ବ୍ରହ୍ମପୁର,୧୩/୦୫/୨୦୨୩ : ସଦ୍ୟ ପ୍ରକାଶିତ ସି. ବି.ଏସ. ଇ,ଦଶମ ଶ୍ରେଣୀ ପରୀକ୍ଷା ଫଳାଫଳରେ ବ୍ରହ୍ମପୁର ଲାଞ୍ଜିପଲି ରାଜପଥ ପାର୍ଶ୍ବରେ ଥିବା ଅକ୍ସଫୋର୍ଡ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ପୂର୍ବବର୍ଷ ଭଳି ଶତ ପ୍ରତିଶତ ଫଳାଫଳ ଦେଇ ଅନୁଷ୍ଠାନର ଗୌରବକୁ ଦ୍ଵିଗୁଣିତ କରିଛନ୍ତି । ଚଳିତ ଫଳାଫଳରେ ଅନୁଷ୍ଠାନର ଅରୋ ପ୍ରକାଶ ପାଢ଼ୀ ୯୫.୨% ରଖି ପ୍ରଥମ , ରିଶିତା ପାଢ଼ୀ ୯୪.୪ ରଖି ଦ୍ଵିତୀୟ ଚନ୍ଦ୍ର ଶେଖର ମିଶ୍ର ୯୩.୬ ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।ଏହି ସଫଳତାରେ ଖୁସି ପ୍ରକାଶ କରି ଅନୁଷ୍ଠାନର ନିର୍ଦେଶକ ଇଂ. ଅଶୋକ କୁମାର ପାଳ ସମସ୍ତ ଶିଶୁ ତଥା ସେମାନଙ୍କ ଅଭିଭାବକ ଅଭିଭାବକଙ୍କୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରି ଆଗାମୀ ଦିନ ମାନଙ୍କରେ ଅନୁଷ୍ଠାନର ଶୈକ୍ଷିକ ମାନ ବୃଦ୍ଧି କରିବାର ସଂକଳ୍ପ ନେଇଛନ୍ତି ।ଏହି ସଫଳତା ପାଇଁ ଅନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ଦଶମ ଶ୍ରେଣୀ ଶିକ୍ଷାଦାନ କରୁଥିବା ପି. ସରିତା, ସସ୍ମିତା ମିଶ୍ର, ପି. ଭେଙ୍କଟସ୍ୱରଲୁ, ରୁନାଲ ବେହେରା, ଜି. ଭୁବନେଶ, ରାଜୀବ ପଟ୍ଟନାୟକ, କସ୍ତୁରୀ ମିଶ୍ର, ସ୍ବପ୍ନା ରାଣୀ ପାତ୍ର , ଶୁଭାଶିଷ ନନ୍ଦ, ଅନନ୍ତ ପଣ୍ଡାଙ୍କୁ ଆନ୍ତରିକ ସାଧୁବାଦ ଜଣାଇଛନ୍ତି ।