ବ୍ରହ୍ମପୁର,୧୫/୦୫/୨୦୨୩:ସ୍ଥାନୀୟ,ଗାନ୍ଧୀନଗର- ୩ୟ ଲାଇନ ସ୍ଥିତ ଯୋଗଧାମ ଙ୍କ ଆନୁକୁଲ୍ୟରେ ଏକ ୮ ଦିନ ବ୍ୟାପି ଶିଶୁ ବ୍ୟକ୍ତିତ୍ବ ବିକାଶ ଶିବିର ଆୟୋଜିତ ହୋଇଯାଇଛି। ବିଶିଷ୍ଟ ଯୋଗାଚାର୍ଯ୍ୟ ତଥା ଯୋଗଧାମ ସଭାପତି ସ୍ବାମୀ ଶ୍ରୀ କୃଷ୍ଣ ଗୋପାଳ ଦାସ ଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଦ୍ୟାଳୟ ର ୭୩ ଶିଶୁ ପ୍ରଶିକ୍ଷଣ ପ୍ରାପ୍ତ କରିଥିଲେ। କାର୍ଯ୍ୟ କ୍ରମ ରେ ଯୋଗଆସନ, ପ୍ରାଣାୟାମ, ଧ୍ୟାନ, ତ୍ରାଟକ, ଗୀତା ଓ ମନ୍ତ୍ର ପାଠ, ଦେଶାତ୍ମବୋଧ ସଙ୍ଗୀତ ଓ ଭଜନ, ସୃଜନଶୀଳତା, ଏକ୍ସଟମ୍ପୋର, ସ୍ୱାଧ୍ୟାୟ, ଯୋଗନିଦ୍ରା, ଆନନ୍ଦ ସମ୍ମେଳନ, ଯୋଗକ୍ରୀଡା ଆଦି ସୋପାନ ମାଧ୍ୟମ ରେ କୌଶଳ ପ୍ରଶିକ୍ଷଣ କରଯାଇଥିଲା। ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ର କୁଳପତି ଶ୍ରୀ ପ୍ରଫୁଲ୍ଲ ମହାନ୍ତି, ସାଇବର କ୍ରାଇମ ଓଆଇସି ଶ୍ରୀ ଅବିନାଶ ରେଡ୍ଡୀ, ଡଃ ସୁବାସ ସାବତ, କେ ବିଜୟ ଭାସ୍କର, ସତ୍ୟସ୍ବରୂପା, ଶିଳ୍ପୀ ରାଜକୁମାର, ଶ୍ରୀ ସତ୍ୟମହାରଣା ଆଦି ଶିକ୍ଷାଦାନ ରେ ସହଯୋଗ କରିଥିଲେ। ଶନିବାର ଶିବିରାର୍ଥି ସବୁ ଗୋପାଳପୁର ବେଳାଭୁମି ରେ ଯୋଗାଭ୍ୟାସ, କନିସି ରେ କାରଖାନା ପରିଦର୍ଶନ କଲେ। ଏଥିରେ ୨୦ ରୁ ଉର୍ଦ୍ଧ ଯୁବ ସ୍ଵେଚ୍ଛାସେବୀ ସମ୍ପୂର୍ଣ ସହଯୋଗ ଦେଇଥିଲେ।ଆଜି ସନ୍ଧ୍ୟା ରେ ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ,ମେୟର ଶ୍ରୀମତୀ ସଂଘମିତ୍ରା ଦଳାଇ; ମୁଖ୍ୟ ବକ୍ତା ଡଃ ସୁନିଲ କୋଟା,ଶିକ୍ଷା ବିକାଶ ସଭାପତି ଶ୍ରୀ ତାରା ପ୍ରସାଦ ଦାସ ରହି ମାର୍ଗ ଦର୍ଶନ କରିବା ସହିତ ମାନପତ୍ର, ପୁରସ୍କାର ପ୍ରଦାନ କରିଥିଲେ। ବ୍ୟକ୍ତିତ୍ବ ବିକାଶ ମାଧ୍ୟମ ରେ ଉତ୍ତମ ସମାଜ ଗଠନ ଲକ୍ଷ ନେଇ ଯୋଗଧାମ ଙ୍କ ଅଭିନବ ପ୍ରୟାସ କୁ ଅଭିଭାବକ ମହଲରୁ ସାଧୁବାଦ ଜ୍ଞାପନ କଲେ।