ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ପକ୍ଷରୁ ଦାବି ପତ୍ର ପ୍ରଦାନ, ଦାବି ପୂରଣ ନହେଲେ ୧୬ ତାରିଖରୁ ଓଡ଼ିଶାର ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ମାନେ ସମୂହ ଛୁଟିରେ ଯିବେ

0
191

ବ୍ରହ୍ମପୁର,୦୫/୦୮/୨୦୨୩: ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ, ବ୍ରହ୍ମପୁର ଶାଖା ତରଫରୁ ସଙ୍ଘର ସଭାପତି ଶ୍ରୀ ରାଜେଶ କୁମାର ତାରିଣୀଙ୍କ ନେତୃତ୍ବରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ୩ ଦଫା ଦାବୀ ସମ୍ମିଳିତ ସ୍ମାରକପତ୍ର ରଙ୍ଗେଇଲୁଣ୍ଡା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଜରିଆରେ ପ୍ରଦାନ କରଯାଇଥିଲା । ଏହାର ନକଲ ମାନ୍ୟବର ମନ୍ତ୍ରୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ,ମୁଖ୍ୟ ଶାସନ ସଚିବ ,ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବଙ୍କ ଉଦ୍ଦେଶ୍ୟରେ ମଧ୍ୟ ପ୍ରେରଣ କରାଯାଇଥିବା ସଙ୍ଘର ସଭାପତି ସୁଚନା ଦେଇଛନ୍ତି । ପ୍ରକାଶ ଥାଉକି କି ଗତ ୨୦୨୨ ନଭେମ୍ବର ମାସ ୨୭ ତାରିଖରେ ରାଜ୍ୟରେ ଏକ ଲକ୍ଷରୁ ଉର୍ଦ୍ଧ୍ଵ ପ୍ରାଥମିକ ଶିକ୍ଷକ ନିମ୍ନ ଲିଖିତ ଦାବୀ ହାସଲ ନିମନ୍ତେ ଆନ୍ଦୋଳନ କରିଥିଲେ। ତତ୍କାଳୀନ ମାନନୀୟ ମୁଖ୍ୟ ଶାସନ ସଚିବଙ୍କ ପତ୍ର ସଂଖ୍ୟା ୧୦୯ C S ତା ୩୦/୧୧/୨୦୨୨ ରିଖ ଅନୁଯାୟୀ ଶିକ୍ଷକ ପ୍ରତିନିଧି ମାନଙ୍କ ସହିତ ଆଲୋଚନା କରି ଦାବି ଗୁଡ଼ିକ ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଦୁଃଖ ଓ ପରିତାପର ବିଷୟ ଆଜକୁ ଆଠ ମାସରୁ ଉର୍ଦ୍ଧ୍ଵ ସମୟ ବିତିଯାଇଥିଲେ ମଧ୍ୟ ପ୍ରାଥମିକ ଶିକ୍ଷକ ମାନଙ୍କର ନିମ୍ନ ଲିଖିତ ଦାବୀ ଏଯାବତ୍ ପୂରଣ କରାଯାଇ ନାହିଁ। ଏଣୁ ରାଜ୍ୟ ସରକାରଙ୍କ ପ୍ରତାରଣା ,ଛଳନାର ଶିକାର ହୋଇ ଆସୁଥିବା ପ୍ରାଥମିକ ଶିକ୍ଷକ ମାନେ ପୁନର୍ବାର ଦୁର୍ବାର ଆନ୍ଦୋଳନ ସକାଶେ ଆଜିର ଦାବିପତ୍ର ମାଧ୍ୟମରେ ସରକାରଙ୍କୁ ଚେତାବନୀ ଶୁଣାଇଛନ୍ତି । ଏ ନେଇ ବ୍ରହ୍ମପୁର ମହାନଗରରେ କାର୍ଯ୍ୟରତ ପ୍ରାଥମିକ ଶିକ୍ଷକ ମାନେ ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖ ସ୍ଥିତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଶାଖା କାର୍ଯ୍ୟାଳୟରେ ବହୁ ସଂଖ୍ୟାରେ ପହଞ୍ଚି ଅତିରକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଜଗନ୍ନାଥ ଭୂୟାଁଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀ ରାଜ୍ୟର ଠିକା ନିଯୁକ୍ତି ଉଚ୍ଛେଦ କରିଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା ସହିତ ଶିକ୍ଷା କର୍ମୀ ଓ ଶିକ୍ଷା ସହାୟକଙ୍କ ଠିକା କାର୍ଯ୍ୟକାଳକୁ ନୋସନାଲ ଇନକ୍ରୀମେଣ୍ଟ୍ ପ୍ରଦାନ କରି ମୂଳ ଚାକିରୀରେ ଗଣନା କରିବା ସହିତ ଏକ୍ସ କ୍ୟାଡର ଶିକ୍ଷକ, କଳା ଓ କ୍ରୀଡା ଶିକ୍ଷକ ମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କରାଯିବା,ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ମାନଙ୍କୁ କେନ୍ଦ୍ରୀୟ ହାରରେ ବେତନ ( ମୂଳ ବେତନ ଲେଭେଲ୍ ୯ ଗ୍ରେଡ ପେ ୪୨୦୦ ଅନୁଯାୟୀ ) ପ୍ରଦାନ କରାଯିବା, ନୁତନ ପେନସନ ପ୍ରଥା ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ପୁନଃ ପ୍ରଚଳନ କରାଯିବା ନେଇ ଦାବି ପତ୍ର ରେ ଉଲ୍ଲେଖ କରିଛନ୍ତି।ଯଦି ଉପଲିଖିତ ଲିଖିତ ଦାବୀ ସମୂହକୁ ଆନ୍ତରିକତର ସହ ବିଚାରକୁ ନେଇ ତାହା ଚଳିତ ଅଗଷ୍ଟ ମାସ ୧୫ ତାରିଖ ମଧ୍ୟରେ ପୂରଣ ଦିଗରେ ବିହିତ ପଦକ୍ଷେପ ନ ନିଅନ୍ତି ,ତେବେ ଚଳିତ ଅଗଷ୍ଟ ମାସ ୧୬ ତାରିଖରୁ ଓଡ଼ିଶାର ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ମାନେ ସମୂହ ଛୁଟିରେ ରହି କାର୍ଯ୍ୟ ବନ୍ଦ ଆନ୍ଦୋଳନରେ ସାମିଲ ହେବାକୁ ବାଧ୍ୟ ହେବେ ବୋଲି ସଭାପତି ଶ୍ରୀ ତାରିଣୀ ପ୍ରକାଶ କରିଛନ୍ତି । ଆଜିର ଏ କାର୍ଯ୍ୟକ୍ରମରେ ସଙ୍ଘର ସମ୍ପାଦକ ଶ୍ରୀ ଅବନୀ କୁମାର ପାଢୀ,ଉପ ସଭାପତି ମମତାପାଣିଗ୍ରାହୀ ,କୋଷ।ଧକ୍ଷ ବାଙ୍କ ପ୍ରଧାନ ,ପରମେଶ୍ଵର ପାଣିଗ୍ରାହୀ ,ତାରା ପ୍ରସାଦ ମିଶ୍ର ,ତନୁଜା କୁମାରୀ ଦେବୀ ,ଏ. କାମରାଜୁ ପାତ୍ର ,ଗିରିଜା ଶଙ୍କର ପଣ୍ଡା ,ବି. ଦୁହିତାମା ପାତ୍ର ,ଲୋକନାଥ ସାହୁ ,ସୁନିତା କୁମାରୀ ପଟ୍ଟନାୟକ ,ଭଗବାନ ବିଶ୍ଵାଳଙ୍କ ସମେତ ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here