ଗଞ୍ଜାମ ଜିଲ୍ଲା ହୋଟେଲ ସଂଘ ର ନିର୍ବାଚନ ଅନୁଷ୍ଠିତ

0
161

ବ୍ରହ୍ମପୁର,୨୪/୦୭/୨୦୨୩:ଗଞ୍ଜାମ ଜିଲ୍ଲା ହୋଟେଲ ସଂଘ ର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି ।ସ୍ଥାନୀୟ ହୋଟେଲ ନନ୍ଦନ ଇଣ୍ଟରନେଶନାଲ ସମ୍ମିଳନୀ କକ୍ଷରେ ଗତ ରବିବାର ଦିନ ଗଞ୍ଜାମ ଜିଲ୍ଲାର ର ସମସ୍ତ ହୋଟେଲ ମାଲିକ ମାନଙ୍କୁ ନେଇ ନିର୍ବାଚନ ଆୟୋଜନ କରାଯାଇଥିଲା।ଏଥିରେ ଇଞ୍ଜିନିୟର ଉମା ଶଙ୍କର ପାଣିଗ୍ରାହୀ ପୁଣି ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି।ସେ ୨୨ବର୍ଷ ହେଲା ସଫଳତାର ସହ ସଭାପତି ଭାବରେ ପଦବୀରେ ରହି ଆସୁଛନ୍ତି । ତାଙ୍କ ମାଧ୍ୟମରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ର ଉନ୍ନତି ସହ ପର୍ଯ୍ୟଟକ ପାଇଁ ସମସ୍ତ ସୁବିଧା ଅସୁବିଧା ସବୁ ବ୍ୟକ୍ତିଗତ ସ୍ତରରେ କାମ କରୁଛନ୍ତି। ସେ ଓଡ଼ିଶା ହୋଟେଲ ସଂଘ ହାରୋ ର ମଧ୍ୟ ଉପାଧ୍ୟକ୍ଷ ଅଛନ୍ତି। ଏହି ସଂଘର ସଭାପତି ଭାବେ ଉମା ଶଙ୍କର ପାଣିଗ୍ରାହୀ, ଉପ ସଭାପତି ,ଓ୍ବାଇ.ରାମ କ୍ରୀଷ୍ଣା ରାଓ,ଶିବରାମ ସାହୁ,ସମ୍ପାଦକ ସନ୍ତୋଷ କୁମାର ପାଢ଼ୀ, ସହ ସମ୍ପାଦକ, ସୁଶାନ୍ତ କୁମାର ପାଢ଼ୀ, ସର୍ବେଶ୍ଵର ସୁବୁଦ୍ଧି, କୋଷାଧ୍ୟକ୍ଷ ,ବିନାୟକ ସୁବୁଦ୍ଧି ନିର୍ବାଚିତ ହୋଇଛନ୍ତି। ଏଥିରେ ଗଞ୍ଜାମ ଜିଲ୍ଲାର ସମସ୍ତ ସଭ୍ୟ ମାନେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here