ଛତ୍ରପୁର,୧୮/୦୫/୨୦୨୩:
ଛତ୍ରପୁର ସ୍ଥିତ ଜଉଗଡ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ପ୍ରଣୀ ସମ୍ପଦ ବିଭାଗ ତରଫରୁ ଜୀବେ ନିଷ୍ଠୁରତା ନିରୋଧ ଆଇନ ସମ୍ପର୍କିତ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଲିନା କୁମାରୀ ଖେସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ ବକ୍ତବ୍ୟରେ ଜଣାଇ ଥିଲେ ଯେ, ମଣିଷ ଭଳି ପଶୁସମ୍ପଦର ମଧ୍ୟ ବଞ୍ଚିବାର ଅଧିକାର ରହିଛି । ପଶୁ ସମ୍ପଦର ସୁରକ୍ଷା ହୋଇପାରିଲେ ଜୀବ ଜଗତ ସନ୍ତୁଳନ ରହିପାରିବ । ଵିଶେଷ କରି ପଶୁ ସମ୍ପଦ ର ସୁରକ୍ଷା ସମସ୍ତ ମଣିଷ ସମାଜର କର୍ତ୍ତବ୍ୟ, ଗ୍ରୀଷ୍ମପ୍ରବାହ ସମୟରେ ପଶୁ, ପକ୍ଷୀଙ୍କୁ ଖାଦ୍ୟ, ପାନୀୟ ଜଳ, ଯୋଗାଣ ସହିତ ସେମାନଙ୍କର ଆବଶ୍ୟକତା ଅନୁସାରେ ଯତ୍ନ ନେବା ଅପରିହାର୍ଯ୍ୟ । ପ୍ରାଣୀ ଚିକିତ୍ସାଳୟ ଉପ ନିର୍ଦ୍ଦେଶକ ଶୁଭକାନ୍ତ ମହାନ୍ତିଙ୍କ ପରିଚାଳନାରେ ଅନୁଷ୍ଠିତ କର୍ମଶାଳାଟିରେ ବକ୍ତା ଗଣ ଅବଗତ କରାଇ ଥିଲେ ଯେ, ପଶୁ ସମ୍ପଦ ସୁରକ୍ଷା କ୍ଷେତ୍ରରେ ସାମାଜିକ ଗଣ ମାଧ୍ୟମର ଉଲ୍ଲେଖନୀୟ ଭୂମିକା ରହୁଛି । ସାମାଜିକ ଗଣମାଧ୍ୟମରେ ପ୍ରକାଶିତ ଖବର ମିଳିବାପରେ ପଶୁ ସମ୍ପଦ ସୁରକ୍ଷାକାରୀ ମାନଙ୍କ ଦ୍ୱାରା ତୁରନ୍ତ ପଦକ୍ଷେପ ଗ୍ରହଣ ହୋଇପାରୁଛି, ଯାହାରି ଫଳରେ ପଶୁପକ୍ଷୀ ବିପତ୍ତି ହେଉ ଅବା ମୃତ୍ୟୁ ବରଣ ରୁ ବଞ୍ଚିତ ହେଉଛନ୍ତି । ପଶୁ ସମ୍ପଦର ସୁରକ୍ଷା କ୍ଷେତ୍ରରେ ପ୍ରଚଳିତ ଆଇନ ୬୩ ବର୍ଷ ପୂର୍ବେ ପ୍ରସ୍ତୁତ ହୋଇଥିଲା । ଏହାର ସଂଶୋଧନ ସକାଶେ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଇଥିବା ଆଇନ ଜୀବୀ ମତ ପ୍ରକାଶ କରିଥିଲେ । ପଶୁ ସମ୍ପଦର ବିନାଶକାରୀ ମାନଙ୍କ ବିରୁଦ୍ଧରେ ରହିଥିବା ଦଣ୍ଡବିଧାନ ଆଇନର ପରିଧି ସମ୍ପର୍କରେ ଜଣାଇ ଥିଲେ । ଭାରତୀୟ ସମ୍ବିଧାନ ଅଧିନିୟମ ୪୮ (କ) ପ୍ରକାରେ ବନ୍ୟଜନ୍ତୁ ସୁରକ୍ଷା ନିମିତ୍ତ ବିଶଦ ବିଷୟରେ ଆଲୋଚନା ହୋଇଥିଲା । ସରକାରୀ ସ୍ତରରେ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସକାଶେ ଗଞ୍ଜାମ ଜିଲ୍ଲା ବିକାଶର ପ୍ରୟୋଗ ଶାଳା, ଏଣୁ ଏହି ଜିଲ୍ଳାରୁ ହିଁ ପଶୁ ସମ୍ପଦର ସୁରକ୍ଷା ଦିଗରେ ବିଶେଷ ପଦକ୍ଷେପ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବା ଜରୁରୀ ବୋଲି ବକ୍ତାଗଣ ମତ ପ୍ରକାଶ କରିଥିଲେ । ଜିଲ୍ଳାରେ ରହିଥିବା କୃଷ୍ଣସାର ମୃଗ, ମୟୁର, କଇଁଛ, ବାଲି ହରିଣ ପରି ଅନେକ ବିରଳ ପ୍ରଜାତିର ପଶୁ ସମ୍ପଦର ସୁରକ୍ଷା ଦିଗରେ ଏବଂ ଜିଲ୍ଲାର ସହରାଞ୍ଚଳରେ ରହୁଥିବା ପଶୁପକ୍ଷୀଙ୍କ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ବିଶେଷ ଆଲୋଚନା ହୋଇଥିଲା ।
କର୍ମଶାଳାରେ ରାଜ୍ୟ ପଶୁ ମଙ୍ଗଳ ପରିଷଦର ଉପ ନିର୍ଦ୍ଦେଶକ ଡ. କୃଷ୍ଣଚନ୍ଦ୍ର ସାମନ୍ତରାୟ,ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ମନୋଜ କୁମାର ସାହୁ , ଡ. ବିଶ୍ୱନାଥ ପ୍ରମୁଖ ମଞ୍ଚାସିନ ଥିବା ବେଳେ ଜିଲ୍ଲାର ସମସ୍ତ ଉପଖଣ୍ଡ ପ୍ରାଣୀ ଚିକିଛାଧିକାରୀ ,ବିଦ୍ୟାଳୟ ଶିକ୍ଷକ, ସରପଞ୍ଚ, ସ୍ବେଚ୍ଛାସେବୀ ସେବକ, ଗୋପାଳ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।
Home ବ୍ରହ୍ମପୁର ସ୍ପେଶାଳ ଜୀବେ ନିଷ୍ଠୁରତା ନିରୋଧ ଆଇନ କର୍ମଶାଳା ।ମଣିଷ ଭଳି ପଶୁ ସମ୍ପଦର ବଞ୍ଚିବା ଅଧିକାର ରହିଛି...