ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ବଂଶଧାରା ପିଜି ଦ୍ୱିତୀୟ ପୁରୁଷ ଛାତ୍ରାବାସର ବାର୍ଷିକ ଉତ୍ସବ

0
203

ବ୍ରହ୍ମପୁର,୨୨/୦୫/୨୦୨୩:ଆଜି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ବଂଶଧାରା ପିଜି ଦ୍ୱିତୀୟ ପୁରୁଷ ଛାତ୍ରାବାସର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏହାକୁ ହଷ୍ଟେଲ ଅଧୀକ୍ଷକ ପ୍ରଫେସର ଗଣେଶ ସେଠୀ ଉଦଘାଟନ କରିବା ସହ ତାଙ୍କର ସ୍ମୃତି ଆଉ ଅନୁଭୂତି ପ୍ରଦାନ ସହ ବିଶ୍ଵବିଦ୍ୟାଳୟ ରେ ବେଶୀ ମୂଲ୍ୟବୋଧର ଯୋଗ୍ୟ ବ୍ୟକ୍ତି ଯଦି କିଏ ଗଢିଛି ତାହା ନିଃସନ୍ଦେହ ରେ ବଂଶଧାରା ପୁରୁଷ ଛାତ୍ରାବାସ ହିଁ ବୋଲି ସ୍ବୀକାର କରିଥିଲେ ଆଉ ଏହି ୨୦୨୨-୨୩ ହଷ୍ଟେଲ ବ୍ୟାଚ ଏକ ଅଭୁଲା ରହିବେ ତାଙ୍କର ଶୃଙ୍ଖଳା, ସମ୍ମାନ ଆଉ ଅବଦାନ ପାଇଁ । ଆଗକୁ ଯେ କୌଣସି ସହଯୋଗ ପାଇଁ ବିନା ଦ୍ୱିଧାରେ ଜଣାଇବା ପାଇଁ କହିବା ସହ ଭବିଷ୍ୟତରେ କେବେ କେବେ ସମୟ ମିଳିଲେ ବିଶ୍ଵବିଦ୍ୟାଳୟ ଆଉ ଛାତ୍ରାବାସକୁ ଆସି ବୁଲିଯିବା ପାଇଁ ମତପୋଷଣ କରିଥିଲେ । ଏଥିସହ ଛାତ୍ରାବାସ ସହ-ଅଧୀକ୍ଷକ ଆସିଷ୍ଟାଣ୍ଟ ପ୍ରଫେସର ଡ଼ ଶଙ୍କର୍ଷଣ ମଲ୍ଲିକ ମଞ୍ଚସ୍ଥ ରହିବା ସହ ତାଙ୍କର ଏଠାରେ ଅନ୍ତେବାସୀ ସମୟର ଛାତ୍ର ଜୀବନର ଅଭିଜ୍ଞତା ସହ ଏଠାରେ ପିଲାଙ୍କ ସହ ବିତାଇଥିବା ମୁହୂର୍ତ୍ତ ଅନୁଭୂତିକୁ ଅତି ନିଖୁଣ ଭାବେ ପ୍ରକାଶ କରିଥିଲେ । ଏଠାକାର ଅନ୍ତେବାସୀ ସବୁ ହଷ୍ଟେଲ ଅପେକ୍ଷା ନିହାତି ବେଷ୍ଟ୍ ବୋଲି ଦୃଢୋକ୍ତି କରିବା ସହ ଓଡ଼ିଆ ରେ ଜେ ଆର୍ ଏଫ୍ ପାଇଥିବା ଧନଞ୍ଜୟ ନାୟକ ଏବଂ ବିଶ୍ଵବିଦ୍ୟାଳୟରେ ଓ ସମାଜରେ ସାମାଜିକ କାର୍ଯ୍ୟ ପାଇଁ ଗୋଟେ ଭଲ ପରିଚୟ ଟେ ସୃଷ୍ଟି କରିପାରିଥିବା ରାଜ୍ୟ ପୁରସ୍କାର ପ୍ରାପ୍ତ ଏନ୍.ନୀଳମାଧବ ପାତ୍ର ଭଳି ଆଦି ପିଲାଙ୍କ ଆକର୍ଷଣୀୟ ସଫଳତାକୁ ବେଶ୍ ପ୍ରଶଂସା କରିବା ସହ ଏହିଭଳି ଛାତ୍ର ସବୁ ଆମ ଛାତ୍ରାବାସର ଗର୍ବ ଗୌରବ ହୋଇ ରହିଥିବେ ବୋଲି କହିବା ସହ ଆଗାମୀ ଉଜ୍ଜଳ ଭବିଷ୍ୟତ ଗଠନ ନେଇ ଶୁଭେଚ୍ଛା ଜଣାଇଥିଲେ । ଏଥିରେ ଛାତ୍ରାବାସର କାର୍ଯ୍ୟକାରିଣୀ କମିଟିର ସାଧାରଣ ସମ୍ପାଦକ କୁଳମଣି ମାଝୀ, କ୍ରୀଡ଼ା ସମ୍ପାଦକ ଆଶୀର୍ବାଦ ସାହୁ, କମନ୍ ରୁମ୍ ସମ୍ପାଦକ ଅଙ୍କିତ ସାହୁ, ହଷ୍ଟେଲ ବାର୍ଷିକ ପତ୍ରିକା ଲାବଣ୍ୟଧାରା ର ସମ୍ପାଦକ ଏନ୍.ନୀଳମାଧବ ପାତ୍ର ଓ ସୌମ୍ୟଶ୍ରୀ ନାୟକ ସହ ସମସ୍ତ ହଷ୍ଟେଲ ବ୍ଲକ ପ୍ରତିନିଧି ଶିବପ୍ରସାଦ ପାଢ଼ୀ, କିରଣସିଂହ ମାଝୀ, ଅନୁପ ଦାସ, ଶ୍ରୀ ନାୟକ ସମେତ ଅନ୍ୟ ଅନ୍ତେବାସୀ ପ୍ରମୁଖ ସହଯୋଗ କରିବା ସହ ଏଇ ଗତ ୯ -୧୦ ମାସ ଧରି ଏଠାରେ ବିତାଇଥିବା ଦିନ ଆଉ ତାଙ୍କ ମଧ୍ୟରେ ଗଢ଼ି ଉଠିଥିବା ଘନିଷ୍ଠ ବନ୍ଧୁତା ଓ ନିବିଡ଼ତା ସଂପର୍କର ଅନୁଭୂତି ବିଷୟରେ କହି ସମସ୍ତଙ୍କୁ ହସାଇବା ସାଙ୍ଗକୁ ଅଶ୍ରୁମୋଚିତ କରିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସମସ୍ତେ ଖୁବ ଉପଭୋଗ କରିଥିଲେ । କାର୍ଯ୍ୟାଳୟ ସହାୟକ ସିମାଞ୍ଚଳ ବେହେରା, ପିଅନ କୈଳାଶ ନାୟକ ମଧ୍ୟ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here