ବାଲିପଡା ଅଙ୍ଗନବାଡି ସେକ୍ଟର ପକ୍ଷରୁ ପୋଷଣ ମାହ କାର୍ଯ୍ୟକ୍ରମ ଅନୁଷ୍ଠିତ

0
42

କୁକୁଡ଼ାଖଣ୍ଡି,୨୩/୦୯/୨୦୨୩: କୁକୁଡାଖଣ୍ଡି ବ୍ଲକ ଆଇସିଡିଏସ୍ ପକ୍ଷରୁ ବାଲିପଡା ସ୍ଥିତ ଘାଟିପାରି ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ଅଙ୍ଗନବାଡି ସେଣ୍ଟରରେ ଏହି ପୋଷଣ ମାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।କୁକୁଡ଼ାଖଣ୍ଡି ସିଡିପିଓ କୁସୁମ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଡି.ଏସ୍.ଡବ୍ଲୁ.ଓ ଅଭିଦା ପରବିନ୍ ଯୋଗ ଦେଇଥିବା ବେଳେ ସମ୍ମାନ୍ନିତ ଅତିଥି ରୂପେ କୁକୁଡ଼ାଖଣ୍ଡି ତହସିଲଦାର ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ଶୁଭସ୍ମିତା ଦାସ,ଜିଲ୍ଲା ବାଲ୍ୟ ବିବାହ କୋର୍ଡିନେଟର ଦେବବ୍ରତ ମାହୁନ୍ତ,ବିଏସଏସଓ ମନୋଜ କୁମାର ପ୍ରଧାନ,ଅତିରିକ୍ତ ତହସିଲଦାର ସ୍ୱାଗତିକା ରଥ ଓ ଜ୍ୟୋତି କୁମାରୀ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ।ନିଜ ଅଂଚଳରେ ସୁବିଧା ଓ ଶସ୍ତାରେ ମିଳୁଥ‌ିବା ପନିପରିବାରେ କେତେ ପରିମାଣର ଭିଟାମିନ୍ ମିଳିଥାଏ ଏବଂ କେଉଁ ପନିପରିବାରୁ କେଉଁଭଳି ଭିଟାମିନ ମିଳିଥାଏ ତାହା ଉପରେ ବିସ୍ତୃତ ଭାବେ ବୁଝାଇଥିଲେ । ଗାଁ ଗହଳିରେ କେଉଁଭଳି ଭାବେ ପୋଷଣର ସଚେତନ କରାଯାଇପାରିବ ସେ ବିଷୟରେ ଉପସ୍ଥିତ ଅଙ୍ଗନବାଡି ଦିଦିଙ୍କ ସହ ଅଲୋଚନା କରିଥିଲେ ।ସେହିଭଳି ସୁସ୍ଥ ଶିଶୁକୁ ଜନ୍ମ ଦେବା ପାଇଁ ପ୍ରଥମେ ମାଁ କୁ ସୁସ୍ଥ ରହିବା ନିହାତି ଜରୁରୀ ଅଟେ ।ଫଳରେ ଶିଶୁ ଉର୍ବର ମସ୍ତିଷ୍କ ହୋଇ ଜନ୍ମ ଗ୍ରହଣ କରିଥାଏ । ବର୍ତ୍ତମାନ ସରକାରଙ୍କ ପକ୍ଷରୁ ୧୫ରୁ ୧୯ ବର୍ଷ ବୟସ୍କା କିଶୋରୀ ବାଳିକା ମାନଙ୍କ ସୁସ୍ଥ ରହିବା ପାଇଁ ପୃଷ୍ଟିକର ଖାଦ୍ୟ ସହ ଅଣ୍ଡା ପ୍ରଦାନ କରିବା ପାଇଁ ସରକାର ଯୋଜନା କରିଛନ୍ତି ବୋଲି ମୁଖ୍ୟଅତିଥି ଅଭିଦା ପରବିନ୍ ନୀଜର କହିଥିଲେ ।ସେହିପରି ସମ୍ମାନ୍ନିତ ଅତିଥି ରୂପେ ଯୋଗ ଦେଇଥିବା ବି.ଏସ.ଏସ.ଓ ଶ୍ରୀ ପ୍ରଧାନ ନିଜ ବକ୍ତବ୍ୟରେ କହିଥିଲେ ଯେ, ପୃଷ୍ଟିକର ଖାଦ୍ୟ ଅଭାବରେ ବିକଳାଙ୍ଗ ହୋଇଥିବା ଶିଶୁ ମାନଙ୍କୁ ଚିନ୍ନଟ କରାଯାଇ ସେମାନଙ୍କୁ ଚିକିତ୍ସା ନିମନ୍ତେ ଥେରାପି ସେଣ୍ଟର କୁ ନେଇ ଚିକିତ୍ସା କରାଯିବ ତାହା ହେଲେ ଜଣେ ବିକଳାଙ୍ଗ ଶିଶୁ ପୁଣି ସୁସ୍ଥ ଅନୁଭବ କରିପାରିବ ବୋଲି କହିଥିଲେ ।ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଙ୍ଗନବାଡି କେନ୍ଦ୍ର ପକ୍ଷରୁ ବିଭିନ୍ନ ପନିପରିବାକୁ ଅତିଥି ଓ ଅଭିଭାବକ ଆଗରେ ସୁନ୍ଦର ଭାବରେ ଉପସ୍ଥାପନ କରାଯାଇଥିଲା ।ପରିଶେଷରେ ବାଲିପଡା ସେକ୍ଟର ର ଅଧୀନରେ ଥିବା ବିଭିନ୍ନ ଅଙ୍ଗନବାଡି ସେଣ୍ଟରରୁ ଆସିଥିବା କୁନି କୁନି ଶିଶୁମାନେ ନିଜର ପ୍ରତିଭା ପ୍ରଦର୍ଶନ କରିବା ସହ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ ।ଆଜିର ଏହି କାର୍ଯ୍ୟକ୍ରମରେ ସୁପ୍ରଭାଇଜର ପ୍ରତିଭା ମହାନ୍ତି,ଲିଜା ସେଠି, ମାଣିକେଶ୍ୱରୀ ପଟ୍ଟନାୟକ, ସୁଦେଷ୍ଟା ପଟ୍ଟନାୟକ, ପ୍ରମିଳା ଜେନାଙ୍କ ସମେତ ବାଲିପଡା ସେକ୍ଟର ଅଙ୍ଗନବାଡି କର୍ମୀ ଓ ସହାୟିକା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here