ଗଞ୍ଜାମ ଜିଲ୍ଲା ରେ ବିଶ୍ବ ପର୍ଯ୍ୟଟନ ଦିବସ ପାଳିତ

0
142

ବ୍ରହ୍ମପୁର,୨୭/୦୯/୨୦୨୩:ଆଜି ବିଶ୍ବ ପର୍ଯ୍ୟଟନ ଦିବସ ଗଞ୍ଜାମ ଜିଲ୍ଲା ରେ ପାଳିତ ହୋଇଛି । ଏହି ଉପଲକ୍ଷେ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ, ବ୍ରହ୍ମପୁର ଦ୍ବାରା ବକ୍ତୃତା ପ୍ରତିଯୋଗୀତା ର ଆୟୋଜନ କରଯାଇଥିଲା । ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କୁ ନେଇ ଭି ଭି ଗିରି ବାଳିକା ସ୍କୁଲ ରେ ପ୍ରତିଯୋଗୀତା
ଅନୁଷ୍ଠିତ ହୋଇଥୁଲା। ସ୍କୁଲ ସ୍ତରୀୟ ପ୍ରତିଯୋଗୀତା ରେ ମୋଟ ୪୮ ଓ କଲେଜ ସ୍ତରରେ ମୋଟ ୨୫ ଜଣ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ । ସ୍କୁଲ ସ୍ତରୀୟ ପ୍ରତିଯୋଗୀତା ରେ ସରକାରୀ ଉଚ୍ଚ
ବିଦ୍ୟାଳୟ ମେଡିକାଲ କ୍ୟାମ୍ପସ ବ୍ରହ୍ମପୁର ର ଶ୍ରୀ ଚନ୍ଦ୍ରଶେଖର ବେହେରା ପ୍ରଥମ ସ୍ଥାନ, ଶ୍ରୀ ରବି ଶଙ୍କର ପାଢୀ ଦ୍ବିତୀୟ ସ୍ଥାନ ଓ ଶ୍ରୀ ଦେବାଶିଷ ବେହେରା ତୃତୀୟ ସ୍ଥାନ ହାସଲ କରିଛନ୍ତି । ସେହିଭଳି କଲେଜ ସ୍ତର ରେ ଖଲ୍ଲିକୋଟ ୟୁନିଟାରୀ ଇଉନିଭର୍ସିଟିର ଶ୍ରୀ ସି ଏଚ ସାଗର ପାତ୍ର ପ୍ରଥମ ସ୍ଥାନ, ରୋଲାଣ୍ଡ ଇନ୍ସଟିଟିଉଟ ଓଫ ଫାର୍ମାସିଟିକ୍ୟାଲ ସାଇନ୍ସ କଲେଜ ର ଶ୍ରୀ ରଶ୍ମି ରଞ୍ଜନ ସାହୁ ଦ୍ୱିତୀୟ ସ୍ଥାନ ଓ ଯୁଗ୍ମ ଭାବରେ ଆଙ୍ଗନ ବଳ ଓ ପ୍ରଣବ କୁଇଲା ତୃତୀୟ ସ୍ଥାନ ଅସ୍ଵୀକାର କରିଛନ୍ତି । ଏଥ୍‌ସହିତ ସମସ୍ତ କୃତି ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ତରଫରୁ ଆର୍ଥିକ ପୁରସ୍କାର ସହିତ ମାନପତ୍ର ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ଶ୍ରୀ ବିନୋଦ କୁମାର ବେହେରା, ଓ ଏ ଏସ, ଡେପୁଟି କମିଶନର, ବିଇଏମସି, ବ୍ରହ୍ମପୁର ତଥା ଭରପ୍ରାପ୍ତ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଙ୍କ ଉପସ୍ଥିତିରେ ଡଃ ରତିକାନ୍ତ ପଟ୍ଟନାୟକ, ପ୍ରାକ୍ତନ ସହକାରୀ ନିର୍ଦେଶକ, ପର୍ଯ୍ୟଟନ ବିଭାଗ ସମ୍ମାନୀୟ ଅତିଥି ଭାବରେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ସନାତନ ନାୟକ ଓ ଶ୍ରୀ ସୁରେନ୍ଦ୍ର ଲିମା, ପ୍ରାକ୍ତନ ସହକାରୀ ନିର୍ଦେଶକ, ପର୍ଯ୍ୟଟନ ବିଭାଗ ଓ ଶ୍ରୀମତୀ ଚାନ୍ଦିନୀ ପଣ୍ଡା, ପ୍ରଧାନ ଶିକ୍ଷୟତ୍ରୀ, ଭି ଭି ଗିରି ବାଳିକା ପ୍ରଶିକ୍ଷଣ ବିଦ୍ୟାଳୟ, ବ୍ରହ୍ମପୁର ଆମନ୍ତ୍ରିତ ଅତିଥ୍ ଭାବରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ କୁ ପର୍ଯ୍ୟଟନ କାର୍ଯ୍ୟାଳୟ ର ଅନ୍ୟାନ୍ୟ କର୍ମଚାରୀ ସହ ସୁଶ୍ରୀ ତନୁଜା ଦାସ ପରିଚାଳନା କରିଥିଲେ ଓ ଶ୍ରୀ ପ୍ଳାବନ ବଳବନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here