ଭଞ୍ଜନଗର ଆମ ପୋଲିସ ସମିତିର ୭୯ ତମ ବୈଠକ

0
23

ଭଞ୍ଜନଗର ୨୯/୦୯/୨୦୨୩ : ଗଞ୍ଜାମ ପୋଲିସ ଜିଲ୍ଲା ଭଞ୍ଜନଗର ଆମ ପୋଲିସ ସମିତିର ୭୯ ତମ ବୈଠକ ଆଜି ସନ୍ଧ୍ୟାରେ ଭଞ୍ଜନଗର ପୋଲିସ ଥାନା ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠିତ ଆଜିର ଏହି ବୈଠକରେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧକ୍ଷକ ପ୍ରଫୁଲ୍ଲ କୁମାର ବଡ଼ଜେନା, ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ, ଥାନା ଅଧିକାରୀ ଭଗବାନ ପୂଜାରୀ, ବିଜ୍ଞ୍ୟାପିତ ଅଂଚଳ ପରିଷଦ ଅଧକ୍ଷ ଗୋପବନ୍ଧୁ ମହାପାତ୍ର, କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ କୃତିବାସ ବିଶ୍ୱାଳ, ଆମ ପୋଲିସ ସମିତିର ବୟୋଜ୍ୟେଷ୍ଠ ସଦସ୍ୟ ଅନ୍ତର୍ଯ୍ୟାମୀ ତ୍ରିପାଠୀ, ଶିକ୍ଷକ ଜଗବନ୍ଧୁ ଜେନା, ସନ୍ତୋଷ ଜେନା, ଅନୁପମ ବାନାର୍ଜୀ, ରାଜକୁମାର ସାହୁ, ସୁଶାନ୍ତ ମହାପାତ୍ର, ମୃତଞ୍ଜୟ ସୁବୁଦ୍ଧି, ଗିତା ସୁବୁଦ୍ଧି, ବିଷ୍ନୁପ୍ରିୟା ସେନାପତି, ଜଗଦିଶ ପାଣିଗ୍ରାହୀ, ସମାଜ ସେଵୀ ଶୁଳପାଣି ଶତପଥୀ, ସବ ଇନସ୍ପେକଟର କେଶବ ଷଡ଼ଙ୍ଗୀ, ମୋହନ କହଁର, ଦେବାଶିଷ ସାହୁ ଏଏସଆଇ ସୁରେଶ କୁମାର ସେନାପତି, ହରଷି ଜେନା, ପ୍ରମୁଖ ଉପସ୍ଥିତ ଥିଲେ, ଏହି ବୈଠକରେ ଆଗାମୀ ମା ଜଗତ ଜନନୀ ଦୁର୍ଗା ମାତାଙ୍କ ପୂଜାରେ ଜନଗହଳି ନିୟନ୍ତ୍ରଣ ସହ ଗୁଣି ଗାରେଡି ଭଳି ଅନ୍ଧବିଶ୍ୱାସରୁ ଦୂରରେ ରହିବା ଏବଂ ସାଇବର କ୍ରାଇମ ଉପରେ ସଚେତନ ରହିବାକୁ ପରାମର୍ଶ ଆଲୋଚନା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here