେ ତରବରିଆ ଭାବେ କାର୍ଯ୍ୟାଳୟ ସ୍ଥାନାନ୍ତରିତ ପ୍ରକିୟା ନିଷ୍ପତ୍ତିକୁ ପ୍ରତ୍ୟାହାର କରାଯାଉ ଓ ସମସ୍ତ ପକ୍ଷଙ୍କ ସହିତ ଆପୋଷ ଆଲୋଚନା ଓ ବୁଝାମଣା କରି ଯେମିତି କାହାର କିଛି ଅସୁବିଧା ଓ କ୍ଷତି ନହେବ ତାହାକୁ ଗୁରୁତ୍ବ ଦେଇ ସ୍ଥାନାନ୍ତରିତ କରାଯାଉ । ବିଶେଷ ସୂତ୍ରରୁ ପ୍ରକାଶ ଯେ, ଉପ ନିବନ୍ଧକ ମହାଶୟ ଆଜି ଅର୍ଥାତ୍ ୧୭ ତାରିଖରେ ଜିଲ୍ଲା ଉପ ନିବନ୍ଧକଙ୍କୁ ଚିଠି କରିଥିବା ବେଳେ ଉପରିସ୍ଥ ଅଧିକାରୀଙ୍କ ଅନୁମତି ନଥାଇ କେଉଁ କାରଣରୁ ସିଏ ୧୩ ତାରିଖର ଚିଠିରେ ଦସ୍ତଖତ କରି ୧୫ ତାରିଖରେ ତରବରିଆ ଭାବରେ ସ୍ଥାନାନ୍ତରିତ ନିଷ୍ପତ୍ତି ନେଇଥିଲେ ତାହା ଆଶ୍ଚର୍ଯ୍ୟଜନକ ଓ ତଦନ୍ତ ସାପେକ୍ଷ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଏତଦ୍ ବ୍ୟତୀତ ହଳଦିଆପଦର ବସଷ୍ଟାଣ୍ଡରେ ଅସ୍ଥାୟୀ ଭାବରେ ଉପ ନିବନ୍ଧକଙ୍କ କାର୍ଯ୍ୟାଳୟ ଚାଲୁ ରଖିବା ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ, ରାଜ୍ୟ ଟ୍ରାନ୍ସପୋର୍ଟ ଅଥରିଟି ଓ ବିଡ଼ିଏ ବ୍ରହ୍ମପୁରଙ୍କ ଠାରୁ ପ୍ରାକ୍ ସରକାରୀ ଅନୁମତି ଆଣିଛନ୍ତି ନା ନାହିଁ ତାହା ମଧ୍ୟ ସନ୍ଦେହଜନକ ନା ବେଆଇନ ଭାବେ କବଜା୍ କରି କାର୍ଯ୍ୟାଳୟ ସ୍ଥାନାନ୍ତରିତ କରିବା ନିଷ୍ପତ୍ତି ନେଇଥିଲେ ତାହା ମଧ୍ୟ ତଦନ୍ତ ସାପେକ୍ଷ ।
Home ବ୍ରହ୍ମପୁର ସ୍ପେଶାଳ କନିଷି ଉପ ନିବନ୍ଧକଙ୍କ କାର୍ଯ୍ୟାଳୟ ଅଚାନକ ହଳଦିଆପଦର ବସଷ୍ଟାଣ୍ଡ କୁ ସ୍ଥାନାନ୍ତରକୁ ଜନସାଧାରଣ ଓ ଦଲିଲ...