ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅର୍ଥନୀତି ବିଭାଗ ତରଫରୁ ସ୍ୱଚ୍ଛତା କାର୍ଯ୍ୟକ୍ରମ

0
202

ବ୍ରହ୍ମପୁର,୦୫/୦୮/୨୦୨୩: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗର ସ୍ନାତକୋତ୍ତର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଆଜି ବିଶ୍ୱବିଦ୍ୟାଳୟ ପରିସରରେ ସଫେଇ କାର୍ଯ୍ୟକ୍ରମ କରାଯାଇଅଛି l ଅର୍ଥନୀତି ବିଭାଗର ସହଯୋଗୀ ପ୍ରଫେସର ଡକ୍ଟର ମୃତ୍ୟୁଞ୍ଜୟ ସ୍ୱାଇଁଙ୍କ ତତ୍ୱାବଧାନରେ ବିଶ୍ୱବିଦ୍ୟାଳୟର ପରିସର ତଥା କମ୍ପୁଟରସାଇନ୍ସ ବିଭାଗର କ୍ୟାମ୍ପସ, ଗଣିତବିଭାଗର କ୍ୟାମ୍ପସ ଓ ଅର୍ଥନୀତି ବିଭାଗର କ୍ୟାମ୍ପସ ପରିସର ସଫେଇ କରାଯାଇଥିଲା l ଏହି ସଫେଇ କାର୍ଯ୍ୟକ୍ରମରେ ଅର୍ଥନୀତି ବିଭାଗର ସହକାରୀ ପ୍ରଫେସର ଡକ୍ଟର ବିଷ୍ଣୁଚରଣ ବେହେରା, ଶ୍ରୀ ପବିତ୍ର ସିଂ,ସହକାରୀ ପ୍ରଫେସର ଡକ୍ଟର ଦୀପ୍ତିମୟୀ ମିଶ୍ର, ଡକ୍ଟର ବିଭୁନନ୍ଦିନୀ ଦାସଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ l ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକାମାନେ ବିଶ୍ୱବିଦ୍ୟାଳୟର ପରିବେଶ ପର୍ଯ୍ୟାବରଣ ସମ୍ପର୍କରେ ସଚେତନତା ସୃଷ୍ଟିକରିବା ପାଇଁ ପରାମର୍ଶ ଦେଇଥିଲେ l ବିଶ୍ୱବିଦ୍ୟାଳୟର ଚତୁଃପାର୍ଶ୍ଵକୁ ପ୍ରତି ଶନିବାରଦିନ ଘଣ୍ଟାଟିଏ ଲେଖାଏଁ ସମୟ ଦେଇ ସଫା କରିବେ ବୋଲି ଅର୍ଥନୀତି ବିଭାଗର ଛାତ୍ରଛାତ୍ରୀମାନେ ଶପଥ କରିଥିଲେ l ଆଜିର ଏହି କାର୍ଯ୍ୟକ୍ରମ ରେ ଆଶିଷ ସେନାପତି, ସତ୍ୟନାରାୟଣ ବାରିକ, ମନୋଜ ସାହୁ, ପ୍ରଭାତରଞ୍ଜନ ସାହୁ, ପ୍ରଣୟ ପାତ୍ର, ନୀଳମଣି ପଣ୍ଡା,ଘନଶ୍ୟାମ କୁରକୁରିଆ ,ଅବିନାଶ ପାତ୍ର ନିରଞ୍ଜନ କାର୍ଜି ,ଜସ୍ମିନ ମହାରଣା, ସୁଜା ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here