ବ୍ରହ୍ମପୁର,୨୯/୦୭/୨୦୨୩: ସହର ଉପକଣ୍ଠ ସୁକୁଣ୍ଡା ଗ୍ରାମର ହଜ ଚତୁଃ ପାର୍ଶ୍ବରେ ବ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ ଦୀର୍ଘ ତିନି ବର୍ଷ ହେଲା ବୃକ୍ଷରୋପଣ ଚାଲି ଆସୁଛି। ଏଠାକାର ବୃକ୍ଷରୋପଣର ବିଶେଷତ୍ଵ ଜଣେ ବ୍ୟକ୍ତି ନିଜର ଜନ୍ମଦିନ,ବିବାହ ଉତ୍ସବ କିମ୍ବା ନିଜ ଆତ୍ମୀୟଙ୍କ ସ୍ମୃତିରେ “ଵୃକ୍ଷ ହିଁ ଜୀବନ” କାର୍ଯ୍ୟକ୍ରମ ମାଧ୍ୟମରେ ଗଛକୁ ପୋଷ୍ୟ ଭାବେ ଗ୍ରହଣ କରିବାର ସୁଯୋଗ ଦେଇଆସୁଛି। ଯାହାର ରକ୍ଷଣା ବେକ୍ଷଣ ବ୍ରହ୍ମପୁର ସବୁଜ ବାହିନୀ କରୁଅଛି। ବିଦେଶରେ ରହୁଥିବା ଭାରତୀୟ ବୀଣା ଶର୍ମା ସାମାଜିକ ଗଣମାଧ୍ୟମରେ “ବୃକ୍ଷ ହିଁ ଜୀବନ” କାର୍ଯ୍ୟକ୍ରମ ବିଷୟରେ ଜାଣିବା ପରେ ନିଜ ପରିବାର ସହ ଆସି ୧୩ ଟି ବିଭିନ୍ନ ପ୍ରକାରର ବୃକ୍ଷରୋପଣ କରି ସେଗୁଡିକୁ ନିଜ ପୋଷ୍ୟ ଭାବେ ଗ୍ରହଣ କରିଥିଲେ। ନିକଟରେ ବିନୟ ମହାନ୍ତି ବିଦେଶରେ ରହୁଥିବା ଭାରତୀୟ ୧୦୮ ବୃକ୍ଷକୁ ନିଜ ପୋଷ୍ୟ ଭାବରେ ଗ୍ରହଣ କରିଥିବା ବେଳେ ବର୍ତ୍ତମାନ ବୀଣା ଶର୍ମା ନିଜ ଜନ୍ମଭୂମିରେ ବୃକ୍ଷ ରୋପଣ କରି ଖୁସି ଅନୁଭବ କରୁଛନ୍ତି। ବର୍ତ୍ତମାନର ପାଣିପାଗ ଅନିୟମିତତା ଭିତରେ ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ଗୋଟିଏ ଵୃକ୍ଷ ରୋପଣ କରି ନିଜ ସାମାଜିକ ଦାୟିତ୍ୱ ତୁଲାଇବା ଆବଶ୍ୟକ ବୋଲି ବୀଣା ଶର୍ମା ପରିବାର ପକ୍ଷରୁ କୁହାଯାଇଛି। ଏହି “ବୃକ୍ଷ ହିଁ ଜୀବନ” କାର୍ଯ୍ୟକ୍ରମରେ ସଙ୍ଗଠନର ସଭାପତି ଶିବରାମ ପାଣିଗ୍ରାହୀ, ସମ୍ପାଦକ ଏ.ପ୍ରକାଶ,ସହ ସମ୍ପାଦକ ପି. ବିନୋଦ, ପ୍ରସନ୍ନ ସ୍ୱାଇଁ, ଗଣେଶ ପାଣିଗ୍ରାହୀ, ମୁନ୍ନା ଶତପଥୀ, ଜେ. ବିନୋଦ ସହ ବୀଣା ଶର୍ମା ଓ ତାଙ୍କ ପରିବାର ଉପସ୍ଥିତ ଥିଲେ।