ବ୍ରହ୍ମପୁର,୦୪/୦୮/୨୦୨୩:ସନ୍ଥ ଶ୍ରୀ ବିଜ୍ଞାନ ଦେବ ଜୀ ମହାରାଜ ଙ୍କୁ ବ୍ରହ୍ମପୁର ଠାରେ ଆଜି ସମ୍ଵର୍ଦ୍ଧନା ଦିଆଯାଇଛି।ସନ୍ଥ ଶ୍ରୀ ବିଜ୍ଞାନ ଦେବ ଜୀ ମହାରାଜଙ୍କୁ ସ୍ଥାନୀୟ ଶୁଭମ୍ ସେଲିବ୍ରେସନ ଠାରେ ଆଜି
ଅପରାହ୍ନ ରେ ବ୍ରହ୍ମପୁର ବିହଙ୍ଗମ ଯୋଗ ସଂକଳ୍ପ ଯାତ୍ରାକୁ ବ୍ରହ୍ମପୁର ସନ୍ଥ ସମାଜ ତରଫରୁ ଭବ୍ୟ ସମ୍ଵର୍ଦ୍ଧନା ଦିଆଯାଇଛି ।ଏହି ଅବସରରେ ସର୍ବେଦ୍ କଥା ଅମୃତର ପ୍ରବର୍ତ୍ତକ ସୁପୁଜ୍ୟ ସନ୍ଥ ଶ୍ରୀ ବିଜ୍ଞାନଦେବ ଜୀ ମହାରାଜ ଉପସ୍ଥିତି ସମସ୍ତ ଭକ୍ତ ବୃନ୍ଦଙ୍କୁ ବିହମଙ୍ଗ ଯୋଗ ସାଧନାର ଅଭ୍ୟାସ କରାଇଥିଲେ । ମହାରାଜ ତାଙ୍କ ଦିବ୍ୟବାଣୀ ରେ ନିଜ ମନ ଉପରେ ନିୟନ୍ତ୍ରଣ କରିବା ପାଇଁ ସୂତ୍ର ଶିଖାଇବା ସହିତ ମନର ଅସୀମ ଶକ୍ତି ଉପରେ ଆଲୋକପାତ କରିଥିଲେ। ବିହଙ୍ଗମ ଯୋଗର ଶତାବ୍ଦି ସମାରୋହ ମୋହସୁବ(୧୦ ୦ବର୍ଷ) ଏବଂ ୨୫ ହଜାର କୁଣ୍ଡୀୟ ଜ୍ଞାନ ମହାଯଜ୍ଞ ଦେଶର ସାଂସ୍କୃତିକ ରାଜଧାନୀ ବାରଣାସୀ ଠାରେ ସର୍ବେଦ ମହାମନ୍ଦିର ପରିସର ମଧ୍ୟରେ ଆଗାମୀ ଡ଼ିସେମ୍ବର ମାସ ୧୭ ଏବଂ ୧୮ ତାରିଖରେ ପାଳନ ପାଇଁ ଆୟୋଜନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ ସନ୍ଥ ଶ୍ରୀ ବିଜ୍ଞାନଦେବଜୀ ମହାରାଜୀଙ୍କର କାଶ୍ମିର ଠାରୁ କନ୍ୟା କୁମାରୀ ପର୍ଯ୍ୟନ୍ତ ଏହି ସଂକଳ୍ପ ଯାତ୍ରା ର ଆୟୋଜନ ପରିଚାଳିତ ହେଉଛି ।
ଆଜି ବ୍ରହ୍ମପୁରରେ ଉକ୍ତ କାର୍ଯ୍ୟକ୍ରମ ରେ ମଞ୍ଚ ପରିଚାଳନା କରିଥିଲେ । ବିହଙ୍ଗମ ଯୋଗ ସନ୍ଥ ସମାଜ ବ୍ରହ୍ମପୁରର ସଦସ୍ୟ ଗଣ ସର୍ବଶ୍ରୀ ଓଡିଶା ପ୍ରାନ୍ତ ମହାମନ୍ତ୍ରୀ ଶ୍ରୀ କ୍ରିଷ୍ଣା ପାତ୍ର, ଗୀତାଞ୍ଜଳି ପାତ୍ର, କୁରେସ ପାତ୍ର, ପରମାନନ୍ଦ ବିଶ୍ଵକର୍ମା, ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ନମିତା ଚୌଧୁରୀ, ରୀନା ସାହୁ, ଶିଶିର ସାହୁ, ଲିଙ୍ଗା ନାହକ ଆଦି କାର୍ଯ୍ୟକର୍ତ୍ତା ଓ ସଦସ୍ୟ ଗଣ ସହଯୋଗ କରିଥିଲେ।