ଆଞ୍ଚଳିକ ବିକାଶ ପରିଷଦ ତରଫରୁ ଗୌତମୀ ସରକାରୀ ବାଳିକା ନୋଡାଲ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

0
110

ବ୍ରହ୍ମପୁର,୧୫/୦୭/୨୦୨୩: ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ସରକାରୀ ବାଳିକା ନୋଡାଲ ଉଚ୍ଚ ବିଦ୍ୟାଳୟ, ଗୌତମୀ ଠାରେ ଜାତୀୟ ବନ ମହୋତ୍ସବ ପାଳିତ ହୋଇ ଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସବିତା ଜେନା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଚେତନତା ସଭାରେ ମୁଖ୍ୟ ଅତିଥି ଭାବେ ନାୟବ ସରପଞ୍ଚ ଦୀପକ କୁମାର ସାହୁ ଯୋଗଦେଇ ଥିବା ବେଳେ ସମ୍ନାନୀତ ଅତିଥି ଭାବେ ସଭାପତି ସାଗର କୁମାର ପାତ୍ର ଓ ସହ ସମ୍ପାଦକ ଧର୍ମରାଜ ପାତ୍ର ଯୋଗ ଦେଇ ପୃଥିବୀ ପୃଷ୍ଠରେ ମଣିଷ ତଥା ଜୀବଜଗତକୁ ବଞ୍ଚାଇ ରଖିବା ନିମନ୍ତେ ବୃକ୍ଷର ସୁରକ୍ଷା ନିତାନ୍ତ ଜରୁରୀ ଉପରେ ସେ ଆଲୋକପାତ କରିଥିଲେ । ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ମଧ୍ୟରେ ପରିବେଶ ସୁରକ୍ଷା ନିମନ୍ତେ ଅଧିକ ସଚେତନତା ପାଇଁ ଚିତ୍ରାଙ୍କନ ଓ ବକୃତା ପ୍ରତିଯୋଗିତା ଆୟୋଜନ କରାଯିବା ସହ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରାଯାଇଛି l
ଏହି କାର୍ଯ୍ୟକ୍ରମକୁ ସ୍ବେଛାସେବୀ ସୁନୀଲ କୁମାର ମାଝୀ,ବିଦ୍ୟାଳୟର ଶିକ୍ଷକ ମାନସ କୁମାର ସାମଲ,ରାଜେଶ ଗୌଡ଼, ପ୍ରମୋଦ ମାଝୀ, ସଞ୍ଜୟ ମୁଖି ମାଝୀ, ତାରିଣୀ ବୁହେ,ଶିକ୍ଷୟତ୍ରୀ ଲିପ୍ସା ମହାପାତ୍ର, ପ୍ରିୟଦର୍ଶିନୀ ସ୍ୱାଇଁ, ଲୋପାମୁଦ୍ରା ଜେନା,ଗୀତାଞ୍ଜଳି ମହାରଣା, ଲିତୁସ୍ମିତା ଗୌଡ଼, ଶୁଚିସ୍ମିତା ମହାରଣା ପ୍ରମୁଖ ପରିଚାଳନା କରିଥିଲେ l

LEAVE A REPLY

Please enter your comment!
Please enter your name here