ଓଡ଼ିଶାରେ ଛାତ୍ରସଂସଦ ନିର୍ବାଚନ ତାରିଖ ଘୋଷଣା କରନ୍ତୁ ରାଜ୍ୟ ସରକାର : ଏବିଭିପି କ୍ୟାମ୍ପସରେ ଏକ ଛତ୍ରବାଦ ଶାସନକୁ ସହନ କରିବନି ଏବିଭିପି

0
75

ବ୍ରହ୍ମପୁର,୨୫/୦୭/୨୦୨୩:ଦୀର୍ଘ ୪ ବର୍ଷ ହେବ ଓଡ଼ିଶାରେ ଛାତ୍ରସଂସଦ ନିର୍ବାଚନ ବନ୍ଦ ରହିଛି l ନେତୃତ୍ବରେ ଭୃଣ ହତ୍ୟା କରୁଛନ୍ତି ଓଡିଶା ସରକାର l ବିଭିନ୍ନ ପ୍ରକାର ବାହାନା ଦେଖାଇ କ୍ୟାମ୍ପସ୍ ରେ ଶୈକ୍ଷିକ ବାତାବରଣ ଆଣିବା ପାଇଁ ନିର୍ବାଚନ ବନ୍ଦ କଥା ରାଜ୍ୟ ସରକାର କହିଥିଲେ କିନ୍ତୁ ଶୈକ୍ଷିକ ବାତାବରଣ ର ଉଦାହରଣ କଣ ଉତ୍କଳ ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ର NAAC ଗ୍ରେଡ୍ କମିବା? ମହର୍ଷି ମହାବିଦ୍ୟାଳୟ, ବିଜେବି କଲେଜ ରେ ଅଣଛାତ୍ର ମାନଙ୍କ ଆତଙ୍କ ରାଜ, ନା ଗଞ୍ଜାମ୍ ର ବିନାୟକ ଆଚାର୍ଯ୍ୟ କଲେଜରେ ରଙ୍ଗ୍ୟାଙ୍ଗି ଘଟଣା ରେ ବିଜୁ ଛାତ୍ର ଜନତା ଦଳର କ୍ୟାମ୍ପସ୍ କମିଟି କନଭେନରଙ୍କ ସମ୍ପୃକ୍ତି I କ୍ୟାମ୍ପସକୁ ଗୁଣ୍ଡାରାଜ ଦ୍ୱାରା ଚଳାଇବା ପାଇଁ ରାଜ୍ୟରେ ଛାତ୍ରସଂସଦ ନିର୍ବାଚନ ବନ୍ଦ ରଖା ଯାଇଛି Iଏବେ ଆଉ ଗୋଟିଏ ଦୃଶ୍ୟ ବି ସାମ୍ନାକୁ ଆସୁଚି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନଙ୍କ କାର୍ଯ୍ୟକ୍ରମରେ କ୍ୟାମ୍ପସ୍ ବିଦ୍ୟାର୍ଥୀମାନଙ୍କୁ ଅଧ୍ୟକ୍ଷ ମାନେ ବସରେ ସଭାକୁ ନେଇ କରି ଯାଉଛନ୍ତି l ଢେଙ୍କାନାଳ ରେ ମଠକରୋଗଳ କଲେଜର ବିଦ୍ୟାର୍ଥୀମାନଙ୍କୁ ନେଇ ଆସୁଥିବା ବସ୍ ଦୁର୍ଘଟଣା ଗ୍ରସ୍ତ ହେଲା l କିଛି ଦିନ ତଳେ ସମ୍ବଲପୁର ଜିଲ୍ଲା ଗସ୍ତରେ NSCB କଲେଜ ବିଦ୍ୟାର୍ଥୀମାନଙ୍କୁ ପରୀକ୍ଷା ବାତିଲ କରାଇ ବସ ରେ ପଠା ଯାଉଥିଲା ଯାହାକୁ ଏବିଭିପି ଜୋରଦାର୍ ବିରୋଧ କରିଛି l ପ୍ରଶ୍ନ ଉଠୁଛି ଏହି ସବୁ ଘଟଣାରେ ଦାୟୀ କିଏ ରହିବ କାହା ପ୍ରଲୋଚନାରେ କଲେଜ ଅଧ୍ୟକ୍ଷ ମାନେ ବିଜୁ ଛାତ୍ର ଜନତା ଦଳ ଅଧ୍ୟକ୍ଷ ଭଳି ସଚିବଙ୍କ କାର୍ଯ୍ୟକ୍ରମକୁ ସଂଖ୍ୟା ଯୋଗାଡୁଛନ୍ତି lଆଜି ରାଜ୍ଯରେ ଅଧ୍ୟାପକ ପଦବୀ ଖାଲି ପଡିଛି l କ୍ୟାମ୍ପସରେ ଦୁର୍ନୀତି ବଢିବାରେ ଲାଗିଛନ୍ତି l ବାଙ୍କୀ କଲେଜରେ ଗ୍ୟାଲେରୀ ଭୁଶୁଡ଼ିଯାଉଚି, ରମାଦେବୀ ବିଶ୍ୱବିଦ୍ୟାଳୟର 5-T ପାଚେରୀ ଭୁଶୁଡ଼ିଯାଉଚି, ଭଦ୍ରକ କଲେଜରେ ଜାଲ ସାର୍ଟିଫିକେଟ୍ ଘଟଣା ସାମ୍ନାକୁ ଆସିଲା l କ୍ୟାମ୍ପସ୍ ରେ ମାଳ ମାଳ ସମସ୍ୟା ତାର ସମାଧାନ କରିବାରେ ରାଜ୍ୟ ଆଜି ବିଫଳ ବୋଲି ବିଭାଗ ସଂଯୋଯକ ଅନିଲ କୁମାର ସ୍ବାଇଁ କହିଛନ୍ତି l କିଛି ଦିନ ତଳେ ହୋଇଥିବା ବିଜୁ ଛାତ୍ର ଜନତା ଦଳ ର ରାଜ୍ୟ କାର୍ଯ୍ୟକାରିଣୀ ରେ ଏଇ ବିଷୟରେ ଚର୍ଚ୍ଚା ହେଲା କି? ରାଜ୍ୟର ଶିକ୍ଷା ର ସମସ୍ୟା ବିଷୟରେ ସ୍ଵର ଉତ୍ତୋଳନ କରିବ କି ବିଜୁ ଛାତ୍ର ଜନତା ଦଳ । ଏବିଭିପି ଦାବି କରୁଛି ଯେ ତୁରନ୍ତ ରାଜ୍ୟ ସରାକର ଛାତ୍ରସଂସଦ ନିର୍ବାଚନ ତାରିଖ ଘୋଷଣା କରନ୍ତୁ, ରାଜ୍ୟର ଶିକ୍ଷା ସମସ୍ୟା ର ସମାଧାନ କରନ୍ତୁ ଅଧ୍ୟାପକ ପଦବୀ ପୁରଣ କରନ୍ତୁ ଓ ସଚିବଙ୍କ ପାଇଁ କଲେଜ ଅଧ୍ୟକ୍ଷ ମାନେ ସଂଖ୍ୟା ଯୋଗାଡ କରିବା ବନ୍ଦ କରନ୍ତୁ ଅନ୍ୟଥା ଆଗାମୀ ଦିନରେ ୟାର ସମାଧାନ ନ ହେଲେ କ୍ୟାମ୍ପସ୍ ରେ,ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ସରକାରଙ୍କ ବିରୋଧରେ ଆନ୍ଦୋଳନ ହେବ ଓ ଜିଲ୍ଲାର ସମସ୍ୟା (୧) ଜିଲ୍ଲାର ପ୍ରତ୍ୟେକ ମହାବିଦ୍ୟାଳୟରେ ଖାଲି ପଡ଼ିଥିବା ଅଧ୍ୟାପକ,ଅଧ୍ୟାପିକା ପଦବୀ କୁ ତୁରନ୍ତ ପୂରଣ କରାଯାଉ (୨) ଜିଲ୍ଲାର ସମସ୍ତ ମହାବିଦ୍ୟାଳୟ ପରିସରରେ ଅଣଛାତ୍ର ପ୍ରବେଶ କୁ ରୋକାଯାଉ (୩) ଜିଲ୍ଲାର ସମସ୍ତ ମହାବିଦ୍ୟାଳୟରେ ହେଉଥିବା କାର୍ଯ୍ୟକ୍ରମକୁ କୌଣସି ଭି ଦଳର ଦଳୀୟ କାର୍ଯ୍ୟକ୍ରମ ଭାବେ ନ କରାଯାଉ (୪) ଜିଲ୍ଲାରେ ହେଉଥିବା ଶିକ୍ଷାର ବ୍ୟବସାୟୀକରଣକୁ ବନ୍ଦ କରାଯାଉ (୫) ମହାବିଦ୍ୟାଳୟ ପରିସରରେ ଛାତ୍ରୀ ଟିଏ ନିଜକୁ ସୁରକ୍ଷିତ ମନେ କରୁନାହିଁ। ଏହା ଉପରେ ଧ୍ୟାନ ଦିଅନ୍ତୁ ରାଜ୍ୟ ସରକାର (୬) ଜିଲ୍ଲା ରେ ଆଜି ସଠିକ୍ ଭାବେ ପାଠପଢ଼ା ଚାଲିନଥିବାରୁ ବିଦ୍ୟାର୍ଥୀ ମାନେ ଅଶିକ୍ଷିତ ହେବାରେ ଲାଗୁଛନ୍ତି ଯାହା ଫଳରେ ବେକାରୀ ସମସ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି।
୭) ମହାବିଦ୍ୟାଳୟରେ ପ୍ରବେଶ ,ପରୀକ୍ଷା ଓ ପରୀକ୍ଷା ଫଳ ପ୍ରକାଶ ଠିକ୍ ସମୟ ବ୍ଯବଧାନରେ କରାଯାଉ ।
୮) ପ୍ରତ୍ୟେକ ମହାବିଦ୍ୟାଳୟରେ ରାଗିଂ ସେଲ୍ କୁ ଅଧିକ କ୍ରିୟାଶୀଳ କରାଯିବା ସହ ସଚେତନତା କାର୍ଯ୍ୟକ୍ରମ କରାଯାଉ ।ଏହି ପ୍ରେସ ବାର୍ତ୍ତାରେ ଗଞ୍ଜାମ ବିଭାଗ ସଂଯୋଜକ ଅନିଲ୍ କୁମାର ସ୍ବାଇଁ ପ୍ରେସ୍ ବାର୍ତ୍ତା ରଖିଥିଲେ ଓ ଗଞ୍ଜାମ ବିଭାଗ ସୋସିଆଲ ମିଡ଼ିଆ ସଂଯୋଜକ ସୁନିଲ ଦୋରା, ଗଞ୍ଜାମ ଜିଲ୍ଲା ସହ ସଂଯୋଜକ ଅମିତ୍ କୁମାର ରଥ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here