କଉଡ଼ିଆ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ

0
179

ସାନଖେମୁଣ୍ଡି , ୧୧/୦୮/୨୦୨୩: ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟଳୟ ଅନ୍ତର୍ଗତ କଙ୍କୋରଡ଼ା କ୍ଲଷ୍ଟରର କଉଡ଼ିଆ କଉଡ଼ିଆ ସରକାରୀ ଉନ୍ନୀତ ଉଚ ପ୍ରାଥମିକ ବିଦ୍ୟାଳୟରେ ଚଳିତ ବର୍ଷର ବାର୍ଷିକ ପୋଷାକ ବିତରଣ ଉତ୍ସବ ଆଜି ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ଭରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ରବି ବେହେରାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅନୁଜ ଦଳେଇ ପୌରହିତ୍ୟ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ କଉଡ଼ିଆ ପଞ୍ଚାୟତ ସରପଂଚ ଶ୍ରୀମତୀ ଜୟନ୍ତୀ ଖୁଣ୍ଟିଆ , ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ଅମିନ ପ୍ରଧାନ , ସମିତି ସଭ୍ୟା ଉର୍ମିଳା ନାୟକ , ନାଏବ ସରପାଞ୍ଚ ଜିଲୁ ପ୍ରଧାନଙ୍କ ସହ କ୍ଲଷ୍ଟର ସଂଯୋଜକ ଶିବରାମ ପ୍ରଧାନ ପ୍ରମୁଖ ମଞ୍ଚାସିନ ରହିଥିଲେ ।
ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଗହଣରେ ଗ୍ରାମ ବୁଦ୍ଧିଜୀବୀ ଏବଂ ଅଭିଭାବକଙ୍କ ସମାବେଶରେ ଆୟୋଜିତ ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ମଞ୍ଚାସୀନ ଅତିଥି ସମୂହ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ସରକାରଙ୍କ ଶିକ୍ଷା ବିଭାଗର ସଂସ୍କାର ଏବଂ ବିଦ୍ୟାଳୟର ବୌଦ୍ଧିକ ଭିତ୍ତିଭୂମିର ବିକାଶ ନେଇ ରହିଥିବା ଆଭିମୂଖ୍ୟକୁ ନେଇ ଅବତାରଣା କରିଥିଲେ । ସମ୍ମାନିତ ଅତିଥି ଜିଲ୍ଲାପରିଷଦ ସଭ୍ୟ ଶ୍ରୀ ପ୍ରଧାନ ନିଜ ଅଭିବ୍ୟକ୍ତିରେ ସରକାରଙ୍କ ମୋ ସ୍କୁଲ ପରିଯୋଜନା ଅନ୍ତର୍ଗତରେ ବିଦ୍ୟାଳୟରେ କରାଯାଉଥିବା ଭିତ୍ତିଭୂମି ବିକାଶ ଜନିତ କାର୍ଯ୍ୟକ୍ରମ ଏବଂ ଅନୁଦାନ ସମ୍ପର୍କରେ ଅବତାରଣା କରିଥିଲେ । ଏହା ସହ ପଞ୍ଚାୟତ ସ୍ତରରେ ପ୍ରାଥମିକ ଶିକ୍ଷାର ଭିତ୍ତିଭୂମି ନେଇ ବିଦ୍ୟାଳୟ ପ୍ରତି ରହିଥିବା ଅନୁଦାନ ଏବଂ ବିନିଯୋଗିତା ନେଇ ସରପଂଚ ଶ୍ରୀମତୀ ଖୁଣ୍ଟିଆ ନିଜ ମତାମତ ପ୍ରଦାନ କରିଥିଲେ । ଏହି ଅବସରରେ ବିଦ୍ୟାଳୟରେ ଶିକ୍ଷାରତ ପ୍ରଥମ ଶ୍ରେଣୀରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୨୫୫ ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ଵାରା ଚଳିତ ବର୍ଷର ପୋଷାକ ସହ ଜୋତା ମୋଜା କ୍ୟାପ ଆଦି ବଣ୍ଟନ କରାଯାଇଥିଲା । ବିଦ୍ୟାଳୟର ସହକାରୀ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହ ଗ୍ରାମ ଯୁବଗୋଷ୍ଠୀ ଏବଂ ବୁଦ୍ଧିଜୀବୀ ସମୂହ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବା ସହ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here