ବ୍ରହ୍ମପୁର,୧୩/୦୫/୨୦୨୩:ଆଜି ଜିଲ୍ଲା କୋର୍ଟ ପରିସର ବ୍ରହ୍ମପୁର ରେ ୨୦୨୩ ମସିହା ର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆୟୋଜିତ ହୋଇ ୧୨୭୭ ଟି ମାମଲା ର ଅଶୁସମାଧାନ ହୋଇ ମୋଟ ୮,୨୧,୬୫,୮୮୦.୦୦ ଟଙ୍କା ପ୍ରଦାନ କରିବା ପାଇଁ ଆଦେଶ କରାଯାଇଛି।ମୋଟର ଜାତୀୟ ଆଇନ ସେବା ପ୍ରାଧ୍ଵକରଣ ର ନିର୍ଦେଶ ଅନୁସାରେ ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ କଟକ ସହ ଯୋଗଗୋଗ ରେ ଗଞ୍ଜାମ ଆଇନ ସେବା ପ୍ରାଧ୍ଵକରଣ ପକ୍ଷ ରୁ ୨୦୨୩ ର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ପକ୍ଷ ଙ୍କ ବ୍ୟକ୍ତିଗତ ଉପସ୍ଥିତି ରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ଲୋକ ଅଦାଲତ ରେ ୪ ଟି ବେଞ୍ଚ ର ଆୟୋଜନ କରଯାଇଥିଲା। ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧ୍ଵକରଣ ର ଅଧ୍ୟକ୍ଷ
ଶ୍ରୀ ଆନନ୍ଦ ଚନ୍ଦ୍ର ବେହେରା ଙ୍କ ତତ୍ତ୍ଵାବଧାନ ରେ ଆୟୋଜିତ ଲୋକ ଅଦାଲତ ରେ ୮୪ ଟି ମୋଟର ଯାନ ଦୁର୍ଘଟଣା ଜନିତ ମାମଲାର ଆପୋସ ବୁଝାମଣା ମାଧ୍ୟମ ରେ ସମାଧାନ କରି କ୍ଷତିପୂରଣ ବାବଦ କୁ ବୀମା କମ୍ପାନି ଗୁଡିକୁ ମୋଟ ୪,୯୪,୩୨,୦୦୦ ଟଙ୍କା ପ୍ରଦାନ କରିବା ପାଇଁ ଆଦେଶ କରିଥିବା ବେଳେ୨୭ ଟି ଏନ ଆଇ ଆକ୍ଟ କେସ୍ ହୋଇ ୭୪,୯୨,୫୪୬ ଟଙ୍କା ର ପୁନଃଉଦ୍ଧାର ହୋଇଥିଲା। ମୋଟ ୪୪ ଟି ବିବାହ ସମ୍ପର୍କିତ ମାମଲା ର ଆପୋସ ବୁଝାମଣା ମାଧ୍ୟମରେ ସମାଧାନ ହୋଇଯାଇଛି।
ବ୍ୟାଙ୍କ କେସ ର ସମାଧାନ ହୋଇ ମୋଟ ୨୨୧ ବ୍ୟାଙ୍କ କେସ୍ ର ସମାଧାନ ହୋଇ ମୋଟ ୨୨, ୭୪,୭୩୨ ଟଙ୍କା ଆଦାୟ କରାଯାଇଛି। ଅନ୍ୟାନ୍ୟ ଦେୱାନି ମାମଲା ୪୪ ସମାଧାନ ହୋଇ ମୋଟ ୯,୧୬,୬୦୨ ଟଙ୍କା ଆଦାୟ କରାଯାଇଛି।ମୋଟ ୮୦୭ ଟି ଅନ୍ୟାନ୍ୟ ଫୌଜଦାରୀ ମାମଲା ର ସମାଧାନ ହୋଇ ୨୦,୦୦,୦୦୦ ଟଙ୍କା ଆଦାୟ କରାଯାଇଛି।ମୋଟ ୧୭ ଟି କ୍ରିମିନାଲ କମ୍ପାଉଣ୍ଡ କେସର ସମାଧାନ ହୋଇ ମୋଟ ୧,୫୦,୦୦୦ ଟଙ୍କା ଆଦାୟ କରଯାଇଥିଲା । ଉକ୍ତ ଲୋକ ଅଦାଲତରେ ଜିଲ୍ଲା ଓ ଦୌରା ଜଜ ଶ୍ରୀ ଆନନ୍ଦ ଚନ୍ଦ୍ର ବେହେରା, ମେମ୍ବର ୨ୟ ଏମ ଏ ସି ଟି ଶ୍ରୀ ରାମ ଶଙ୍କର ହୋତା, ପ୍ରଥମ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ, ଡାଃ ଇନ୍ଦୁ ଶର୍ମା, ୩ୟ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ, ରାଜ କୁମାର ଦାଶ ମୋଟର ଦୁର୍ଘଟଣା ସମ୍ବନ୍ଧୀୟ ମକଦମା ସମାଧାନ ରେ ଅଂଶ ଗ୍ରହଣ କରିଥିଲେ। ରେଜିଷ୍ଟାର ସିଭିଲ କୋର୍ଟ ବ୍ରହ୍ମପୁର ଶ୍ରୀ ସୁଶାନ୍ତ କୁମାର ମିଶ୍ର ଉକ୍ତ ଲୋକ ଅଦାଲତ ର ସୁପରିଚାଳନ କରିଥିଲେ। ଉକ୍ତ ଲୋକ ଅଦାଲତ ରେ ବ୍ରହ୍ମପୁର କୋର୍ଟ ର ସମସ୍ତ ବିଚାରପତି ଏବଂ ଆଇନଜୀବୀ ଅଂଶ ଗ୍ରହଣ କରିଥିଲେ।