କଟକ ରେ ଗଞ୍ଜାମ ର ଛଅ ଜଣ ସାହିତ୍ୟ ଅନୁଷ୍ଠାନ ର ସମ୍ପାଦକଙ୍କୁ ସମ୍ବର୍ଦ୍ଧନା

0
201

ବ୍ରହ୍ମପୁର,୨୧/୦୫/୨୦୨୩:
ଓଡ଼ିଶା ର ଅନ୍ୟତମ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ କୈବଲ୍ୟ ସାହିତ୍ୟ ସଂସଦ, କଟକ ତରଫରୁ ବିଶ୍ୱ ରେକର୍ଡ ପାଳନ ତଥା ରାଜ୍ୟ ସ୍ତରୀୟ ରଥ ପଥ ଜଗନ୍ନାଥ ସାହିତ୍ୟ ମହାସଭା-୨୦୨୩ କାର୍ଯ୍ୟକ୍ରମ କଟକ ଚହଟେଶ୍ଵର ଶିବ ମନ୍ଦିର ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କବିତା ଆସର ସହ ସାରା ରାଜ୍ୟର ସାହିତ୍ୟ ଅନୁଷ୍ଠାନର ସମ୍ପାଦକ ମାନଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା। ଗଞ୍ଜାମ ଜିଲ୍ଲାର ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନ, ବୁଗୁଡ଼ା ର ସାଧାରଣ ସମ୍ପାଦକ ଡ. ଶ୍ୟାମା ପ୍ରସାଦ ମିଶ୍ର, ବାହୁଦା ସାହିତ୍ୟ ସଂସଦ, ଚିକିଟି ର ସଂପାଦିକା ଶ୍ରୀମତୀ ସଂହିତା ମହାନ୍ତି, ଉପାନ୍ତ ସାହିତ୍ୟ ସାଂସ୍କୃତିକ ସେବା ସଂସଦ , ପାତ୍ରପୁର ର ସମ୍ପାଦକ ଶ୍ରୀ ମାଧବ ବାଡତ୍ୟା, ସ୍ରୋତସ୍ଵିନୀ ସାହିତ୍ୟ ସଂସଦ,ବ୍ରହ୍ମପୁରର ସଂପାଦିକା ଶ୍ରୀମତୀ ସୁଜାତା ଶତପଥି, ଇନ୍ଦ୍ରଧନୁ ସାହିତ୍ୟ ସଂସଦ, ବ୍ରହ୍ମପୁରର ସଂପାଦିକା ଶ୍ରୀମତୀ ଆର୍ ସୁନନ୍ଦା ଚୌଧୁରୀ, ରାଜାଧିରାଜ ଦେବରାଜ ସାହିତ୍ୟ ସଂସଦର ସଂପାଦିକା ଶ୍ରୀମତୀ ସୁଧାଞ୍ଜଳି ମିଶ୍ର ଙ୍କୁ ମାନ ପତ୍ର ଓ ପଦକ ଦେଇ ସମ୍ମାନିତ କରାଯାଇଥିଲା। ସମ୍ପାଦକ/ସଂପାଦିକା ମାନେ ସାହିତ୍ୟ ସଂଗଠନ ର ସୁଦୃଢ଼ୀ କରଣ ପାଇଁ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । କୈବଲ୍ୟ ସାହିତ୍ୟ ସଂସଦର ପ୍ରତିଷ୍ଠାତା ସମ୍ପାଦକ ଶ୍ରୀ ସଂଗ୍ରାମ କେଶରୀ ସାମନ୍ତରାୟ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ୨୦୨୨-୨୦୨୩ ରେ ଅନୁଷ୍ଠାନର ଜାର୍ଯ୍ୟକ୍ରମକୁ ବିଶ୍ୱର ବିଭିନ୍ନ ଦେଶରୁ ୩୦ ଟି ବିଶ୍ୱ ରେକର୍ଡ ଅଧିକାର କରିବାରେ ଏହା ଓଡ଼ିଶାର ପ୍ରଥମ ସାହିତ୍ୟ ଅନ୍ତୁଷ୍ଠାନ ଅଟେ ।

LEAVE A REPLY

Please enter your comment!
Please enter your name here