ବ୍ରହ୍ମପୁର ପୂର୍ଣ୍ଣାଙ୍ଗ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଆନ୍ଦୋଳନ ଓ ପଥପ୍ରାନ୍ତ ସଭା ଅନୁଷ୍ଠିତ

0
56

ବ୍ରହ୍ମପୁର ,୦୩/୦୯/୨୦୨୩: ସ୍ଥାନୀୟ ରାମଲିଙ୍ଗମ ପାର୍କ ଠାରେ ଆଜି ବ୍ରହ୍ମପୁରରେ ପୂର୍ଣ୍ଣାଙ୍ଗ ବିମାନ ବନ୍ଦର ପ୍ରତିଷ୍ଠା ଓ ଗଞ୍ଜାମ ଜିଲ୍ଲା ପ୍ରତି ଭେଦଭାବପୂର୍ଣ୍ଣ ନୀତି ବନ୍ଦ କରି ସର୍ବାଙ୍ଗୀନ ବିକାଶ କରିବା ପାଇଁ ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ଆନୁକୁଲ୍ୟରେ ଏକ ଆନ୍ଦୋଳନ ଓ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ବ୍ରହ୍ମପୁର ଠାରେ ଏକ ପୂର୍ଣ୍ଣାଙ୍ଗ ବିମାନ ବନ୍ଦର ପ୍ରତିଷ୍ଠା, ଗଞ୍ଜାମ ଜିଲ୍ଲା ପ୍ରତି ଭେଦଭାବ ପୂର୍ଣ୍ଣ ନୀତି ତୁରନ୍ତ ବନ୍ଦ କରିବା, ଜିଲ୍ଲାରେ ଦୃତ ଶିଳ୍ପାୟନ ଓ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ପାଇଁ ସ୍ଲୋଗାନ ଦେବାସହ ଜନ ଜାଗରଣ ନିମନ୍ତେ ପତ୍ରିକା ବିତରଣ କରାଯାଇଥିଲା । ଗତ ମାର୍ଚ୍ଚ ୫ ତାରିଖରୁ ବ୍ରହ୍ମପୁରରୁ ଭୁବନେଶ୍ଵରକୁ ବିମାନ ସେବା ଆରମ୍ଭ ହୋଇଥିବା ବେଳେ ଏହା ମଧ୍ୟରେ ରଙ୍ଗେଇଲୁଣ୍ଡା ବିମାନ ବନ୍ଦରର ବିକାଶ କରିବା ପାଇଁ ଦୁଇ ଥର ଟେଣ୍ଡର ବାହାର କରି ସରକାର ବିଭିନ୍ନ ବାହାନା ଦେଖାଇ ବାତିଲ କରିଛନ୍ତି। । ତେଣୁ ଆଉ କେତେଦିନ ବ୍ରହ୍ମପୁର ପୂର୍ଣ୍ଣାଙ୍ଗ ବିମାନବନ୍ଦର ନାଁରେ ଓଡ଼ିଶା ସରକାର ଗଞ୍ଜାମବାସୀଙ୍କୁ ଲଲିପପ ଦେଖାଇବେ ବୋଲି କାର୍ଯ୍ୟକର୍ତ୍ତା ମାନେ ପ୍ରଶ୍ନ କରିଥିଲେ । ବ୍ରହ୍ମପୁର ପୂର୍ଣ୍ଣାଙ୍ଗ ବିମାନ ବନ୍ଦର କାର୍ଯ୍ୟ ଯଥାଶୀଘ୍ର ସାରି ଡି.ଜି.ସି.ଏ ଅନୁମତି ଆଣିବା, ବ୍ରହ୍ମପୁରରୁ ତୁରନ୍ତ ସ୍କେଡୁଲ ବିମାନ ସେବା ଆରମ୍ଭ କରିବା, ଅନଲାଇନ୍ ଟିକେଟ ବୁକିଙ୍ଗ ବ୍ୟବସ୍ଥା କରିବା, ବ୍ରହ୍ମପୁର ଠାରୁ କଲିକତା, ହାଇଦ୍ରାବାଦ, ବିଶାଖାପାଟଣା, ଦିଲ୍ଲୀ, ବାଙ୍ଗାଲୋର, ମୁମ୍ବାଇ, ଚେନ୍ନାଇ, ଅହମଦାବାଦ ପ୍ରଭୃତି ପ୍ରମୁଖ ସହରକୁ ନିୟମିତ ବିମାନ ଚଳାଚଳ ବ୍ୟବସ୍ଥା କରିବା ପାଇଁ ଏହି ଅବସରରେ ଦାବି କରଯାଇଥିଲା । କାର୍ଯ୍ୟକ୍ରମରେ ଫୋରମ୍ ସଚିବ ଭି.ସୋମେଶ୍ୱର ରାଓ, ପ୍ରିତିଶ ପାଣିଗ୍ରାହୀ, ସହ ସଚିବ ମାନସ ରଞ୍ଜନ ପାତ୍ର, ପ୍ରବୀଣ ପଟ୍ଟନାୟକ, ସନ୍ତୋଷ କୁମାର ସାହୁ, ରମେଶ ଚନ୍ଦ୍ର ସାହୁ, ଆଦିତ୍ୟ ରଥ, କିରଣ କୁମାର ପଣ୍ଡା, ଏନ୍. ନୀଳ ମାଧବ ପାତ୍ର, ୱାଇ. ନାରାୟନ, ଜେ ସୂର୍ଯ୍ୟ ନାରାୟଣ, କେ ଶ୍ରୀନିବାସ ରାଓ, ପାର୍ଥସାମ, ପି ଭେଙ୍କଟ ରମଣ, ଗଣେଶ, ସୁଧା, ଚିନା, ଭାସ୍କର, ଶଙ୍କର, ସିଦ୍ଧୁ, ରାମୁ, ସତିଶ, ଲକ୍ଷ୍ମୀ ପତି, ରବି, ଏନ୍.ରାମା ରାଓ, ସନ୍ତୋଷ ସ୍ୱାଇଁ, ପ୍ରକାଶ ଭଜାନିଙ୍କ ସମେତ ବହୁ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here