ଗଞ୍ଜାମ ଜିଲ୍ଲା ସ୍ତରୀୟ “ଉତ୍କର୍ଷ” ଶିକ୍ଷକ ତାଲିମ କାର୍ଯ୍ୟକ୍ରମ ଉଦ୍‌ଯାପିତ

0
223

ବ୍ରହ୍ମପୁର,୧୧/୦୮/୨୦୨୩: ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଦ୍ବାରା ନବମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କର ଲଭିଂ ଏନହାନସମେଣ୍ଟ ପ୍ରୋଗ୍ରାମ “ଉତ୍କର୍ଷ” ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଅଛି । ଗଞ୍ଜାମ ଜିଲ୍ଲାର ସମସ୍ତ ୩୮୩ ସରକାରୀ ଉଚ୍ଚ ବିଦ୍ୟାଳୟର ମୋଟ ୧୬୯୫ ଜଣ ପ୍ରଧାନ ଶିକ୍ଷକ,ଶିକ୍ଷକ ଶିକ୍ଷୟିତ୍ରୀ (ବିଜ୍ଞାନ, ଗଣିତ, ଇଂରାଜୀ ଓ ସାହିତ୍ୟ)ଙ୍କର ଅଗଷ୍ଟ ୧୮ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ତାଲିମ ଜିଲ୍ଲାର ୟୁ.ବି.ହାଇସ୍କୁଲ, ଭଞ୍ଜନଗର/ ଡ଼ି.ବି. ହାଇସ୍କୁଲ, ଭଞ୍ଜନଗର । ସରକାରୀ ଅନ୍‌ ଉଚ୍ଚ ବିଦ୍ୟାଳୟ, ଛତ୍ରପୁର । ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ, ଛତ୍ରପୁର । ଭି.ଭି. ଗିରି ବାଳିକା ଉଚ୍ଚ ବିଦ୍ୟାଳୟ, ବ୍ରହ୍ମପୁର ।ସରକାରୀ ଉଚ୍ଚ ବିଦ୍ୟାଳୟ ମେଡ଼ିକାଲ୍ କ୍ୟାମ୍ପସ, ବ୍ରହ୍ମପୁର । କୁଇନ୍ ଅଫ୍ ଦି ମିଶନ୍ ଉଚ୍ଚ ବିଦ୍ୟାଳୟ, ବ୍ରହ୍ମପୁର ଓ ସହିଦ୍ ଲକ୍ଷ୍ମଣ ନାୟକ ସ୍ମାରକୀ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ପ୍ରଶିକ୍ଷଣ ପାଇଁ ପ୍ରତ୍ୟେକ ବିଷୟରେ ଚାରିଜଣ ପ୍ରଶିକ୍ଷକ ନିୟୋଜିତ ହୋଇଥିଲେ ଓ ପ୍ରତ୍ୟେକ ତାଲିମ ଶିବିରରେ ଶିକ୍ଷକମାନଙ୍କୁ ତାଲିମ ପ୍ରଦାନ କରିଥିଲେ ।ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧ୍ବକାରୀ ଶ୍ରୀମତୀ ବିନୀତା ସେନାପତିଙ୍କ ପ୍ରତ୍ୟେକ୍ଷ ମାର୍ଗ ଦର୍ଶନ ଓ ତତ୍ତ୍ୱବୋଧନରେ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ରାମଚନ୍ଦ୍ର ମହାରଣା ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସିଟି ହାଇସ୍କୁଲର ପ୍ରଧାନ ଶିକ୍ଷକ ପନଗ ଭୂଷଣ ମାଝୀ, ଟାଙ୍ଗଣାପଲ୍ଲୀ ହାଇସ୍କୁଲ ପ୍ରଧାନ ଶିକ୍ଷକ ବିଷ୍ଣୁ ପ୍ରସାଦ ତ୍ରିପାଠୀ, କେ, ଶରତ କୁମାର ଓ କିଶୋର କୁମାର ବେହେରା ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here