ନିଖିଳ ଉତ୍କଳ ଶିକ୍ଷକ ମହାସଂଘ ଗଞ୍ଜାମ ଜିଲ୍ଲା ସମ୍ମିଳନୀ : କର୍ମକର୍ତ୍ତା ନିର୍ବାଚନ

0
195

ବ୍ରହ୍ମପୁର , ୨୯/୦୭/୨୦୨୩ : ନିଖିଳ ଉତ୍କଳ ଶିକ୍ଷକ ମହାସଂଘର ଗଂଜାମ ଜିଲ୍ଲା ସମ୍ମିଳନୀ ବ୍ରହ୍ମପୁର ସ୍ଥିତ ବିନାୟକ ଆଚାର୍ଯ୍ୟ ସ୍ମୃତି ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ଲିଙ୍ଗରାଜ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବର୍ଷିୟାନ ଶିକ୍ଷକ ନେତା ତଥା ଓଷ୍ଟାର ପୂର୍ବତନ ସାଧାରଣ ସଂପାଦକ ବିବେକାନନ୍ଦ ଦାଶ ଏହାକୁ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜୋଳନ କରି ଉଦଘାଟନ କରିଥିଲେ । ସାଂପ୍ରତିକ ସ୍ଥିତିରେ ସବୁ ବର୍ଗର ଶିକ୍ଷକ ସମାଜ ଏକତ୍ରିତ ହୋଇ ଶିକ୍ଷକ ମହାସଂଘର ପୂର୍ବ ଐତିହ୍ୟକୁ ପୁନର୍ଜୀବିତ କରି ସମୂହ ଆନ୍ଦୋଳନ ସହ ଦାବୀ ହାସଲ କରିବାକୁ ବୈଠକରେ ଆହ୍ୱାନ ଦିଆଯାଇଥିଲା । ସମ୍ମିଳନୀରେ ମହାସଂଘର ରାଜ୍ୟ ସଭାପତି ଧନଞ୍ଜୟ ରାଉତରାୟ, ସାଧାରଣ ସଂପାଦକ ଦୁଷ୍ମନ୍ତ କୁମାର ନାୟକ, ଉମାକାନ୍ତ ପାତ୍ର, ଅକ୍ଷୟ ଦାସ, ଡଃ ଅମିୟ କୁମାର ମହାନ୍ତି, ସୁରେଶ ଚନ୍ଦ୍ର ବିଶ୍ବାଳ ପ୍ରମୁଖ ଉଦବୋଧନ ଦେଇ ଶିକ୍ଷକ ମହାସଂଘକୁ ସୁଦୃଢ଼ କରିବାକୁ ଆହ୍ୱାନ ଦେଇଥିଲେ । ଜିଲ୍ଲା ସ୍ତରରେ ଜୟନ୍ତ ଷଡଙ୍ଗୀ, ରାଜେନ୍ଦ୍ର କୁମାର ପଣ୍ଡା, ଶ୍ଯାମସୁନ୍ଦର ଖାଡଙ୍ଗା, ଜଗନ୍ନାଥ ଜେନା, ବିଜୟ କୁମାର ମହାରଣା, ପୂର୍ଣ୍ଣଚନ୍ଦ୍ର ଆଚାର୍ଯ୍ୟ, ପ୍ରଫୁଲ୍ଲ ଚନ୍ଦ୍ର ଦାଶ, ଅଶୋକ କୁମାର ଦଳାଇ, ଦେବଦତ୍ତ ଚୌଧୁରୀ, ପିତବାସ ମହାପାତ୍ର, ଦେବହରି ମହାନ୍ତି ପ୍ରମୁଖ ଗଂଜାମ ଜିଲ୍ଲା ଶିକ୍ଷକ ମହାସଂଘକୁ ସୁଦୃଢ଼ କରିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ବରିଷ୍ଠ ସାମ୍ବାଦିକ ତଥା ନବୀନର ସଂପାଦକ ରବି ରଥ ସମ୍ମିଳନୀରେ ଯୋଗଦେଇ ଶିକ୍ଷକ ମହାସଂଘର ସମସ୍ତ ଦାବିକୁ ସମର୍ଥନ କରି ନିଜ ବକ୍ତବ୍ଯ ରଖିଥିଲେ ।

ବୈଠକର ଦ୍ଵିତୀୟାର୍ଦ୍ଧରେ ଗଂଜାମ ଜିଲ୍ଲା ଶାଖା ଗଠନ କରାଯାଇଥିଲା ।ସଭାପତି ଭାବେ ଅଧ୍ୟାପକ ସଂଜୟ କୁମାର ଷଡ଼ଙ୍ଗୀ, କାର୍ଯ୍ଯକାରୀ ସଭାପତି-ଲିଙ୍ଗରାଜ ସ୍ବାଇଁ, ଉପ ସଭାପତି ଭାବେ ୟୋଗିତା ପାଣିଗ୍ରାହୀ, ସଂପାଦକ-ଅଶୋକ କୁମାର ଦଳାଇ, ଯୁଗ୍ମ ସଂପାଦକ- ପୂର୍ଣ୍ଣଚନ୍ଦ୍ର ଆଚାର୍ଯ୍ୟ, କୈଳାସ ବେହେରା ଓ ସୁଚିତ୍ରା ଦାଶ, କୋଷାଧ୍ୟକ୍ଷ ଭାବେ ପ୍ରଫୁଲ୍ଲ ଚନ୍ଦ୍ର ଦାଶ ସର୍ବ ସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ । ଉପଦେଷ୍ଟା ମଣ୍ଡଳୀରେ କାମରାଜୁ ମହାରଣା, ଦେବହରି ମହାନ୍ତି, ରାଜେନ୍ଦ୍ର କୁମାର ପଣ୍ଡା, ପ୍ରଫୁଲ୍ଲ କୁମାର ସାହୁ, ଶ୍ଯାମସୁନ୍ଦର ଖାଡଙ୍ଗା ପ୍ରମୁଖଙ୍କୁ ଚୟନ କରାଯାଇଥିଲା । କାର୍ଯକାରୀ କମିଟି ସଭ୍ଯ ରୂପେ ପନ୍ଦର ଜଣଙ୍କୁ ଚୟନ କରାଯାଇ ଦାୟିତ୍ୱ ପ୍ରଦାନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here