ସାମାନ୍ୟ ବଚସାରୁ ଭାଇଭାଇରେ ହଣାହଣି : ଭାଇର କୁରାଢ଼ି ଚୋଟରେ ଭାଇର ମୃତ୍ୟୁ

0
225

ବ୍ରହ୍ମପୁର , ୨୯/୦୭/୨୦୨୩: ଗଞ୍ଜାମ ପୋଲିସ ଜିଲ୍ଲା ପାଟପୁର ଥାନା ଅର୍ନ୍ତଗତ ଖଲିଙ୍ଗୀ ପଂଚାୟତ ବାସୁଦେବପୁର ଗାଁରେ ଏକ ଅଭାବନୀୟ ଘଟଣା କ୍ରମରେ ଗୋଟିଏ ପରିବାରର ସାମାନ୍ୟ ବଚସା ରୁଦ୍ରରୂପ ନେଇ ହିଂସାତ୍ମକ ପରିସ୍ଥିତି ଜନିତ ଆକ୍ରମଣ ପ୍ରତି ଆକ୍ରମଣରେ ଭାଇର କୁରାଢି ଚୋଟରେ ସାନଭାଇର ଦୁଃଖଦ ମୃତ୍ୟୁ ଘଟିଛି । ସୂଚନା ପାଇ ପାଟପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ ସହ ତିନି ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ଗିରଫ ପ୍ରକାଶ ପ୍ରଧାନଙ୍କ ତିନି ପୁଅ ସନ୍ତୋଷ ପ୍ରଧାନ , ବୁଡୁ ପ୍ରଧାନ , ମିଥୁନ ପ୍ରଧାନଙ୍କ ନାମର ହତ୍ୟା ମାମଲାରେ ଥାନା କେସ ନଂ ୪୭୩/୨୩ ପ୍ରକାରେ ମାମଲା ରୁଜୁ କରି କୋର୍ଟଚାଲାଣ କରାଯାଇଛି । ଏନେଇ ମୃତ କୁଲୁ ପ୍ରଧାନର ବଡ଼ ଭାଇ ସନ୍ତୋଷ ପ୍ରଧାନ ପାଟପୁର ଥାନାରେ ଏତଲା ଦେଇଛନ୍ତି । ଏତଲାକୁ ଭିତ୍ତି କରି ତଦନ୍ତ ଚାଲିଥିବା ସୂଚନା ମିଳିଛି । ସୂଚନା ପ୍ରକାରେ ଗତକାଲି ସନ୍ଧ୍ୟାରେ କଂସ ପ୍ରଧାନଙ୍କ ଦୁଇ ପୁଅ କୁଲୁ ପ୍ରଧାନ ସନ୍ତୋଷ ପ୍ରଧାନଙ୍କ ଘରକାମ ପାଇଁ ଇଟା ଆଣିଥିଲେ । ଘର ଦାଣ୍ଡରେ ଇଟା ରଖିଲା ବେଳେ ପଡିଶା ବଡବାପାଙ୍କ ଦାଣ୍ଡ ଆଡ଼କୁ ଇଟା ଗଡି ଯାଇଥିଲା । ବଡବାପାଙ୍କ ତିନିପୁଅ ଅକସ୍ମାତ ଘରୁ ବାହାରି ଗଣ୍ଡଗୋଳ କରିଥିଲେ। ସାହିଲୋକ ଆସି ବୁଝା ସୁଝା କରିଥିଲେ ମଧ୍ୟ ସେମାନେ ସନ୍ତୁଷ୍ଟ ହୋଇନଥିଲେ । ନିଲମ୍ୱିତ ରାତିରେ ତିନିଭାଇ ଉତ୍ତ୍ୟକ୍ତ ହୋଇ ଲୁହାରଡ, ପ୍ଲାଷ୍ଟିକ ପାଇପ , କୁରାଢି , କାଠ ଫାଳିଆ ଧରି କୁଲୁକୁ ମାରିବା ପାଇଁ ଧମକ ଦେଇଥିଲେ । ସାନଦାଦାଙ୍କ ଦୁଇ ଭାଇ ସନ୍ତୋଷ ପ୍ରଧାନ କୁଲୁ ପ୍ରଧାନ ଭୟଭୀତ ହୋଇ ଦୌଡ଼ି ପଳେଇବା ସମୟରେ ବଡ଼ବାପାଙ୍କ ପୁଅ ସନ୍ତୋଷ ପ୍ରଧାନ କୁରାଢିରେ କୁଲୁର ମୁଣ୍ଡ ପଛପଟକୁ ଶକ୍ତ କୁରାଢି ଚୋଟ ମାରିବା ଫଳରେ ଘଟଣା ସ୍ଥଳରେ ହିଁ ସାନ ଭାଇ ଟଳି ପଡ଼ିଥିବା ବେଳେ ଆଡପଡ଼ା ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଉଥିଲା । ସେଠାରେ ଉପସ୍ଥିତ ଡ଼ାକ୍ତର କୁଲୁକୁ ମୃତ ଘୋଷଣା କରିଥିଲେ।। ଖବର ପାଇ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସଦଳବେଳେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ଏବଂ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ମେଡ଼ିକାଲ ପଠାଇଥିଲେ । ଏ ନେଇ ଆଜି ଆସିକା ଏସଡିପିଓ ଉମା ଶଙ୍କର ସିଂଙ୍କ ସହ ସାଇଣ୍ଟଫିକ ଟିମ୍ ଏବଂପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । ଅଭିଯୁକ୍ତଙ୍କ ଘରୁ ପୋଲିସ ବ୍ୟବହୃତ ମାରଣାସ୍ତ୍ର ଜବତ କରି ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here