ଛିଦ୍ରମୟ ଅସ୍ଥି (ଓଷ୍ଟିଓପୋରୋସିସ) ପରିକ୍ଷା ଶିବିର :

0
91

ବ୍ରହ୍ମପୁର,୧୭/୦୫/୨୦୨୩: ସ୍ଥାନୀୟ ଲିଙ୍ଗରାଜ ନଗର ସ୍ଥିତ ପଦ୍ମଶ୍ରୀ ପ୍ରଫେସର ଡାକ୍ତର କୃଷ୍ଣ ମୋହନ ପାଠୀଙ୍କ ବାସଭବନରେ ଓଷ୍ଟିଓପୋରୋସିସ (ଛିଦ୍ରମୟ ଅସ୍ଥି) ଏବଂ ଅନ୍ଯାନ୍ଯ ସ୍ବାସ୍ଥ୍ୟ ପରିକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଅସ୍ଥି ସ୍ବାସ୍ଥ୍ୟର ପରିକ୍ଷା ତଥା ଇଉରିକ୍ ଏସିଡ, ହେମୋଗ୍ଲୋବିନ, ଭିଟାମିନ ଡି -୩, ସ୍ନାୟୁ ଦୌର୍ବଲ୍ୟତା ଇତ୍ୟାଦି ପରିକ୍ଷା କରାଯାଇଥିଲା ଏବଂ ଉପଯୁକ୍ତ ଡାକ୍ତରୀ ପରାମର୍ଶ ଉପଲବ୍ଧ କରାଯାଇଥିଲା । ବ୍ରହ୍ମପୁର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର ଅଧ୍ୟକ୍ଷ ଡ. ରଜତ କୁମାର ପାଣିଗ୍ରାହୀ ଏହି ଶିବିରର ମୁଖ୍ଯ ଅତିଥି ଭାବରେ ଯୋଗଦେଇ ନିଜ ସ୍ବାସ୍ଥ୍ୟ ପରିକ୍ଷା କରାଇଥିଲେ । ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ ଙ୍କ କାର୍ଯାଳୟ ର ସେକ୍ରେଟାରୀ ସୁଶ୍ରୀ ସୁଜାତା ସାହୁ,(ଆଇ.ଏ.ଏସ) ମଧ୍ୟ ଏହି ଶିବିରରେ ଯୋଗଦାନ କରି ନିଜ ସ୍ବାସ୍ଥ୍ୟ ପରିକ୍ଷା କରାଇଥିଲେ । ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ସେଠୀ, ଏବଂ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଅଶ୍ବିନୀ କୁମାର ପଣ୍ଡା ଏହି ଶିବିରରେ ଯୋଗଦାନ କରି ନିଜ ନିଜର ସ୍ବାସ୍ଥ୍ୟର ପରିକ୍ଷା କରାଇଥିଲେ । ବ୍ରହ୍ମପୁର ତଥା ଆଖପାଖ ଅଞ୍ଚଳର ଅନେକ ବ୍ୟକ୍ତି ସେମାନଙ୍କ ପରିବାର ସଦସ୍ଯଙ୍କ ସହ ଏହି ଶିବିରରେ ନିଜ ନିଜର ସ୍ବାସ୍ଥ୍ୟ ପରିକ୍ଷା କରାଇଥିଲେ ଏବଂ ଡାକ୍ତର ପାଠି ଙ୍କ ଠାରୁ ଡାକ୍ତରୀ ପରାମର୍ଶ ନେଇଥିଲେ । ଶ୍ରୀ ବିଭୁ ପ୍ରସାଦ ପାଠୀ,ଶ୍ରୀ ସୁରେଶ କୁମାର ପାଠୀ, ଶ୍ରୀ ପୀତବାସ ରଥ, ଆଇନଜୀବୀ ଶ୍ରୀ ବିଜୟ ଚନ୍ଦ୍ର ମିଶ୍ର, ଆଇନଜୀବୀ ଶ୍ରୀ ରମେଶ ଚନ୍ଦ୍ର ପାଣିଗ୍ରାହୀ, ଶ୍ରୀ ଏ. ରାଜା ରାଓ, ଶ୍ରୀ କୃଷ୍ଣଚନ୍ଦ୍ର ସାହୁ ଏବଂ ଅନ୍ୟମାନେ ଏହି ସ୍ବାସ୍ଥ୍ୟ ଶିବିରକୁ ପରିଚାଳନା କରି ଏହାକୁ ସଫଳ କରାଇଥିଲେ ।

LEAVE A REPLY

Please enter your comment!
Please enter your name here