ଜୁଗୁଡି ଗଣେଶ ପୂଜା ଉତ୍ସବରେ ଯୋଗ ଦେଲେ ସାନଖେମୁଣ୍ଡି ବିଧାୟକ ରମେଶ ଜେନା ।

0
177

କୁକୁଡ଼ାଖଣ୍ଡି,୨୬/୯/୨୩: ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ସିହଳା ଗ୍ରାମ ପଞ୍ଚାୟତର ଜୁଗୁଡି ଗ୍ରାମରେ ପ୍ରତି ବର୍ଷ ଭଳି ଏହି ବର୍ଷ ମଧ୍ୟ ଧୁମଧାମରେ ପାଳନ ହୋଇଯାଇଛି ଗଣେଶ ପୂଜା ଉତ୍ସବ ପାଳନ।ଜୁଗୁଡି ଗ୍ରାମର ଚତୁର୍ଦିଗରେ ରହିଥିବା ବିଭିନ୍ନ ସାହିରେ ପ୍ରଭୁ ଗଣେଶଙ୍କ ମେଢ଼ ବେଶ ଆକର୍ଷଣୀୟ ହୋଇଥିବା ଦେଖିବାକୁ ମିଳିଛି। ଗଣେଶ ପୂଜା ଆସିଲେ ଗ୍ରାମର ଯୁବକ ସଙ୍ଘ ଓ ଛାତ୍ର ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଉଥିବା ବେଳେ ବେଶ ଉତ୍ଚାହିତ ହୋଇପଡିଛନ୍ତି ଗ୍ରାମବାସୀ।ଏହି ପୂଜା ଉତ୍ସବ ଅବସରରେ ସାନଖେମୁଣ୍ଡି ବିଧାୟକ ତଥା ଗଞ୍ଜାମ ଜିଲ୍ଲା କଂଗ୍ରେସ ବିଧାୟକ ରମେଶ ଚନ୍ଦ୍ର ଜେନା ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ। ଯୋଗ ଦେବାକୁ ଆସିଥିବା ମୁଖ୍ୟ ଅତିଥିଙ୍କୁ ଗ୍ରାମବାସୀ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହ ଏକ ବିରାଟ ପଟୁଆରରେ ପୂଜା ମଣ୍ଡପ ନିକଟକୁ ପାଛୋଟି ନେଇଥିଲେ।ପୂଜାର୍ଚ୍ଚନା ପରେ ଗ୍ରାମବାସୀଙ୍କ ସହ ମିଶି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ।ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ରୂପେ ଦିଗପହଣ୍ଡି ଏନଏସି ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ପଣ୍ଡା,ଗଞ୍ଜାମ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ବିକାଶ ପଶୁପାଳକ,ଦିଗପହଣ୍ଡି ଏନଏସି ଉପାଧ୍ୟକ୍ଷା ପ୍ରତିନିଧି କାପଲ କୁନା,ସ୍ଥାନୀୟ ସରପଞ୍ଚ ଗୌରୀ ଗୌଡ଼,ସମାଜସେବୀ ପ୍ରତାପ ପାଢ଼ୀ,ପୂର୍ବତନ ସମିତି ସଭ୍ୟ ହେମନ୍ତ ସାହୁ,କାଳିଆ ଦାସ,ଯୁବ ନେତା ବାବୁ ଗୌଡ଼ଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଶତାଧିକ ଗ୍ରାମବାସୀ ଓ ଯୁବକ ଗୋଷ୍ଟି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here