ବ୍ରହ୍ମପୁର,୨୩/୦୯/୨୦୨୩:
ସତ୍ୟ ଙ୍କ ବିରଳ କଳା କୃତି ଏସିଆ ବୁକ୍ ଅଫ୍ ରେକର୍ଡସ୍ ରେ ସ୍ଥାନ ପାଇଲା।ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା ନିର୍ମାଣ କରିଥିବା ବିଶ୍ଵ ର ସବୁଠାରୁ କ୍ଷୁଦ୍ର ଭାରତ ମାନଚିତ୍ର। ଏସିଆ ବୁକ୍ ଅଫ୍ ରେକର୍ଡସ୍ ରେ ସ୍ଥାନ ପାଇଲା। ଏହାର ଉଚ୍ଚତା ୨ ଏମ ଏମ ପେନସିଲ ମୁନ ରେ ଏହାକୁ ତିଆରି କରିଥିଲେ ତିଆରି କରିବାକୁ ସତ୍ୟଙ୍କୁ ୪ମିନଟ ୫୭ ସେକେଣ୍ଡ ସମୟ ମଣ୍ଡଳ ଲାଗିଥିଲା।
ପୂର୍ବରୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ରେ ସ୍ଥାନ ପାଇଛି। ଏସିଆ ବୁକ୍ ଅଫ୍ ରେକର୍ଡସ୍ ସ୍ଥାନ ପାଇବା ପରେ ସତ୍ୟ ବହୁତ ଖୁସି ହୋଇଛନ୍ତି।ପୂର୍ବରୁ ୧ ଏମ ଏମ ରୁ କମ ତ୍ରିରଙ୍ଗା ତିଆରି କରିଥଲେ ଏହା ସହ ୭୫ ଟି କ୍ଷୁଦ୍ରତମ ପ୍ରର୍ଯ୍ୟଟନ ସ୍ଥଳୀ ପରିବେଶ କୁ ସଫା ସୁତର ରଖିବା ନିମନ୍ତେ ତିଆରି କରିଥିଲେ।ସତ୍ୟ ଅନେକ କଳାକୃତି କରି ଅନେକ ରେକର୍ଡ ହାସଲ କରିଛନ୍ତି।୬୦ରୁ ଉର୍ଦ୍ଧ ରେକର୍ଡସ୍ ଅଧିକାରୀ ହୋଇଛନ୍ତି। ସେ ସର୍ବଦା ନୂତନ କଳା କୃତି କରିବା ପ୍ରୟାସ ଜାରି ରଖିଛନ୍ତି।