ବ୍ରହ୍ମପୁର, ୨୩/୦୯/୨୦୨୩ : ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ସ୍ଵଳ୍ପ ସଞ୍ଚୟ ଓ ଆର୍ଥିକ ସେବା ବିଭାଗ ତରଫରୁ ସ୍ଥାନୀୟ ରାଜସ୍ବ ଡାକ ବଙ୍ଗଳା ସମ୍ମିଳନୀ କକ୍ଷରେ ଆଜି ସ୍ଵଳ୍ପ ସଞ୍ଚୟ ଅଭିକର୍ତ୍ତାଙ୍କ ନିମନ୍ତେ ଏକ ଆର୍ଥିକ ସାକ୍ଷରତା ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ପ୍ରଥମେ ଅତିରିକ୍ତ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ଶ୍ରୀମତୀ ସୁମନା ପଣ୍ଡା ଉପସ୍ଥିତ ଅତିଥିଙ୍କ ପରିଚୟ ପ୍ରଦାନ କରି ସେମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ l ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ପୋଷ୍ଟାଲ ଡିଭିଜନର ବରିଷ୍ଠ ଅଧିଖ୍ୟକ ଶ୍ରୀ ତାରିଣୀ ଚରଣ ପାଢ଼ୀ ଯୋଗ ଦେଇ ସ୍ଵଳ୍ପ ସଞ୍ଚୟ ଓ ବୀମା ର ଅନେକ ଯୋଜନା ର ଆଲୋକପାତ କରିଥିଲେ ଓ ଏହାର ଉପକାରିତା ବିଷୟରେ ବୁଝାଇଥିଲେ l ଭଞ୍ଜନଗର ଉପଖଣ୍ଡର ଅତିରିକ୍ତ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ରଥ ଡିଜିଟାଲ କାରବାର ଓ ସାଇବର କ୍ରାଇମ ଉପରେ ଖୁବ୍ ସୁନ୍ଦର ଓ ସରଳ ଭାବରେ ଅବଗତ କରିଥିଲେ l ଇଣ୍ଡିଆନ ପୋଷ୍ଟାଲ୍ ପେମେଣ୍ଟ ବ୍ୟାଙ୍କର ଅଧିକାରୀ ଶ୍ରୀମତୀ ତିଳୋତ୍ତମା ଦେବୀ ଚିଟଫଣ୍ଡ ସଂସ୍ଥା ର ଅପକରିତା ବିଷୟରେ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ l ଶେଷରେ ବ୍ରହ୍ମପୁର ଉପଖଣ୍ଡ ର ଅତିରିକ୍ତ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ଶ୍ରୀମତୀ ସୁମନା ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ l ଏହି ବୈଠକରେ ବ୍ରହ୍ମପୁର ର ସ୍ଵଳ୍ପ ସଞ୍ଚୟ ଅଭିକର୍ତା ମାନେ ଉପସ୍ଥିତ ଥିଲେ l