ବ୍ରହ୍ମପୁର,୧୩/୦୭/୨୦୨୩:ଜୁଲାଇ ମାସ ୧୧ ତାରିଖ ରେ ବିଶ୍ବ ଜନସଂଖ୍ୟା ଦିବସ ରୂପେ କରାଯାଇଥାଏ।ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ର ସମ୍ମିଳନୀ କକ୍ଷରେ ଗତ ୧୧ ଦିନ ଅର୍ଥନୀତି ବିଭାଗ ଦ୍ବାରା ଏକ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି। ଏଥିରେ କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାସ ଅଧ୍ୟକ୍ଷତା କରିଥିଲେ।ମୂଖ୍ୟ ବକ୍ତା ଭାବରେ ପ୍ରାକ୍ତନ ପ୍ରଫେସର ଭାଗବତ ପାତ୍ର ବିଶ୍ବ ଜନସଂଖ୍ୟା ର ଗତି ଓ ପ୍ରଭାବ, ବେକାରୀ ସମସ୍ୟା ଓ ଦାରିଦ୍ର୍ୟତା ଉପରେ ଆଲୋକପାତ କରିଥିଲେ। ଯୁବବର୍ଗ ସମସ୍ତ ଙ୍କ ର ଦକ୍ଷତା ବୃଦ୍ଧି ଉପରେ ପରାମର୍ଶ ପ୍ରଦାନ କରିଥିଲେ ଅର୍ଥନୀତି ବିଭାଗ ର ପ୍ରଫେସର ସୁଧାକର ପାତ୍ର ପ୍ରାରମ୍ଭିକ ଭାଷଣ ଓ ମଞ୍ଚ ପରିଚାଳନା କରିଥିଲେ।ପିଜି କାଉନସେଲିଂ ର ଅଧ୍ୟକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ ଓ କୁଳପତି ତାଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ।ପରିଶେଷରେ ଅର୍ଥନୀତି ବିଭାଗର ଡା. ମୃତ୍ୟୁଞ୍ଜୟ ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ।