ପୋଲସରା ୧୨/୮/୨୩ ଗଞ୍ଜାମ ଜିଲ୍ଲାର ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ପୂର୍ବତନ ପ୍ରିନ୍ସପାଲ ତଥା ପ୍ରାଣୀ ବିଜ୍ଞାନ ବିଭାଗ ରିଡର ଡକ୍ଟର ଦିବାକର ମିଶ୍ରଙ୍କୁ କଲେଜ ଷ୍ଟାପ କ୍ଲବ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। କଲେଜ ପ୍ରିନ୍ସପାଲ ବନମାଳୀ ବେହେରାଙ୍କ ଅଧ୍ୟକ୍ଷତାରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିବା ବେଳେ କଲେଜ ଷ୍ଟାପ କ୍ଲବ ସମ୍ପାଦକ ଶେଖ ଫରିଦ୍ ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମରେ କଲେଜର ରିଡର ବାଲରାଜୁ ପାତ୍ର ଓ ରବୀନ୍ଦ୍ର ନାଥ ପାଳ, ଅଧ୍ୟାପକ ଓ ଅଧ୍ୟାପିକା ଉଷା ରଞ୍ଜନ ଦାଶ, ଦିନେଶ କୁମାର ସାହୁ, ଡକ୍ଟର ଜ୍ୟୋତ୍ସ୍ନା ରାଣୀ ପଟ୍ଟନାୟକ, ବିରଞ୍ଚିନାରାୟଣ ରଥ, ବିଶ୍ଵନାଥ ଚୌଧୁରୀ, ରାକେଶ କୁମାର ପ୍ରଧାନ ଓ ଶାନ୍ତନୁ ପ୍ରଧାନ ଏବଂ ଅଣଶିକ୍ଷକ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ପୂର୍ବତନ ଅଧ୍ୟକ୍ଷ ଡକ୍ଟର ମିଶ୍ରଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ।