କ୍ରୀଡା ମାଧ୍ୟମରେ କିଶୋରୀ ସଶକ୍ତିକରଣର ପ୍ରୟାସ

0
93

ଛତ୍ରପୁର,୩୦/୦୯/୨୦୨୩: ଜିଲ୍ଲା ପ୍ରଶାସନ ଗଞ୍ଜାମ, ୟୁନିସେଫ, ଆକ୍ସନଏଡ଼ ର ମିଳିତ ଆନୁକୁଲ୍ଯରେ କ୍ରୀଡା ମାଧ୍ୟମରେ କିଶୋରୀ ମାନଙ୍କୁ ସଶକ୍ତିକରଣ କରିବା ନିମନ୍ତେ ସ୍ଥାନୀୟ ଛତ୍ରପୁର ସ୍ଥିତ ଅନସ୍ଲୋ ମିନି ଷ୍ଟାଡିୟମ ଠାରେ ଜିଲ୍ଲାର ଚାରୋଟି ବ୍ଲକ ତଥା ଛତ୍ରପୁର, ଗଞ୍ଜାମ, ରଙ୍ଗେଇଲୁଣ୍ଡା ଏବଂ କୁକୁଡାଖଣ୍ଡି ବ୍ଲକ ର କିଶୋରୀ ବାଳିକା ମାନଙ୍କୁ ନେଇ ଏକ ଅଣପ।ରମ୍ପରିକ କ୍ରୀଡାର ଆୟୋଜନ କରଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସଙ୍କ ଦ୍ଵାରା ଏହି ଅଣପ।ରମ୍ପରିକ କ୍ରୀଡାର ଉଦଘାଟନ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ଅ।ଦ୍ଵିକ।ର ସଖୀ ସହେଲି ମାନଙ୍କ ସହିତ ଛତ୍ରପୁର ବ୍ଲକ ର ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀର ମହିଳା ମାନେ ମଧ୍ୟ ଭାଗ ନେଇଥିଲେ। କାର୍ଯ୍ୟକ୍ରମକୁ ଉଦଘାଟନ କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଖେସ ନିଜର ବକ୍ତବ୍ୟରେ ସମାଜରେ ପୁରୁଷ ଓ ମହିଳା ମାନଙ୍କ ମଧ୍ୟରେ ଥିବା ବିଭେଦତାର ସମାନତା ର ବାର୍ତ୍ତା ଏହି କ୍ରୀଡା ମାଧ୍ୟମରେ ସମାଜକୁ ଯାଉଥିବାର ସୂଚନା ଦେଇଥିଲେ । ପରିବାର, ସମାଜ ତଥା ବିଭିନ୍ନ ସ୍ତରରେ କିଶୋରୀ ମାନଙ୍କ ପ୍ରତି ଥିବା ବୈଷମ୍ୟତାକୁ ସମାନତାରେ ପରିଣତ କରିବା ପାଇଁ ଖେଳ ଏକ ଉତ୍ତମ ମାଧ୍ୟମ ବୋଲି ସେ ମତବ୍ୟକ୍ତ କରିଥିଲେ । ଖେଳର ମୁଖ୍ୟ ଉଦ୍ଦେଶ୍ୟ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିବା ଆକ୍ସନଏଡ ର ଜିଲ୍ଲା ସଂଯୋଜକ ଦେବବ୍ରତ ମାହୁନ୍ତ କହିଥିଲେ ଯେ, ଖେଳ ମାଧ୍ୟମରେ ଶିଶୁ ସୁରକ୍ଷା, ଶିଶୁ ଶ୍ରମିକ ଉଚ୍ଛେଦ, ବାଲ୍ୟବିବାହ ନିରାକରଣ ଓ କିଶୋରୀ ସଶକ୍ତିକରଣର ବାର୍ତ୍ତା ନେଇ ଏହି ଅଣପ।ରମ୍ପରିକ କ୍ରୀଡା ଜିଲ୍ଲାର ପ୍ରଥମ ଥର ପାଇଁ ଅନୁଷ୍ଠିତ ହେଇଛି ।
ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ସୁରକ୍ଷା ଅଧିକାରୀ ଶରତ ଚନ୍ଦ୍ର ମହାରଣା ପୁରସ୍କାର ବିତରଣ ସଭାକୁ ପରିଚାଳନା କରି ମତବ୍ୟକ୍ତ କରିଥିଲେଯେ, ବାଳକ ମାନଙ୍କ ଠାରୁ ବାଳିକା ମାନେ କୈଣସି ଗୁଣରେ ପଛରେ ନଥିବା ବିଷୟ ଉପରେ ଆଲୋକପାତ କରିବା ସହିତ ପୂର୍ବରୁ ପୁରୁଷ ମାନେ ଯେଉଁ ସବୁ କ୍ଷେତ୍ରରେ ସୁନାମ ଅର୍ଜନ କରିଥିଲେ ଆଜି ମହିଳା ମାନେ ସେସବୁ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରତିପାଦନ କରୁଛନ୍ତି । ବୈଠକର ପରିଶେଷରେ ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ ସଙ୍ଗୀତା ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇ ମତବ୍ୟକ୍ତ କରିଥିଲେଯେ ପୁଅ ମାନଙ୍କ ସମତୁଲ ବିଜୟୀ କିଶୋରୀ ମାନେ ସେମାନଙ୍କର ପରାକାଷ୍ଠା ପ୍ରଦର୍ଶିତ କରିବା ସହିତ ଲିଙ୍ଗୀୟ ସମାନତାର ବାର୍ତ୍ତା ଏହି ଖେଳ ମାଧ୍ୟମରେ ଜନସମାଜକୁ ଦେଇଛନ୍ତି । ଏହିଭଳି ଖେଳକୁଦର କାର୍ଯ୍ୟକ୍ରମ ଜିଲ୍ଲାର ସମସ୍ତ ଅଙ୍ଗନଓ୍ବାଡି କେନ୍ଦ୍ରରେ ପ୍ରତ୍ୟେକ ଶନିବାର ଦିନ ବ୍ୟାପକ ଭାବେ ଆୟୋଜନ କରାଯିବାର ଯୋଜନା ଅଛି ବୋଲି ସେ ମତବ୍ୟକ୍ତ କରିଥିଲେ ।
ଏହି କାର୍ଯ୍ୟକ୍ରମର ଅନ୍ୟତମ ଅତିଥି ଭାବରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କଲ୍ୟାଣୀ ଦାଶ, ବ୍ରହ୍ମପୁର-୨ ସମନ୍ବୀତ ଶିଶୁ ବିକାଶ ପ୍ରକଳ୍ପର ସିଡିପିଓ କଳ୍ପନା ପାଢୀ, ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ସହକାରୀ ଶ୍ରମ ଅଧିକାରୀ ରଶ୍ମିରେଖା ପଣ୍ଡା, ଓ୍ବାଇ.ଏସ୍.ଡି.ପ୍ରକଳ୍ପ ସଂଯୋଜକ ନରେନ୍ଦ୍ର ସାହୁ, ଓ୍ବାନ ଷ୍ଟପ୍ ସେଣ୍ଟର, ଓ୍ବାଇ ଏସ୍ ଡି ର ସମସ୍ତ କର୍ମକର୍ତ୍ତା, ଜିଲ୍ଲାର ସମସ୍ତ ଶିଶୁ ବିକାଶ ପ୍ରକଳ୍ପର ମହିଳା ସୁପରଭାଇଜର ଓ ଅଙ୍ଗନଓ୍ବାଡି କର୍ମୀ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଏହି କ୍ରୀଡା କାର୍ଯ୍ୟକ୍ରମକୁ ଛତ୍ରପୁର ବ୍ଲକ୍ ର ଚାରିଜଣ କ୍ରୀଡା ଶିକ୍ଷକ କ୍ରୀଡା ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here