ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଆସ୍କା ଭେଟନଇ ଠାରେ “କୃଷ୍ଣସାର ମୃଗ ସଂରକ୍ଷଣ ଉତ୍ସବ’ ଆୟୋଜନ

0
148

ଗୋପାଳପୁର,୨୮/୦୯/୨୦୨୩: ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍‌ଏଫ୍‌) ପକ୍ଷରୁ ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଆସ୍କାର ଭେତନଇ ଗ୍ରାମରେ ଏକ “କୃଷ୍ଣସାର ମୃଗ ସଂରକ୍ଷଣ ଉତ୍ସବ’ ଆୟୋଜନ କରାଯାଇଛି । ଏହି ଉତ୍ସବର ଉଦ୍ଦେଶ୍ୟ ଥିଲା ଏହି ଅଂଚଳରେ ସ୍ୱତନ୍ତ୍ର ଭାବେ ଦେଖାଯାଉଥିବା କୃଷ୍ଣସାର ମୃଗର ସଂରକ୍ଷଣକୁ ବଢ଼ାଇବା ଏବଂ ଯୁବପିଢ଼ିଙ୍କୁ ସେହି ବିଷୟରେ ସଚେତନ କରିବା । କୃଷ୍ଣସାର ମୃଗ ପାଇଁ ଦାୟିତ୍ୱ ଓ କରୁଣା ଜାଗ୍ରତ କରିବା ଏବଂ ସ୍କୁଲ ପିଲାଙ୍କ ମଧ୍ୟରେ ଏକ ପରିବେଶ ସୃଷ୍ଟି କରିବା ହେଉଛି ଏହି ମହାନ ଉଦ୍ୟମର ଲକ୍ଷ୍ୟ ରହିଛି ।

ଟିଏସ୍‌ଏଫ୍‌ର ଏହି କାର୍ଯ୍ୟକ୍ରମରେ ଆସ୍କାର ବ୍ଲକ୍ ଶିକ୍ଷା ଅଧିକାରୀ (ବିଡିଓ) ମୁନୁ ରାଣୀ ମହାନ୍ତି, ଆସ୍କା ବନଖଣ୍ଡର ଜଙ୍ଗଲ ଅଧିକାରୀ (ଫରେଷ୍ଟର) ଭଗବାନ ବିଶୋୟୀ, ଭେତନଇ ସରପଞ୍ଚ ନମିତା ଜେନା ଓ ଟିଏସ୍‌ଏଫ୍‌ର ଗୋପାଳପୁର ମୁଖ୍ୟ ରକି ମାର୍ଟିନ୍ ଯୋଗ ଦେଇଥିଲେ ।ବିିବିଧ କାର୍ଯ୍ୟକ୍ରମ ସହ ଏହି ଉତ୍ସବ ଏକ ଚମତ୍କାର ଓ ଭାବନିମିୟକାରୀ କାର୍ଯ୍ୟକ୍ରମ ସାବ୍ୟସ୍ତ ହୋଇଥିଲା । ସେଥିରେ ପ୍ରମୁଖ ଥିଲା କଳା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଯେଉଁଥଇରେ ତିନିଟି ସ୍ଥାନୀୟ ସ୍କୁଲର ୧୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ନିଜ କଳାତ୍ମକ ପ୍ରଦର୍ଶନ ପାଇଁ ୧୫ ଜଣ ପ୍ରତିଭାବାନ ଛାତ୍ରଛାତ୍ରୀ ପୁରସ୍କାର ଗ୍ରହଣ କରିଥିଲେ । ଭାବ ବିନିମୟ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ଅନୁଭବ ସମୃଦ୍ଧ ହୋଇଥିଲା ଯେଉଁଥିରେ ସେମାନେ ଜଙ୍ଗଲ କର୍ମଚାରୀ, ସ୍ଥାନୀୟ ଗୋଷ୍ଠୀ ସଦସ୍ୟ ଓ ପିଆରଆଇ ପ୍ରତିନିିଧିଙ୍କ ସହ ଭାବ ବିନିମୟ କରିଥିଲେ । ଏହି ଅଧିବେଶନଗୁଡ଼ିକ କୃଷ୍ଣସାର ମୃଗ ସଂରକ୍ଷଣ ଓ ସେମାନଙ୍କ ପାଇଁ ଏକ ବ୍ୟାପକ ବ୍ୟବସ୍ଥା ବିଷୟରେ ମୂଲ୍ୟବାନ ଜ୍ଞାନ ଓ ଅନ୍ତର୍ଦୃଷ୍ଟି ପ୍ରଦାନ କରିଥିଲା । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସମିତି ସଭ୍ୟ ଏସ୍ ମୋହନ ରାଓ ଦୋରା, ଭୀମସେନ ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁଧାଂଶୁ ଶେଖର ପାଢ଼ୀ, ସରକାରୀ ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ଉମେଶ ନାୟକ ଓ ସରକାରୀ ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ଶିବରାମ ଗୌଡ଼ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here