ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ପଞ୍ଚମ ସନ୍ଧ୍ୟା ରେ ନାଟକ”ଚାଖି ଖୁଣ୍ଟିଆ” ବଖାଣିଲା ବିପ୍ଲବୀ ଓଡ଼ିଆ ପୁଅର ଗାଥା

0
114

ବ୍ରହ୍ମପୁର,୦୮/୦୫/୨୦୨୩:ତାଙ୍କ ପ୍ରକୃତ ନାମ ଚନ୍ଦନ ହଜୁର । ସାରା ଭାରତବର୍ଷ ରେ ସେ ଚାଖି ଖୁଣ୍ଟିଆ ଭାବେ ପରିଚିତ । ସେ ଜଣେ ଯୋଦ୍ଧା ଓ ମଲ୍ଲ ବୀର । ଝାନ୍ସିରାଣୀ ଲକ୍ଷ୍ମୀବାଇଙ୍କ ଡ଼ାକରାରେ ୧୮୫୭ ସିପାହୀ ବିଦ୍ରୋହରେ ସେ ଯୋଗଦେଇଥିଲେ । ଝାଂସିରେ ଅନେକ ଜଗନ୍ନାଥ ଭକ୍ତଙ୍କ ଏକତ୍ରିତ କରି ସେ ଇଂରେଜ ମାନଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଥିଲେ । ଯୁଦ୍ଧ ରେ ବନ୍ଦୀ ହୋଇ ଗୟା ଜେଲରେ ରହି ୧୮୫୭ ମସିହାରେ ଜେଲରୁ ମୁକୁଳି ପରବର୍ତ୍ତୀ ଜୀବନ ପୁରୀରେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ନିଜକୁ ସମର୍ପି ସେ ଅନେକ କାଳଜୟୀ ଭଜନ ରଚନା କରିଥିଲେ ।୧୮୭୦ ମସିହାରେ ପୁରୀରେ ଏହି ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ଦେହାଵସାନ ହୋଇଥିଲା । ଚାଖି ଖୁଣ୍ଟିଆ ଭଳି ଜଣେ ଓଡ଼ିଆ ବିପ୍ଲବୀଙ୍କ ଗାଥା ବଖାଣିଛି ସୋମବାର ବ୍ରହ୍ମପୁର ବିଜୁ ପଟ୍ଟନାୟକ ସଂସ୍କୃତି ଭବନରେ ଚାଲିଥିବା ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ରେ ପରିବେଷିତ ନାଟକ”ଚାଖି ଖୁଣ୍ଟିଆ” । ଭୁବନେଶ୍ୱର ପଞ୍ଚମବେଦ ନାଟ୍ୟସଂସ୍ଥା ତରଫରୁ ପରିବେଷିତ ଏହି ନାଟକକୁ ପଦ୍ମଶ୍ରୀ ରଜତ କର ରଚନା କରିଥିବା ବେଳେ ପ୍ରକାଶ ମହାରଣା ନିର୍ଦ୍ଦେଶନା ଦେଇଥିଲେ । ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ହରେନ ସାହୁ ନାଟକର ଦିଗଦର୍ଶକ ରହିଥିବା ବେଳେ ସଂଗୀତରେ ବିନୟ ଦାସ,ମଞ୍ଚ ପରିକଳ୍ପନା ବିଜୟନ୍ତ ଦାସ, ମଞ୍ଚ ପରିଚାଳନା ସୁରେନ୍ଦ୍ର ନାଥ ଗୌଡ଼, ଅଭିମନ୍ୟୁ ସେଠୀ, ଆଲୋକରେ ଶବର ନାୟକ,ନୃତ୍ୟ ନିର୍ଦ୍ଦେଶନାରେ ରୁବୀ ହାତୀ ପ୍ରମୁଖ ରହିଥିବା ବେଳେ ଅଚ୍ୟୁତାନନ୍ଦ ମୁଦୁଲି ଓ ସାସ୍ବତ ସତ୍ୟପ୍ରକାଶ ରଥ ନିର୍ଦ୍ଦେଶନାରେ ସହଯୋଗ କରିଥିଲେ । ନାଟକ ପୂର୍ବରୁ ଆୟୋଜିତ ଚତୁର୍ଥ ସନ୍ଧ୍ୟାରେ ମହୋତ୍ସବ କମିଟିର ଉପାଧ୍ୟକ୍ଷ ନାରାୟଣ ମହାଙ୍କୁଡ଼ଙ୍କ ସଭାପତିତ୍ୱରେ ସଭାରେ ଓଡିଶା ନାଟ୍ୟସଂଘର ସଭାପତି ତଥା ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ହରେନ ସାହୁ ମୂଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ନାଟ୍ୟଶ୍ରୀ ଫାଉଣ୍ଡେସନର ସଭାପତି ଭବାନୀ ଶଙ୍କର ମିଶ୍ର ଏବଂ ଗଞ୍ଜାମ ଜିଲ୍ଲା ହୋଟେଲ ସଂଘ ସଭାପତି ଉମାଚରଣ ପାଣିଗ୍ରାହୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । କୈଳାସ ପାଣିଗ୍ରାହୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଆରତୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ରେ ଅନୁଷ୍ଠାନର ଉପଦେଷ୍ଟା ରାଜୁ ପାଢ଼ୀ,ସଭାପତି ଅନିଲ ପାତ୍ର, ସାଧାରଣ ସମ୍ପାଦକ ସାପା ସୀମାଦ୍ରୀ,ସମ୍ପାଦକ ଶଙ୍କର୍ଷଣ ସାବତ, ମହୋତ୍ସବ କମିଟି ଅଧକ୍ଷ ଡ଼. ମିହିର ତ୍ରିପାଠୀ, ନାଟ୍ୟ ନିର୍ଦ୍ଦେଶକ ପାଢ଼ୀ,ରବୀନ୍ଦ୍ର ନାୟକ,ବେବି ହାଲଦାର,କାଳିଆ,କାମେଶ୍ୱର ରାଉଳ,ଦୀପକ,ସୁନୀଲ,ମୁନା,
ନଳିନୀ ଗୌଡ଼ ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here