କୃମି ରୋଗ ସଚେତନତା ଏବଂ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

0
174

ବ୍ରହ୍ମପୁର,୧୫/୦୫/୨୦୨୩: ସ୍ଥାନୀୟ ହରିହର ନଗର ପ୍ରଥମ ସାରଣୀ ସ୍ଥିତ ହରିହର ଭେଟ ମନ୍ଦିର ପ୍ରାଙ୍ଗଣରେ କୃମି ରୋଗ ସଚେତନତା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି ।ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ ଉପସ୍ଥିତ ରହି ପିଲାମାନେ ବାହାରେ ଝାଡ଼ା ଫେରିଲେ, ତଳୁ ଗୋଟାଇ ଖାଇଲେ, ନଖ, ହାତ ସଫା ନକରି ଖାଇଲେ, ଅଧିକ ମିଠା ଆମିଷ ଖାଇଲେ କୃମି ରୋଗ ହୁଏ ।ଏହି ସବୁ କାରଣକୁ ଛାଡି ହଳଦୀ, ନିମ୍ବ, ଜୁଆଣି ଓ ସପୁରୀପତ୍ର ରସ ଯେ କୌଣସି ଗୋଟିଏ ଦ୍ରବ୍ୟ କିଛିଦିନ ଖାଇଲେ ଭଲ ହୋଇଯାଏ । କୃମି ଯୋଗୁଁ ରକ୍ତହୀନତା, ଶ୍ଵେତପ୍ରଦର, ହୃଦରୋଗ ମଧ୍ଯ ହୋଇ ପାରେ l ସମସ୍ତେ ପ୍ରତି ସପ୍ତାହରେ ଥରେ ଦୁଇଥର ନିମ୍ବ କିମ୍ବା ହଳଦୀ ଖାଇବାକୁ ପରାମର୍ଶ ଦେଇଥିଲେ l

ଏହି ଅବସରରେ ରୋଗୀଙ୍କ ରକ୍ତଚାପ, ଗଣ୍ଠିବାତ,ସ୍ନାୟୁ ରୋଗ ଅମ୍ଳପିତ୍ତ, ସ୍ତ୍ରୀରୋଗ ଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଏବଂ ଔଷଧ ବିତରଣ କରାଯାଇଥିଲା। ଡି. ଶ୍ରୀନିବାସ ରାଓ ଓ ମନ୍ଦିର କମିଟି ସଭ୍ଯ ସଭ୍ୟା ପ୍ରମୁଖ ଶିବିର ପରିଚାଳନା ରେ ସହଯୋଗ କରିଥିଲେ ।ଉଲ୍ଲେଖଯୋଗ୍ୟ ଯେ, ଏହି ଶିବିର ପ୍ରତି ସୋମବାରେ ଅନୁଷ୍ଠିତ ହୁଏ, ଏହାର ସୁଯୋଗ ନେବାକୁ ମନ୍ଦିର କମିଟି ପକ୍ଷରୁ ଅନୁରୋଧ କରାଯାଇଛି l

LEAVE A REPLY

Please enter your comment!
Please enter your name here