ଗାନ୍ଧୀ ଜୟନ୍ତୀରୁ ସାନଖେମୁଣ୍ଡି ବିଜେଡିର ପଦଯାତ୍ରା ପ୍ରସ୍ତୁତି ବୈଠକ

0
191

ବ୍ରହ୍ମପୁର , ୩୦/୦୯/୨୦୨୩ : ରାଜ୍ୟ ବିଜେଡି ପକ୍ଷରୁ ପ୍ରତିବର୍ଷ ଅକ୍ଟୋବର ୨ ପବିତ୍ର ଗାନ୍ଧୀ ଜୟନ୍ତୀରୁ ନଭେମ୍ବର ୧୧ ଜୟ ପ୍ରକାଶ ଜୟନ୍ତୀ ପର୍ଯ୍ୟତ ମାସାଧିକ ବ୍ୟାପି ପାଳିତ ହେଉଥିବା ବିଜେଡିର ସଚେତନତା ପଦଯାତ୍ରା ପାଇଁ ଚଳିତ ବର୍ଷର ପ୍ରସ୍ତୁତି ବୈଠକ ଆଜି ଶନିବାର ସନ୍ଧ୍ୟାରେ ସାନଖେମୁଣ୍ଡି ବ୍ଲକ ପାଟପୁର ସ୍ଥିତ ପୂର୍ତ୍ତ ଡାକ ବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଅଛି । ସାନଖେମୁଣ୍ଡି ବିଜେଡିର ଦଳୀୟ ସଂଗଠକ , ନିର୍ବାଚିତ ଦଳୀୟ ଜନପ୍ରତିନିଧି ଏବଂ ତୃଣମୂଳ ସ୍ତରୀୟ ବିଜେଡି ଅନୁଗାମୀଙ୍କ ସମାବେଶରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ସାନଖେମୁଣ୍ଡିର ବିଜେଡି ମଙ୍ଗୁଆଳ ପ୍ରାକ୍ତନ ବିଧାୟିକା ତଥା ରାଜ୍ୟ ବିଜେଡି ମହିଳା ସଂଗଠନ ଉପଦେଷ୍ଟା ଶ୍ରୀମତୀ ନନ୍ଦିନୀ ଦେବୀ ଯୋଗଦେଇ ଏକ ମାସ ବ୍ୟାପି ଆୟୋଜିତ ହେବାକୁ ଥିବା ଏହି ଦଳୀୟ ସଚେତନତା କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସଂଗଠକ ଏବଂ ପଞ୍ଚାୟତ ଜନ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ । ବ୍ଲାକ ଅଧ୍ୟକ୍ଷ ସିମାଞ୍ଚକ ପାତ୍ର , ବରିଷ୍ଟ ବ୍ୟକ୍ତିତ୍ୱ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ , ଜିଲ୍ଲା ପରିଷଦ ସଭ୍ୟ ଅମିନ ପ୍ରଧାନ , ବିଜୟ କୁମାର ପ୍ରଧାନ , ପ୍ରତିନିଧି ରାଜୀବ ପାତ୍ରଙ୍କ ସହ ବ୍ଲକ ଯୁବ ବିଜେଡି ସଭାପତି ତଥା ପୋଡ଼ାମାରୀ ସରପଂଚ ସନ୍ତୋଷ କୁମାର ବିଷୋୟୀ , ଚନ୍ଦ୍ରଧ୍ଵଜ ସିଂ , ସଞ୍ଜୟ ରାଉତ , ଓମ୍ ପ୍ରସାଦ ସାହୁ ପ୍ରମୁଖ ବୈଠକରେ ଉପସ୍ଥିତ ଆଲୋଚନାରେ ସାନଖେମୁଣ୍ଡି ବ୍ଲକ ବିଜେଡିରେ ଲାଗିରହିଥିବା ସାଂପ୍ରତିକ ସାଙ୍ଗଠନିକ ଅଚଳାବସ୍ଥା ସମ୍ପର୍କରେ ତର୍ଜମା କରିଥିଲେ । ପରନ୍ତୁ ଅସହିଷ୍ଣୁ ମନୋଭାବ ପରିହାର କରି ଯୋଜନାବଦ୍ଧ ଭାବେ ଦଳୀୟ ସଂଗଠନକୁ ମଜବୁତ କରିବାକୁ ଏରେଣ୍ଡାରା ସରପଂଚ ଧୋବା ସ୍ବାଇଁ ମତବ୍ୟକ୍ତ କରିଥିଲେ । ଆୟୋଜିତ ବୈଠକରେ ଗାନ୍ଧୀ ଜୟନ୍ତିରୁ ପାଟପୁର ଗାନ୍ଧିଛକରୁ ଶୁଭାରମ୍ଭ ହେଉଥିବା ଏହି ସଚେତନା ପଦଯାତ୍ରାରେ ପଞ୍ଚାୟତ ସ୍ତରରୁ ବିପୁଳ ଦଳୀୟ ସମାଗମ ନେଇ ଶ୍ରୀମତୀ ନନ୍ଦିନୀ ଦେବୀ କର୍ମୀ ଓ ଜନ ପ୍ରତିନିଧିଙ୍କୁ ଆହ୍ଵାନ ଦେଇଥିଲେ । ବୈଠକରେ ସୁକାନ୍ତ ସେଠି , ଏ କୈଳାସ ପାତ୍ର, ଦେବରାଜ ସେଠି , କାଳୁ ଚାରଣ ଭୂୟାଁ , ବିମଳ ସେଠି , ବାବୁଲା ମଣ୍ଡଳ , ଡାକ ଦୋରା , ବିନୋଦ ପ୍ରଧାନ , ଅଳୟ କୁମାର ଦାସ , ପରି ରେଡ଼ି , ଲକ୍ଷ୍ମୀ ପ୍ରଧାନ , ମାଧବ ଦୋରା , ଜଗିଲି ସେଠି , ପ୍ରଦୀପ ପ୍ରଧାନ ,ଚୂଡାମଣି ସ୍ବାଇଁ ପ୍ରମୁଖ ବୈଠକ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here