ବ୍ରହ୍ମପୁର,୧୪/୦୭/୨୦୨୩:
ଗୋପାଳପୁର ନିର୍ବାଚନ ମଣ୍ଡଳୀ ର ୫୩, ୫୪ଜୋନ୍ ରେ ଭାରତୀୟ ଜନତା ପାର୍ଟି ତରଫରୁ ଗରିବ କଲ୍ୟାଣ ସମାବେଶ ରଙ୍ଗେଇଲୁଣ୍ଡା ବ୍ଲକ କନିସି ଠାରେ ଅନୁଷ୍ଠିତ ହୋଇଯାଇଛି। ଯସସ୍ଵି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ମଧ୍ୟରେ ୯ବର୍ଷ ପୂରଣ କରିଛନ୍ତି।ଏହି କ୍ରମ ରେ ବିଜେପି ସରକାର କିପରି ଭାରତରେ ସବକା ସାଥ ସବକା ବିକାଶ ସବକା ବିଶ୍ୱାସ ସହ ଗରିବ କଲ୍ୟାଣ ଦିଗରେ କାମ କରି ଚାଲିଛି। ପ୍ରଧାନମନ୍ତ୍ରୀ ଙ୍କ ଜନକଲ୍ୟାଣ କରି ଯୋଜନା ମାଧ୍ୟମରେ କିପରି ଲାଭବାନ ହୋଇପାରୁଛନ୍ତି ଏବଂ ଭାରତ ବିକଶିତ ହେଇପାରୁଛି ତାହା ଆଜି ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲା ବିଜେପି ସଭାପତି ତଥା ବିଧାୟକ କେ.ନାରାୟଣ ରାଓ ଯୋଗ ଦେଇ ମତବ୍ୟକ୍ତ କରିଥିଲେ। ଓଡିଶା ସରକାର ମୋଦିଙ୍କ ନା କୁ ନିଜ ନାମ ଦେବାରେ ବ୍ୟସ୍ତ।ଏଠି କିପରି ପ୍ରଧାନ ମନ୍ତ୍ରୀ ଆବସ କୁ ହରିଲୂଟ କରୁଛନ୍ତି ବିଜୁପକ୍କା ଘର ନାମରେ ଏଠି ଅମୃତ ସରୋବର ଯୋଜନା କୁ ଆମ ପୋଖରୀ କରୁଛନ୍ତି, ଅୟୁଷ୍ମାନ୍ ଯୋଜନା କୁ ଲାଗୁ କରୁନାହାନ୍ତି,କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନାକୁ ରାଜ୍ୟ ସରକାର ନିଜସ୍ଵ ଯୋଜନା କହି ଲୋକଙ୍କୁ ଭୁଆଁ ବୁଲାଉଥିବା ସେ ସମାଲୋଚନା କରିଥିଲେ।ଏଥିସହ ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ସରକାରଙ୍କ ବିଭିନ୍ନ ଯୋଜନାକୁ ଘରେ ମଜବୁତ କରିବା ସକାଶେ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା ଦଳୀୟ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ସମାବେଶ ରେ ଜିଲ୍ଲା ଉପସଭାପତି ଡ. ସୁବାଷ ସାହୁ,ମଣ୍ଡଳ ସଭାପତି ସନତ ନାୟକ ଏବଂ ଶିବ ଶଙ୍କର ନାୟକ ଙ୍କ ସଭପତିତ୍ଵ ରେ ହୋଇଥିବା ସମାବେଶ ରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସରୋଜ ସାବତ, ରାଜ୍ୟ କୃଷକମୋର୍ଚ୍ଚା ସମ୍ପାଦକ ରାଜେଶ ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ଗଙ୍ଗାଧର ଶତପଥୀ,ଜିଲ୍ଲା ଉପସଭାପତି ବିନୋଦ ଚନ୍ଦ୍ର ମିଶ୍ର,ଗଞ୍ଜାମ ଜିଲ୍ଲା ଓବିସି ମୋର୍ଚ୍ଚା ଉପସଭାପତି ସୁନୀଲ କୁମାର ପାତ୍ର ,ଗଞ୍ଜାମ ଜିଲ୍ଲା ସାଧାରଣ ସଂପାଦକ ଗଙ୍ଗାଧର ଶତପଥୀ,ଗୋଳନ୍ଥରା ମଣ୍ଡଳ ସଭାପତି ସନତ କୁମାର ନାୟକ ,ଗୋଳନ୍ଥରା ମଣ୍ଡଳ ପଭାରୀ ଶିବ ପ୍ରସାଦ ପାତ୍ର, ରଜତ କୁମାର ପଣ୍ଡିତ , ଯୁବ ନେତା ଜଗମୋହନ ପାତ୍ର, ସହ ଶତାଧିକ କର୍ମୀ ଯୋଗ ଦେଇଥିଲେ।