ଯୁବ କଂଗ୍ରେସ ନିର୍ବାଚନରେ ବାଜି ମାରିଲେ ବିକାଶ ,ତତସତ୍ ଓ ଚିନ୍ମୟ

0
216

ବ୍ରହ୍ମପୁର,୨୬/୦୭/୨୦୨୩:
ଓଡିଶା ପ୍ରଦେଶ ଯୁବ କଂଗ୍ରେସର ୩୩ଟି ସାଙ୍ଗଠନିକ ଜିଲ୍ଲା ଓ ରାଜ୍ୟ ସାଧାରଣ ସମ୍ପାଦକ ସହ ରାଜ୍ୟ ସଭାପତି ପାଇଁ ହୋଇଥିବା ସାଙ୍ଗଠନିକ ନିର୍ବାଚନର ଫଳାଫଳ ଗତକାଲି ପ୍ରକାଶ ପାଇଛି । ଏହି ନିର୍ବାଚନ ଗତ ୧୬ ଫେବ୍ରୁଆରି ୨୦୨୩ ରେ ଆରମ୍ବ ହୋଇଥିବା ବେଳେ ୭ ମାର୍ଚ୍ଚ ୨୦୨୩ ରୁ ୧୦ ଫେବ୍ରୁଆରି ୨୦୨୩ ପର୍ଯ୍ୟନ୍ତ ମତଦାନ ଚାଲିଥିଲା । ରାଷ୍ଟ୍ରୀୟ ଯୁବ କଂଗ୍ରେସ ଦ୍ୱାରା କୁହାଯାଇଥିବା ପ୍ରାଣଳୀରେ ମତଦାନ ହୋଇଥିବା ବେଳେ , ଯୁବ ନେତା ମାନେ ଭୋଟ ପାଇଁ ୧୮ ରୁ ୩୫ବର୍ଷ ଯୁବକ ୟୁବତୀ ମାନଙ୍କୁ ଯୁବ କଂଗ୍ରେସର ସଭ୍ୟ କରି ନିଜ ସପକ୍ଷରେ ଭୋଟ ସଂଗ୍ରହ କରିଥିଲେ । ଗଞ୍ଜାମ ଜିଲ୍ଲା ଯୁବ କଂଗ୍ରେସ ପାଇଁ ୩ଜଣ ପ୍ରାର୍ଥୀ ଲଢୁଥିବା ବେଳେ ମୋଟ ୬୧୯୪ଜଣ ସଭ୍ୟ ଭୋଟ ଦେଇଥିଲେ । ୩୮୫୪ ଭୋଟ ସହ ବିକାଶ ନାୟକ ସଭାପତି ପଦ ହାସଲ କରିଥିବା ବେଳେ ୨୦୦୫ ଭୋଟ ସହ ସନାତନ ସାହୁ ଓ ୨୪୦ ଭୋଟ ସହ ସୁପ୍ରଭା ଦାସ ଉପସଭାପତି ହୋଇଛନ୍ତି । ସେହିପରି ବ୍ରହ୍ମପୁର ବିଧାନସଭା ଯୁବ କଂଗ୍ରେସ ସଭାପତି ପଦ ପାଇଁ ଦୁଇ ଜଣ ପ୍ରାର୍ଥୀ ଭାଗ୍ୟ ପରୀକ୍ଷା କରୁଥୁବା ବେଳେ ମୋଟ ୧୯୬୦ ଭୋଟରୁ ବିକାଶ ମହାରଣା ୩୯୨ଭୋଟ ପାଇଥିବା ବେଳେ ସର୍ବାଧିକ ୧୫୨୦ ଭୋଟ ସହ ତତସତ୍ ସୁବୁଦ୍ଧି ବ୍ରହ୍ମପୁର ବିଧାନସଭା ଯୁବ କଂଗ୍ରେସ ସଭାପତି ହୋଇଛନ୍ତି । ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ପଦ ପାଇଁ ୪୭ ଜଣ ଲଢ଼ିଥିବା ବେଳେ ମୋଟ ୧,୩୦,୩୦୮ ଭୋଟରୁ ୫୧୩୧ ଭୋଟ ସହ ଗଞ୍ଜାମ ଜିଲ୍ଲାରୁ ଚିନ୍ମୟ କୁମାର ହୋତା ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ବିଜୟ ପରେ ସମସ୍ତ ଯୁବ କଂଗ୍ରେସ ନେତା ଶୀର୍ଷ ନେତୃତ୍ୱଙ୍କୁ ଧନ୍ୟବାଦ ଦେବା ସହ ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟନାୟକ , ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଜେନା ଓ ଜିଲ୍ଲାର ସମସ୍ତ ବରିଷ୍ଠ କଂଗ୍ରେସ ନେତାଙ୍କୁ କୃତଜ୍ଞତା ଜଣାଇଛନ୍ତି । ବ୍ରହ୍ମପୁର ତଥା ଗଞ୍ଜାମ ଜିଲ୍ଲାର ସ୍ୱାର୍ଥ ପାଇଁ ସର୍ବଦା ଲଢେ଼ଇ କରିବା ସହ ଜିଲ୍ଲା ଓ ସହରର ନିର୍ଜାତିତ ଓ ଅବେହେଳିତ ଜନସାଧାରଣଙ୍କ ସ୍ୱର ହେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here