ହାତୀଓଟ କଲେଜରେ ଭୋଟର ସଚେତନତା କାର୍ଯ୍ୟକ୍ରମ

0
218

ପୋଲସରା, ୦୬/୦୮/୨୦୨୩: ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ଗ୍ରାମର ଗଙ୍ଗାଧର ସାହୁ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ପ୍ରଶାସନ ପକ୍ଷରୁ ଭୋଟର ତାଲିକାରେ ନାମ ଯୋଗ ନିମିତ୍ତ ଏକ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପୋଲସରା ବି.ଡ଼ି.ଓ. ଧର୍ମରାଜ ପରିଡା, ପୋଲସରା ତହସିଲଦାର ଭାସ୍କର ଚନ୍ଦ୍ର ସାହୁ ଓ ସୁପରଭାଇଜର ଅକ୍ଷୟ କୁମାର ପଣ୍ଡା, ଶିକ୍ଷାବିତ ମୁରଲୀଧର ନନ୍ଦ ଓ ମହାବିଦ୍ୟାଳୟର ଅଧ୍ୟକ୍ଷା ଯାଜ୍ଞସେନି ସାହୁ ପ୍ରମୁଖ ଯୋଗଦେଇଥିଲେ। ନିର୍ବାଚନ କାର୍ଯ୍ୟକ୍ରମ ସହ ସମ୍ପୃକ୍ତ ବିଡିଓ ଶ୍ରୀ ପରିଡା , ତହସିଲଦାର ଶ୍ରୀ ସାହୁ ଓ ସୁପରଭାଇଜର ଶ୍ରୀ ପଣ୍ଡା ଆସନ୍ତା ନିର୍ବାଚନ ପାଇଁ ଭୋଟର ତାଲିକାରେ ନାମ ଯୋଗ କରିବା ବିଷୟ ନେଇ ଛାତ୍ରଛାତ୍ରୀମାନଙ୍କୁ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ। ୨୦୦୫ ମସିହା ଜାନୁଆରୀ ମାସ ପୂର୍ବରୁ ଯେଉଁମାନେ ଜନ୍ମ ଗ୍ରହଣ କରିଥିବେ ସେମାନେ ୬ ନମ୍ବର ଫର୍ମ ପୂରଣ କରି ନିଜ ଗ୍ରାମ ବା ସହରରେ ଭୋଟର ତାଲିକାରେ ନାମ ଯୋଗ କରିପାରିବେ। ଭୋଟର କାର୍ଡ ର ଗୁରୁତ୍ୱ ଓ ଭୋଟ ଦାନର ମହତ୍ ଉଦ୍ଦେଶ୍ୟ ନେଇ ଅଧିକାରୀ ବୃନ୍ଦ ମତ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଯୁବ ରେଡକ୍ରସ ସଂଯୋଜକ ଅଧ୍ୟାପକ ତ୍ରିଲୋଚନ ଦାସ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ କଲେଜର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା, ଦିଲ୍ଲୀପ କୁମାର ପ୍ରଧାନ, ଅନିଲ କୁମାର ଖଟେଇ, ଆଦିତ୍ୟ ନାରାୟଣ ବିଷୋୟୀ, ବିଷ୍ଣୁ ପ୍ରସାଦ ଜାନି, ରାଜେନ୍ଦ୍ର ସାହୁ, ଜାନକୀ କୁମାରୀ ସାହୁ ଓ ନିବେଦିତା ସ୍ୱାଇଁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଶେଷରେ ଅଧ୍ୟାପକ ଆଦିତ୍ୟ ନାରାୟଣ ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here