ଆଇଜର କ୍ୟାମ୍ପସର ନିର୍ମାଣରେ ଜିଲ୍ଲା ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ସହଭାଗିତା ରହିଛି

0
230

ବ୍ରହ୍ମପୁର, ୦୩/୦୮/୨୦୨୩:ଦେଶର ପ୍ରମୁଖ ଶିକ୍ଷାନୁଷ୍ଠାନ ଆଇଜରର ସ୍ଥାୟୀ କ୍ୟାମ୍ପସ ଲାଉଡିଗାଁ ନିକଟରେ ନିର୍ମାଣଧିନ ରହିଥିବା ବେଳେ ଏଥିରେ ଜିଲ୍ଲା ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ସହଭାଗିତା ରହିଛି। ଏହି କ୍ୟାମ୍ପସ ଖୁବଶୀଘ୍ର ଗଢି ତୋଲିବା ପାଇଁ ଜିଲ୍ଲା ପ୍ରାଶାସନ ସବୁବେଲେ ସହାୟତାର ହାତ ବଢାଇଛି। ଆଗାମୀ ଦିନରେ ମଧ୍ୟ ଏହିପରି ସହଯୋଗ କାମନା କରିବା ସହିତ ସ୍ଥାୟୀ କ୍ୟାମ୍ପସ ଓ ଟ୍ରାଞ୍ଜିଟ କ୍ୟାମ୍ପସର ବିଭିନ୍ନ ସମସ୍ୟାକୁ ନେଇ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ସହିତ ସୌଜନ୍ୟ ମୁଲକ ସାକ୍ଷାତ କରି ଆଲୋଚନା କରିଛନ୍ତି ଆଇଜର ନିର୍ଦ୍ଦେଶକ ପ୍ରଫେସର ଅଶୋକ କୁମାର ଗାଙ୍ଗୁଲି। ଶ୍ରୀ ଗାଙ୍ଗୁଲି ଗୁରୁବାର ଦିନ ଗଞ୍ଜାମ ଜିଲ୍ଲାପାଳଙ୍କୁ ସାକ୍ଷାତ କରିବା ସହିତ କ୍ୟାମ୍ପସ ମାନଙ୍କରେ ଦେଖା ଦେଉଥିବା ବିଦ୍ୟୁତ, ରାସ୍ତା ଏବଂ ସ୍ଥାନୀୟ ସମସ୍ୟା ଉପରେ ଗୁରୁତ୍ୱା ରୋପ କରିଥିଲେ। ସେହିପରି ସ୍ଥାୟୀ କ୍ୟାମ୍ପସ ଦେଇ ମାର୍କଣ୍ଡିରୁ ଲାଉଡିଗାଙ୍କୁ ଏକ ରାସ୍ତା ଯାଇଛି, ଯାହାଦ୍ୱାର ବିଭିନ୍ନ ସମୟରେ ବିଦ୍ୟାର୍ଥୀ ଓ କର୍ମଚାରୀ ଓ ଗ୍ରାମବାସୀ ମାନେ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେଉଛନ୍ତି। ତେଣୁ ତାହାକୁ ଖୁବଶୀଘ୍ର ପରିବର୍ତ୍ତନ କରି କ୍ୟାମ୍ପସ ବାହାରେ ତିଆରି କରିବା ପାଇଁ କହିଥିଲେ। ଏହା ସହିତ ପୂର୍ବ ଦିନରେ କ୍ୟାମ୍ପସ ନିର୍ମାଣରେ ଯେଉଁଭଳି ଜିଲ୍ଲା ପ୍ରଶାସନର ସହଯୋଗକୁ ପ୍ରଶଂସା କରିଥିଲେ। ଏବଂ ବର୍ତ୍ତମାନ କ୍ୟାମ୍ପସରେ ବିଦ୍ୟାର୍ଥୀଙ୍କ ଠାରୁ ଆରମ୍ଭ କରି ଗବେଷକଙ୍କ ସଂଖ୍ୟା ଏବଂ ଶିକ୍ଷାନୁଷ୍ଠାନର ସଫଲତାକୁ ନେଇ ଜିଲ୍ଲପାଳଙ୍କ ସହ ଆଲୋଚନା କରିଛିନ୍ତି। ସେହିପରି ଏକ ସୁଉଚ୍ଚମାନଙ୍କ ସୁନ୍ଦର ଶିକ୍ଷାନୁଷ୍ଠାନର ପରିବାଶ ତିଆରି କରିବା ଦିଗରେ ସମସ୍ତ ପ୍ରକାରର ସହାୟତା ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ମଧ୍ୟ ପ୍ରତିଶ୍ରୂତି ଦେଇଛନ୍ତି। ଏହି ସୌଜନ୍ୟ ମୂଲକ ସାକ୍ଷାତ କାର ସମୟରେ ଅନ୍ୟମାନଙ୍କ ମଧ୍ୟରେ ଆଇଜର ରେଜିଷ୍ଟାର ପ୍ରଦୀପ କୁମାର ରାୟ, କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ସଞ୍ଜୟ ମାଝି ମଧ୍ୟ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here