ଭୋଟର ତାଲିକା ସଂଶୋଧନ ପାଇଁ ସ୍ବତନ୍ତ୍ର ଅଭିଯାନ

0
149

ବ୍ରହ୍ମପୁର, ୦୭/୦୮/୨୦୨୩:ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗଙ୍କ ନିର୍ଦ୍ଧେଶ କ୍ରମେ ଭୋଟର ତାଲିକା ସଂଶୋଧନ ପାଇଁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି l ଆଜି ବ୍ରହ୍ମପୁର ଉପଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣି ଙ୍କ ଅଧ୍ୟକ୍ଷତାରେ ସମସ୍ତ ରାଜନୈତିକ ଦଳ ଙ୍କ ଉପସ୍ଥିତି ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଜିଲ୍ଲାପାଳଙ୍କ ନିର୍ଦ୍ଧେଶ କ୍ରମେ ଗତ ଜୁଲାଇ ୨୧ ତାରିଖରୁ ଆରମ୍ଭ ହୋଇ ଏହି ସଂଶୋଧନ ଅଭିଯାନ ଅଗଷ୍ଟ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ,ଘରକୁ ଘର ବୁଲି ବୁଥ ସ୍ତରୀୟ ଅଧିକାରୀ ଭୋଟର ତାଲିକା ତଥ୍ୟ ତନଖି କରିବା ସହ ଯୋଗ୍ୟ ପାର୍ଥି/ପାର୍ଥିନୀ ମାନଙ୍କୁ ଭୋଟର ତାଲିକାରେ ପଞ୍ଜୀକୃତ,ମୃତ ଓ ସମ୍ପୂର୍ଣ୍ଣ ସ୍ଥାନାନ୍ତରିତ ଭୋଟରଙ୍କୁ ଚିହ୍ନଟ ସହ ସଠିକ୍ ଭୋଟର ତାଲିକା ପ୍ରସ୍ତୁତ କୌଶଳ ବିଷୟରେ ଆଲୋଚନା କରାଯାଇଥିଲା l ନୂତନ ଭୋଟର ଙ୍କ ପଞ୍ଜିକରଣ ସଂଗେସଂଗେ ମହିଳା ଭୋଟର ଙ୍କ ପ୍ରାଧାନ୍ୟ ଦିଆଯିବାକୁ ଆଲୋଚନା ହୋଇଥିଲା l ଆଗକୁ ଥିବା ବୁଥ ସ୍ତରୀୟ ଅଧିକାରଙ୍କ ମାଧ୍ୟମରେ ସ୍ବତନ୍ତ୍ର ସାରାଂଶ ପୁନରିକ୍ଷଣ (special summary revision) ଯାହା ଆସନ୍ତା ତା ୧୭.୧୦.୨୦୨୩ରିଖ ଠାରୁ ୩୦.୧୧.୨୦୨୩ ପର୍ଯ୍ୟନ୍ତ ଚାଲୁରହିବ l ଏତତଦ୍ୱାରା ଅଧିକରୁ ଅଧିକ ନୂତନ ଭୋଟର ସହିତ ଅନ୍ୟାନ୍ୟ ଆବଶ୍ୟକ ତଥ୍ୟ ସଂଶଧନ ନିମନ୍ତେ ସଂଗ୍ରହ କରାଯିବ l ଆଗାମୀ ନର୍ବାଚନ ବର୍ଷକୁ ଦୃଷ୍ଟି ରେ ରଖି ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତିରେ ଆବଶ୍ୟକ ସହଯୋଗ କରିବା ନିମନ୍ତେ ସମସ୍ତ ରାଜନୈତିକ ଦଳର ସଦସ୍ୟଙ୍କୁ ଉପଜିଲ୍ଲାପାଳ ଅପିଲ କରିଥିଲେ l ଆଜିର ଏହି ବୈଠକରେ ବିଜେଡି ,ବିଜେପି,କଂଗ୍ରେସ , କମ୍ୟୁନିଷ୍ଟ ଦଳ ପ୍ରମୁଖ ଉପସ୍ଥିତ ରହିଥିଲେ l

LEAVE A REPLY

Please enter your comment!
Please enter your name here