ପୁରୁଣା ପେନ୍‌ସନ୍‌ ଲାଗି ଏନ୍.ଏମ.ଓ.ପି.ଏସ୍.ର ସାମ୍ବାଦିକ ସମ୍ମିଳନୀ। ପୁରୁଣା ପେନ୍‌ସନ୍‌ ଦାବି ଜୋର୍ ଧରିଲା

0
287

ଭୁବନେଶ୍ୱର,୧୬/୦୭/୨୦୨୩ : “ ପୁରୁଣା ପେନ୍‌ସନ୍‌ ପାଇଁ ଜାତୀୟ ଆନ୍ଦୋଳନ” (ଏନ୍.ଏମ୍.ଓ.ପି.ଏସ୍.), ଓଡ଼ିଶା ପକ୍ଷରୁ ନୂତନ ପେନ୍‌ସନ୍‌ ବ୍ୟବସ୍ଥା ଉଚ୍ଛେଦ କରି ପୁରୁଣା ପେନ୍‌ସନ୍‌ ଲାଗୁ କରିବା ନିମନ୍ତେ ‘ ଓଡ଼ିଶା ସଚିବାଳୟ ସେବା କାର୍ଯ୍ୟାଳୟ’ ଭୁବନେଶ୍ବର ଠାରେ ଏକ ଗୁରୁତ୍ବପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ ସଭାପତି ବିଜୟ ମଲ୍ଲଙ୍କ ସଭାପତିତ୍ବ କରିଥିବା ବେଳେ ସାଧାରଣ ସମ୍ପାଦକ ପ୍ରଯତ୍ନ ବରାଳ ସଭାକୁ ପରିଚାଳନା କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଏନ୍.ଏମ୍.ଓ.ପି.ଏସ୍. ଓଡ଼ିଶାର ସମସ୍ତ କର୍ମକର୍ତ୍ତା ତଥା ରାଜ୍ୟର ସମସ୍ତ ସଂଗଠନର ସଭାପତି, ସମ୍ପାଦକ ତଥା ଜିଲ୍ଲା ନେତୃତ୍ଵ ଓ ବିଭାଗର ମୁଖ୍ୟମାନେ
ଯୋଗଦେଇଥିଲେ ।ଓଡ଼ିଶା ସରକାରଙ୍କ ଅଧ୍ଵନରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ନୂତନ ପେନ୍‌ସନ୍ ସ୍କିମ୍ (ଏନ୍.ପି.ଏସ୍.) ପରିବର୍ତ୍ତେ ପୁରୁଣା ପେନ୍‌ସନ୍ ସ୍କିମ୍ (ଓ.ପି.ଏସ୍.) ଲାଗୁ କରିବା ପାଇଁ ସମସ୍ତେ ଏକ ସ୍ଵରରେ ଶପଥ ନେଇଥିଲେ ।କେନ୍ଦ୍ର ସରକାର ୨୦୦୪ ମସିହାରେ ଓ ରାଜ୍ୟ ସରକାର ୨୦୦୫ ମସିହାରେ ପୁରୁଣା ପେନ୍‌ସନ୍‌ ଉଚ୍ଛେଦ କରି ନୂତନ ପେନ୍‌ସନ୍‌ ବ୍ୟବସ୍ଥା ଲାଗୁ କରିଥିଲେ । ଫଳରେ ହଜାର ହଜାର ସରକାରୀ କର୍ମଚାରୀ ୩୦ ରୁ ୪୦ ବର୍ଷ ଚାକିରୀ କରି ଅବସର ପରେ ୧୦୦୦ ରୁ ୨୦୦୦ ଟଙ୍କା
ପେନ୍‌ସନ୍‌ ପାଇ ଅତି ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ଯେତେବେଳେ କି ବିଧାୟକ ଓ ସାଂସଦଙ୍କର ପୁରୁଣା ପେନ୍‌ସନ୍‌ ପୂର୍ବପରି ପାଉଛନ୍ତି । ସୂଚନାଯୋଗ୍ୟ କି, କେନ୍ଦ୍ର ଅର୍ଥ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇ ନୂତନ ପେନ୍‌ସନ୍‌ ଉପରେ ଅନୁଧ୍ୟାନ କରାଯାଇଛି, ଏହାକୁ ସଂଗଠନ ତରଫରୁ ଦୃଢ ବିରୋଧ କରିବା ସହ ନୂତନ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ନୁହେଁ ଆମକୁ ଅବିକଳ ପୁରୁଣା ପେନ୍‌ସନ୍‌ ଦରକାର । ଏଥୁମଧ୍ୟରେ ବିଭିନ୍ନ ରାଜ୍ୟ ଯଥା ଛତିଶଗଡ଼, ରାଜସ୍ଥାନ, ଝାଡ଼ଖଣ୍ଡ, ପଞ୍ଜାବ ଓ ହିମାଚଳ ପ୍ରଦେଶ ରାଜ୍ୟ କର୍ମଚାରୀମାନଙ୍କର ଗୁରୁତର ସ୍ବାର୍ଥକୁ ଦୃଷ୍ଟିରେ ପୁରୁଣା ପେନ୍‌ସନ୍ ଲାଗୁ କରିଛନ୍ତି । ଅନ୍ୟ ରାଜ୍ୟ ଉତ୍ତରପ୍ରଦେଶ, କର୍ଣ୍ଣାଟକ, କେରଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ପଞ୍ଜାମ, ମହାରାଷ୍ଟ୍ରର ରାଜ୍ୟସରକାରମାନେ ଏକ କମିଟି ଗଠନ କରି ପୁରୁଣା ପେନ୍‌ସନ୍ ଲାଗୁ କରିବା ପାଇଁ ଅଗ୍ରସର ହେଉଛନ୍ତି । ସବୁ ରାଜ୍ୟରେ ପୁରୁଣା ପେନ୍‌ସନ୍‌ ବ୍ୟବସ୍ଥା ଲାଗୁ କରିବା ପାଇଁ ଜୋର୍‌ଦାର ବିରୋଧ ହେଉଥିବା ବେଳେ ଓଡ଼ିଶାର କର୍ମଚାରୀମାନେ ପୁରୁଣା ପେନ୍ସନ୍ ଯୋଜନା ବିନା ତାଙ୍କ ଭବିଷ୍ୟତ ଅନ୍ଧାର ବୋଲି ଭାବୁଥିବାରୁ ତାକୁ ହାସଲ କରିବା ପାଇଁ ବ୍ଳକ, ଜିଲ୍ଲା ଓ ରାଜ୍ୟରେ ଆନ୍ଦୋଳନ ଜୋରଦାର ହୋଇଗଲାଣି । ଏନ୍.ଏମ୍.ଓ.ପି.ଏସ୍. ଓଡ଼ିଶା ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ, ମୁଖ୍ୟଶାସନ ସଚିବ ଓ ୫-ଟି’ ସଚିବଙ୍କୁ ଅନୁରୋଧ ଚାରିଲକ୍ଷ କର୍ମଚାରୀ ଓ ସେମାନଙ୍କ ପରିବାର ସର୍ବମୋଟ୍ ୪୦ଲକ୍ଷ ଲୋକଙ୍କର ଗୁରୁତର ସ୍ବାର୍ଥକୁ ଦୃଷ୍ଟିରେ ରଖି ନୂତନ ପେନ୍‌ସନ୍‌ ବ୍ୟବସ୍ଥା ଉଚ୍ଛେଦ କରି ପୁରୁଣା ପେନ୍‌ସନ୍ ବ୍ୟବସ୍ଥା ଲାଗୁ କରନ୍ତୁ ବୋଲି ରାଜ୍ୟ ସରକାରଙ୍କୁ ସଂଘର ରାଜ୍ୟ ସଂଯୋଜକ ଇତ୍‌କାର ଅହମ୍ମଦ,ରାଜେଶ ମହାନ୍ତି, କାର୍ଯ୍ୟକାରୀ ସଭାପତି ବଙ୍କିମ ଚନ୍ଦ୍ର ସାଗର, ବିଭୂପ୍ରସାଦ ସାହୁ, ବିକ୍ରମ ରଥ, ବିମଳ ଚୌଧୁରୀ, ବିନୋଦ କୁମାର ବଳ, ପୂର୍ଣ୍ଣଚନ୍ଦ୍ର ଆଇଚ,
ଉପସଭାପତି ସୁଶାନ୍ତ କୁମାର ବେହେରା, ଅନିତା ବେହେରା, ଅଶ୍ବିନୀ ଦାସ, ବିଭୂପ୍ରସାଦ ସାହୁ, ବିଶ୍ୱଜିତ୍ ବିଶ୍ବାଳ, ଗୁରୁ ଗୋବିନ୍ଦ ଦଳାଇ, କ୍ଷୀତିଶ ପଣ୍ଡା,ଲଲାଟେନ୍ଦୁ ମହାପାତ୍ର, ପ୍ରିୟବ୍ରତ ନାୟକ, ପଞ୍ଚାନନ ଜେନା, ରାଜେନ୍ଦ୍ର ମଲ୍ଲିକ, ସୁଧାଂଶୁ ପୁହାଣ, ସୁକନ୍ୟା ମହୁରୀ, ଯୁଗ୍ମ ସମ୍ପାଦକ ଆଦିତ୍ୟ ନାରାୟଣ ସ୍ଵାଇଁ, ଅମର ଜୁମର ପ୍ରତାପ, ଅନ୍ତର୍ଯ୍ୟାମୀ ଲେଙ୍କା, କଲ୍ୟାଣୀ ରାଉତ, ମନୋଜ କୁମାର ଦାସ, ପ୍ରଣବ ଚିନାରିଆ, ରବିନ୍ଦ୍ର ପ୍ରଧାନ, ସୁଜିତ୍ ପାଢୀ,କାର୍ଯ୍ୟକାରୀ ସମ୍ପାଦକ ପ୍ରଶାନ୍ତ ରାଉତରାୟ, ଶୁଭ୍ରଜିତ୍ ପ୍ରତିହାରୀ, ଜୋନ୍‌ ସମ୍ପାଦକ ଅକ୍ଷୟ ମଲ୍ଲିକ, କୋଷାଧ୍ୟକ୍ଷ ରଶ୍ମିରଂଜନ ପାଢୀ, ଅଡିଟର ମଳୟ ଜେନା, ମିଡ଼ିଆ ସମ୍ପାଦକ ଶିବ ସାହୁ, ବବ୍ଲୁ ନାୟକ, କଳାହାଣ୍ଡି ସଭାପତି ସାମନ୍ତ ପାଟ୍ଟଯୋଶୀ, ରେଲୱେର ବି.ଏନ୍. ଭୋଇ, ଏସ୍.କେ.ମହାରଣା ପ୍ରମୁଖ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here