ଓଡ଼ିଶା ନିର୍ମାଣ ଶ୍ରମିକ ସଂଘ ର ଗଞ୍ଜାମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ।

0
154

ବ୍ରହ୍ମପୁର ୧୫/୦୭/୨୦୨୩:
ଏଆଇଟିୟୁସି ସହବନ୍ଧିତ ଓଡ଼ିଶା ନିର୍ମାଣ ଶ୍ରମିକ ସଂଘ (ଓଏନ୍‌ଏସ୍‌ଏସ୍) ର ଗଞ୍ଜାମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ଅଗଷ୍ଟ ମାସ ୯ ତାରିଖ ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଗୁଡ଼ିକ ପକ୍ଷରୁ ବ୍ରହ୍ମପୁର ସ୍ଥିତ ଡେପୁଟି ଶ୍ରମ କମିଶନର ଙ୍କ କାର୍ଯ୍ୟାଳୟ ଆଗରେ ଅନୁଷ୍ଠିତ ହେବାକୁ ଥିବା ବିକ୍ଷୋଭ କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏହା ପୂର୍ବରୁ ଜିଲ୍ଲାର ସମସ୍ତ ବ୍ଳକ କମିଟି ବୈଠକ ଅନୁଷ୍ଠିତ କରିବାକୁ ମଧ୍ୟ ନିଷ୍ପତି ହୋଇଥିଲା। ଏହା ବ୍ୟତୀତ ନିର୍ମାଣ ଶ୍ରମିକ ସଂଘ ର ସଭ୍ୟ ପଦ ନବୀକରଣ ଉପରେ ଗୁରୁତ୍ବ ଦିଆଯାଇନଥିଲା। ସଂଘ ର ଜିଲ୍ଲା ସଭାପତି ଦଣ୍ଡପାଣି ସାମଲ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟ କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ କୁମାର ପାଟ୍ଟଯୋଷୀ , ସାଧାରଣ ସମ୍ପାଦକ ବ୍ରଜବନ୍ଧୁ ପ୍ରଧାନ ଏବଂ ଜିଲ୍ଲା ଉପସଭାପତି ପ୍ରକାଶ ପାତ୍ର ବୈଠକ ରେ ଉଦବୋଧନ ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ମାରଣ ନୀତି ର ତୀବ୍ର ସମାଲୋଚନା କରିବା ସହିତ ଏହାର ମୁକାବିଲା ପାଇଁ ସମସ୍ତ ଶ୍ରମିକ ସଂଗଠନ କୁ ସୁଦୃଢ ଓ ବ୍ୟାପକ କରିବା ପାଇଁ ପରାମର୍ଶ ଦେଇଥିଲେ। ବୈଠକ ଆରମ୍ଭ ରେ ଜିଲ୍ଲା ସମ୍ପାଦକ ଅଳକ ମିଶ୍ର କାମଦାମର ବିବରଣୀ ଉପସ୍ଥାପନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କିଶୋର କୁମାର ଶତପଥୀ , ସତ୍ୟବାଦୀ ସ୍ବାଇଁ , ସିମାଞ୍ଚଳ ବାରିକ , ଯୁଗଳ କିଶୋର ଦାସ , ବି ଦଣ୍ଡପାଣି ପାତ୍ର , ମୂଷା ବେହେରା , ବି ସନ୍ତୋଷିନୀ ପାତ୍ର , ଲକ୍ଷ୍ମୀ ପାତ୍ର , ଭଗବାନ ରାଉତ , କାମଦେବ ନାହାକ , ରାମେଶ୍ବର ନାୟକ , ରୋହିତ କୁମାର ବିଷୋୟୀ , କୈଳାସ ଚନ୍ଦ୍ର ଦାସ , ଅନିଳ କୁମାର ଭଟ୍ଟ , ରବି ପ୍ରଧାନ , ବୁଲୁ ରାଉଳ , ବି ଗଣେଶ ରେଡି , ମନୋଜ କୁମାର ବିଷୋୟୀ ଏବଂ ହରି ହର ପାତ୍ର ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here