ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ମହିଳା ସ୍ୱାଭିମାନ ସଭା ଅନୁଷ୍ଠିତ

0
192

ବ୍ରହ୍ମପୁର,୧୬/୦୭/୨୦୨୩: ଆଜି ସ୍ଥାନୀୟ ବିଜିପୁର କାଳୀମନ୍ଦିର ସ୍ଥିତ କଲ୍ୟାଣମଣ୍ଡପ ରେ ବିଜେପି ମହିଳା ମୋର୍ଚା ସାଧାରଣ ସମ୍ପାଦିକା ଅନୁଯା ନନ୍ଦ ବିଶ୍ୱାଳ ଙ୍କ ନେତୃତ୍ୱ ରେ ଏକ “ମହିଳା ସ୍ୱାଭିମାନ ସଭା “କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ଉପସଭାପତି ଡାକ୍ତର ସୁବାଷ ସାହୁ ଯୋଗ ଦେଇଥିଲେ l
ଏହି କାର୍ଯ୍ୟକ୍ରମ ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଙ୍କ ସ୍ତ୍ରୀ ସ୍ବାଭିମାନ ଯୋଜନା ଅନ୍ତର୍ଗତ ମହିଳାମାନେ ସାନିଟାରୀ ନାପକିନ୍ସ ବ୍ୟବହାର କରି କିପରି ନିଜର ସ୍ୱଛତା ରକ୍ଷା କରିପାରିବେ ସେ ବିଷୟରେ ଆଲୋଚନା କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ମହିଳା ମାନଙ୍କୁ କମ୍ ଦାମ ରେ ସାନିଟାରୀ ନାପକିନ୍ସ ବଣ୍ଟନ କରାଯାଇଥିଲା l ଶେଷରେ ପ୍ରଧାନମନ୍ତ୍ରୀ ଙ୍କ ବିଭିର୍ନ ଯୋଜନା ରୁ ଯେମିତି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମୁଦ୍ରା ଲୋନ, ଇ ଶ୍ରମ କାର୍ଡ, ସ୍ତ୍ରୀ ସ୍ୱାଭିମାନ ଯୋଜନା, କରୋନା ଭଳି ମାରାତ୍ମକ ରୋଗରୁ ମୁକ୍ତି ପାଇଁ ଟୀକା ଇତ୍ୟାଦି ଅନେକ ଯୋଜନା ରୁ ସୁବିଧା ପାଇଥିବା ପ୍ରାୟ ୨୦୦ ରୁ ଉର୍ଦ୍ଧ୍ବ ମହିଳା ଲାଭାର୍ଥୀ ମାନେ ପ୍ରଧାନମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇ ଚିଠି ଲେଖିଥିଲେ l ଏହି କାର୍ଯ୍ୟକ୍ରମ କୁ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ବର୍ଷା ବିଦୁସ୍ମିତା ପରିଚାଳନା କରିଥିଲେ l ଏହି ଚିଠି ସବୁ ବିଜେପି ମହିଳା ମୋର୍ଚା ଦ୍ୱାରା ପୋଷ୍ଟ ମଧ୍ୟ କରାଯାଇଥିଲା l
ଏହି କାର୍ଯ୍ୟକ୍ରମ ରେ ଯୁବମୋର୍ଚା ସମ୍ପାଦିକା ତଥା ବନିତା ସାହୁ, ଗୋଶାଣୀନୂଆଗାଁ ମଣ୍ଡଳ ସଭାନେତ୍ରୀ ଗୀତା ଦାସ, ଗାନ୍ଧୀନଗର ମଣ୍ଡଳ ସଭାନେତ୍ରୀ ସୁଇଟି ସେଠି, ଗେଟେବଜ଼ାର ସଭାନେତ୍ରୀ ରଶ୍ମିତା ଶତପଥି, ଆସ୍କା ରୋଡ଼ ସଭାନେତ୍ରୀ ଗୀତାଞ୍ଜଳୀ ବେହେରା , କମାପଲ୍ଲୀ ମଣ୍ଡଳ ସଭାନେତ୍ରୀ ଲଷ୍ମୀପ୍ରିୟା ,ଯୁବମୋର୍ଚା କାର୍ଯ୍ୟକର୍ତା ବୀରେନ୍ଦ୍ର ମୋଲାନା ଉପସ୍ଥିତ ଥିଲେ l

LEAVE A REPLY

Please enter your comment!
Please enter your name here