ବୁଗୁଡା,୧୪/୦୫/୨୦୨୩ ବୁଗୁଡା ପିପୁଲସ କଲେଜ ଆଇ.ଆର.ପି.ଏମ. ବିଭାଗ ପକ୍ଷରୁ ମଇ ୧୪ ତାରିଖ ଦିନ ବୁଦ୍ଧଖୋଲରେ ତୃତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ବିଦାୟ କାଳୀନ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ବିଦାୟ କାଳୀନ ସଭାରେ କଲେଜର ପ୍ରିନ୍ସପାଲ ହରିକୃଷ୍ଣ ନାୟକ ଅଧ୍ୟକ୍ଷତା କରିଥିଲେ। ଅତିଥି ଭାବେ ପଦାର୍ଥ ବିଜ୍ଞାନ ଅଧ୍ୟାପକ ସୁଶାନ୍ତ କୁମାର ସାହୁ, ବିଭାଗର ଅବସରପ୍ରାପ୍ତ ଅଧ୍ୟାପକ ପ୍ରଭଞ୍ଜନ ମୁନି ଯୋଗ ଦେଇଥିଲେ। ଆଇଆରପିଏମ ବିଭାଗର ମୁଖ୍ୟ ଅଧ୍ୟାପକ ଦିଲ୍ଲୀପ କୁମାର ସେଠୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ପ୍ରଥମ ଓ ଦ୍ଵିତୀୟ ବର୍ଷ ଛାତ୍ରଛାତ୍ରୀ ବୃନ୍ଦ ତୃତୀୟ ବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେବାବେଳେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଅତିଥି ବୃନ୍ଦ ତୃତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଏହି ଅବସରରେ ସେମିନାର ସମ୍ପାଦକ ଭାବେ ଦ୍ଵିତୀୟ ବର୍ଷ ଛାତ୍ରୀ ଉଷାରାଣୀ ବିଶ୍ୱାଳ ଙ୍କୁ ମନୋନୀତ କରାଯାଇଥିଲା। ଛାତ୍ର ବିକ୍ରମ କୁମାର ସ୍ୱାଇଁ ଧନ୍ୟବାଦ ପ୍ରଦାନ କରିଥିଲେ।