ବ୍ରହ୍ମପୁର, ୧୩/୦୫/୨୦୨୩:ଆଜି ସହର ଉପକଣ୍ଠ ପାଲୁର ହିଲ୍ ସ୍ଥିତ ନିଷ୍ଟ ଇଞ୍ଜିନିୟରିଂ କଲେଜ କୁ ୟୁନିଭରସିଟ କରିବା ପୂର୍ବରୁ ବୁର୍ଲା ସ୍ଥିତ ଭିଏସଏସୟୁଟି ର କୁଳପତି ପ୍ରଫେସର ବଂଶୀଧର ମାଝି, ଉଚ୍ଚ ଶିକ୍ଷା ବିଭାଗ ସ୍ପେଶାଲ ସେକ୍ରେଟାରୀ ଶ୍ରୀ ବିରେନ୍ଦ୍ର କୋରକରା, ପ୍ରଫେସର ପି.କେ ପରିଡା ଙ୍କୁ ନେଇ ଏକ ଟିମ୍ ଅନୁଷ୍ଠାନ ତଦାରଖ ପାଇଁ ଆସିଥିଲେ ।ଅନେକ ଟ୍ରଷ୍ଟି ମାନଙ୍କୁ ନ ଜଣାଇବା ସହ ସହମତି ନ ନେଇ ଏବଂ ଟ୍ରଷ୍ଟି ମାନଙ୍କର ପୁର୍ବରୁ ଲିଖିତ ବିରୋଧ ସତ୍ବେ ଏ ଟିମ ପରିଦର୍ଶନ ପାଇଁ ଆସିଥିବାରୁ କର୍ମଚାରୀମାନେ କଲେଜ ଗେଟ୍ ସମ୍ମୁଖରେ ବ୍ଯାନର ପ୍ଲାକାର୍ଡ ଧରି ପ୍ରତିବାଦ କରିଥିଲେ । କର୍ମଚାରୀ ମାନେ ତଦାରଖ ଅଫିସର ମାନଙ୍କୁ ଦାବିପତ୍ର ପ୍ରଦାନ ପାଇଁ ଉଦ୍ୟମ କରିଥିଲେ ମଧ୍ଯ କଲେଜ ଫାଟକରେ ଅବରୋଧ କରାଯାଇଥିଲା ।ଅନ୍ଯାୟ ଭାବରେ ବହିଷ୍କାର କରାଯାଇଥିବା କର୍ମଚାରୀଙ୍କୁ ପୁନର୍ବାର ନିଯୁକ୍ତି,ସମସ୍ତ କର୍ମଚାରୀଙ୍କୁ ଏ.ଆଇ.ସି.ଟି.ଇ ଗାଇଡଲାଇନ ଅନୁଯାୟୀ ଦରମା ପ୍ରଦାନ, ଅନୁଷ୍ଠାନ ର ଅର୍ଥ ହେରାଫେରୀ ବନ୍ଦ କରିବା ଓ ଘୋର ଛାତ୍ର ଅଶାନ୍ତି ଲାଗି ରହିଥିବା ସମୟରେ ନିଷ୍ଟ କୁ ବିଶ୍ବ ବିଦ୍ଯାଳୟ କରିବା ପଛରେ କି ଚେୟାରମ୍ୟାନ ଙ୍କ କି ଉଦ୍ଦେଶ୍ଯ ରହିଛି ବୋଲି ପ୍ରତିକ୍ରିୟା ପ୍ରକାଶ କରିଥିଲେ।ଏହି ପ୍ରତିବାଦ କୁ ନେତ୍ରୁତ୍ବ ନେଇଥିଲେ ବିଶ୍ବଜିତ ନାୟକ,ଟୁନା ବେହେରା,ସୁବ୍ରତ ମହାନ୍ତି ଇତ୍ୟାଦି ଅନେକ କର୍ମଚାରୀ ମାନେ ।
Home ବ୍ରହ୍ମପୁର ସ୍ପେଶାଳ ନିଷ୍ଟ ଇଞ୍ଜିନିୟରିଂ କଲେଜ ର ଟ୍ରଷ୍ଟି ଓ ବହିଷ୍କାର କରାଯାଇ ଥିବା କର୍ମଚାରୀ ମାନଙ୍କ ପ୍ରତିବାଦ