ବୋରିପଦର ପ୍ରବାଦ ବ୍ୟକ୍ତିତ୍ୱ ହନୁ ଗୌଡଙ୍କ ଦ୍ୱାଦଶାହ ସ୍ମୃତି ସମାବେଶ : କୂଳ ସଂଗଠକ , ସମାଜସେବୀ , ରାଜନେତାଙ୍କ ସ୍ମୃତି ଚାରଣ : ରକ୍ତଦାନ ସହ ସ୍ମରଣିକା ଉନ୍ମୋଚନ

0
190

ଦିଗପହଣ୍ଡି,୦୩/୦୮/୨୦୨୩:ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦରର ବିଶିଷ୍ଟ ବ୍ୟକ୍ତିତ୍ୱ , ଅବସରପ୍ରାପ୍ତ ସୁନାମଧନ୍ୟ ପ୍ରଧାନ ଶିକ୍ଷକ ତଥା କାଇଠଖଣ୍ଡି ପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ବର୍ଗତ ହନୁ ଗୈାଡଙ୍କ ଦ୍ବାଦଶାହ କାର୍ଯ୍ୟ ଆଜି ବୁଧବାର ଦିନ ନିଜ ପୈତୃକ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ସ୍ବତନ୍ତ୍ର ସ୍ମୃତି ଚାରଣ ସଭାରେ ସ୍ୱର୍ଗତ ଗୌଡଙ୍କ ପରିବାର ଓ ତିନି ତାଲୁକା ଗୋପାଳ ସମାଜ ସଙ୍ଗଠନ ସହ ଅଞ୍ଚଳ ବୁଦ୍ଧିଜୀବୀ , ରାଜନେତା ସମାଜସେବୀ ପ୍ରମୁଖଙ୍କ ବିରାଟ ସମାଗମ ଦେଖିବାକୁ ମିଳିଛି । ଆୟୋଜିତ ସ୍ମୃତି ସଭାରେ ସାମୁହିକ ଭାବେ ସ୍ୱର୍ଗତ ହନୁଗୌଡଙ୍କ ଅଭୁଲା ଦିନର ସ୍ମୃତିକୁ ମନେ ପକାଇବା ସହିତ ନିଜ ବୃତ୍ତିଗତ ସଚ୍ଚୋଟତା ଉଦ୍ଦେଶ୍ୟରେ ଏକ ସ୍ମରଣିକା ପୁସ୍ତକ ଉନ୍ମୋଚନ କରିବା ସହ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି । ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳୀ ଦିବସରେ ବିଶିଷ୍ଟ ଶିଳ୍ପପତି ଚନ୍ଦ୍ରଶେଖର ନାଇଡୁ , ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ସୁବାଷ ମହାରଣା , ହରିପ୍ରିୟା ଆଶ୍ରମ ମୁଖ୍ୟ ସନ୍ଥଶ୍ରୀ ଦେବଦତ୍ତ ମେକାପ , ହୃଦରଞ୍ଜନ ମେକାପ , ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ , କଂଗ୍ରେସ ନେତା ସାକା . ସୁଜିତ, ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ଏମ୍. ନିରଞ୍ଜନ ରେଡ୍ଡୀ , ପୂର୍ବତନ ବ୍ଳକ ବିଜେଡି ସଭାପତି ଉଦୟନାଥ ସ୍ବାଇଁ , ହରିବନ୍ଧୁ ରେଡ୍ଡୀ , ବୃନ୍ଦାବନ ଖଟେଇ , ମହନ୍ତ ଶ୍ରୀ ଚିନ୍ମୟାନନ୍ଦ ଦାସଙ୍କ ସମେତ ତିନି ତାଳୁକାର ୨୬ ଗୋଟି ଗୋପାଳ ସମାଜର କର୍ମକର୍ତ୍ତା , ବ୍ରହ୍ମପୁର ଲାୟନ୍ସ କ୍ଳବ୍ ସଦସ୍ୟଙ୍କ ସମେତ ବହୁ ପ୍ରମୁଖ ବ୍ୟକ୍ତି , ରାଜନେତା , ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ସମାବେସିତ ହୋଇ ସ୍ବର୍ଗତ ଗୈାଡଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଏହା ସହିତ ସ୍ୱର୍ଗତଃ ଗୌଦଙ୍କ ଆଦର୍ଶରେ ଶିକ୍ଷାଦାନ ପାଇଥିବା ବହୁ ପୁରାତନ ଉପସ୍ଥିତ ରହି ଅତୀତର ସ୍ମୃତି ଚାରଣ କରିଥିଲେ । ପରିଶେଷରେ ବାପାଙ୍କ ଭଳି ପୁତ୍ର ତଥା ସ୍ଥାନୀୟ ସରପଞ୍ଚ ମନୋରଞ୍ଜନ ଗୈାଡ ପଞ୍ଚାୟତର ବିକାଶ ସହ ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ଗୁରୁତ୍ବ ଦେଇ ଆସୁଥିବା ଯୋଗୁଁ ପ୍ରଶଂସାର ପାତ୍ର ହୋଇଥିଲେ ।
ଏହି ଅବସରରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ବ୍ରହ୍ମପୁର ରକ୍ତଭଣ୍ଡାରର କର୍ମକର୍ତ୍ତାଙ୍କ ସହାୟତାରେ ୩୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ସ୍ବର୍ଗତଃ ଗୈାଡଙ୍କ ସ୍ତ୍ରୀ ଶୈଳ ଗୈାଡ , ପୁଅ ଶ୍ବେତ ବସନ୍ତ ଗୈାଡ , ମନୋରଞ୍ଜନ ଗୈାଡ , ବିଭୂତି ଭୂଷଣ ଗୈାଡଙ୍କ ସମେତ ସମସ୍ତ ଅଞ୍ଚଳ ଜନ ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି ସ୍ମୃତିସଭା ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here