କଙ୍କୋରଡା କଲେଜର ୪୩ ତମ ପ୍ରତିଷ୍ଠା ଦିବସରେ ଦିଗ୍ଗଜଙ୍କୁ ସମ୍ବର୍ଦ୍ଧିତ କଲେ ବିଧାୟକ ।

0
203

ବ୍ରହ୍ମପୁର , ୧୯/୦୭/୨୦୨୩ : ସାନଖେମୁଣ୍ଡି ବ୍ଲକ୍ କଙ୍କୋରଡ଼ା ସ୍ଥିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ୪୩ ତମ ପ୍ରତିଷ୍ଠା ଦିବସ ଆଜି କଲେଜ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ ପ୍ରକାଶ ଚନ୍ଦ୍ର ଜେନାଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାନଖେମୁଣ୍ଡି ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଜେନା , କଲେଜ ପ୍ରତିଷ୍ଠାତା ସଭାପତି ଶ୍ରୀ ନରସିଂହ ପାଣିଗ୍ରାହୀ , କଲେଜ ପରିଚାଳନା କମିଟି ସଭାପତି ତଥା ପ୍ରାକ୍ତନ ଅଧ୍ୟକ୍ଷ ଡ଼ଃ , ହରିକୃଷ୍ନ ନାୟକ , ନାକ ଦକ୍ଷିଣାଞ୍ଚଳ କୋଅର୍ଡିନେଟର ସନ୍ତୋଷ କୁମାର ପାଢ଼ୀ ଏବଂ କଉଡ଼ିଆ ସରପଂଚ ପ୍ରତିନିଧି ରୋହିତ ଖୁଣ୍ଟିଆ ପ୍ରମୁଖ ମଞ୍ଚାସୀନ ରହିଥିଲେ । ଅତିଥିଙ୍କ ଗହଣରେ ଓଡିଆଙ୍କ ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ଏବଂ ପ୍ରଦୀପ ପ୍ରଜ୍ବଳନରେ ଆରମ୍ଭ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସାଂପ୍ରତିକ ପ୍ରଗତିରେ ଅଂଶୀଦାର ଥିବା ଅଞ୍ଚଳ ବୁଦ୍ଧିଜୀବୀଙ୍କ ସହ ତତ୍କାଳୀନ ଶିକ୍ଷାର୍ଥୀ ଏବଂ ହିତାକାଂକ୍ଷି ପ୍ରମୁଖ ବହୁ ସଂଖ୍ୟାରେ ସମାବେଶିତ ହୋଇଥିଲେ । ଆୟୋଜିତ କାର୍ଯ୍ୟକ୍ରମ ଅୟମାରମ୍ଭରେ କଲେଜ ସ୍ଥାପନାରେ ଶାରୀରିକ ମାନସିକ ଏବଂ ଆର୍ଥିକ ସହଯୋଗ କରି କଙ୍କୋରଡ଼ା ଭଳି ନିପଟ ମଫସଲରେ ବିଜ୍ଞାନ ମହାବିଦ୍ୟାଳୟର ସ୍ବପ୍ନ ଦେଖିଥିବା ତତ୍କାଳୀନ ଦଶ ଜଣିଆ କମିଟି ସଦସ୍ୟଙ୍କ ମଧ୍ୟରୁ ଇହଲୋକରେ ଥିବା ୯ ଜଣଙ୍କ ଉଦ୍ଧେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରାଯାଇଥିଲା ଏଵଂ ପ୍ରତିଷ୍ଠାତା ସଭାପତି ଶ୍ରୀ ନରସିଂହ ପାଣିଗ୍ରାହୀଙ୍କୁ ଅନୁଷ୍ଠାନ ଏବଂ ବିଧାୟକଙ୍କ ପକ୍ଷରୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ସହ ସ୍ବତନ୍ତ୍ର ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।

ଏହି ଅବସରରେ କଲେଜ ସ୍ଥାପନ ସମୟରୁ ଅଧ୍ୟାପନା କ୍ଷେତ୍ରରେ ରହି ଅବସର ନେଇଥିବା ପ୍ରାକ୍ତନ ଅଧ୍ୟାପକ ଏବଂ ଅଧ୍ୟକ୍ଷ ସମୂହଙ୍କୁ ବିଶେଷ ବ୍ୟକ୍ତିତ୍ୱ ଭାବରେ ଡଃ ଗିରିଜା ମିଶ୍ର , ଡଃ କବିଚନ୍ଦ୍ର ସ୍ୱାଇଁ , ଡଃ , ଗଣେଶ ସ୍ୱାଇଁ , ଡଃ ରବି ନାରାୟଣ ପାତ୍ର , ଡଃ , ଦିବାକର ମିଶ୍ର , ଡଃ ଅଶ୍ଵିନୀ କୁମାର ସିଂ , ଡଃ ଅରୁଣା କୁମାରୀ ପଟ୍ଟନାୟକ , ଡଃ ବନ୍ଦନା ପାଣିଗ୍ରାହୀ ଏବଂ ଡଃ ଗୋବିନ୍ଦ ପାଢ଼ୀଙ୍କୁ ସେମାନଙ୍କ ଅନୁଷ୍ଠାନ ପ୍ରତି ଥିବା ଅଫୁରନ୍ତ ତ୍ୟାଗ ଏବଂ କର୍ତ୍ତବ୍ୟ ନିଷ୍ଟତାକୁ ଆଧାର କରି ଅତିଥି ଗଣଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା ।
ମଞ୍ଚାସିନ ଅତିଥିଙ୍କ ମଧ୍ୟରୁ ମୁଖ୍ୟ ଅତିଥି ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଜେନା ଗ୍ରାମାଞ୍ଚଳ ଶିକ୍ଷା ଅନୁଷ୍ଠାନ ଭାବେ କଙ୍କୋରଡ଼ା ବିଜ୍ଞାନ କଲେଜର ଆଦର୍ଶ ଭିତ୍ତିଭୂମି ପ୍ରତିଷ୍ଠାରେ ଥିବା ବାଧକ ତତ୍ତ୍ଵ ନେଇ ଆଲୋଚନା କରିଥିବା ବେଳେ ମୁଖ୍ୟ ବକ୍ତା ପ୍ରାକ୍ତନ ଅଧ୍ୟକ୍ଷା ଡଃ ହରିକୃଷ ନାୟକ ନିଜ ଅଭିବ୍ୟକ୍ତିରେ ତାଙ୍କ ୩୪ ବର୍ଷର ଅଧ୍ୟାପନା କ୍ଷେତ୍ର ଥିବା ଏହି କଲେଜର ଉନ୍ନୟନ କ୍ଷେତ୍ରର ସାନ୍ଦ୍ରତା ନେଇ ଆଲୋଚନା କରିଥିଲେ । କଲେଜ୍ ଅଧ୍ୟକ୍ଷ ଡଃ ଜେନା ସାପ୍ରତିକ ସ୍ଥିତିରେ କଲେଜର ଭିତ୍ତିଭୂମି ଏଵଂ ପ୍ରତିଷ୍ଠାର ପର୍ବକୁ ଉପସ୍ଥିତ ଶିକ୍ଷାର୍ଥୀ , ବୁଦ୍ଧିଜୀବୀ ସମୂହ ଏବଂ ଅତିଥିଙ୍କୁ ପ୍ରଦାନ କରିଥିଲେ । କଲେଜର ୪୩ ତମ ପ୍ରତିଷ୍ଠା ଦିବସରେ ସାମିଲ ଥିବା ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ । କାର୍ଯ୍ୟକ୍ରମରେ ଉମାକାନ୍ତ ପଟ୍ଟନାୟକ , କୃଷ୍ଣଚନ୍ଦ୍ର ପଟ୍ଟନାୟକ , ପ୍ରତାପ କୁମାର ପ୍ରଧାନ , ଅଜୟ ଦଳେଇ , ପିଣ୍ଟୁ ପଢ଼ିଆଳି ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here