ବେଲଗୁଣ୍ଠା ପ୍ରକଳ୍ପ ସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସ କାର୍ଯ୍ୟକ୍ରମ

0
167

ବେଲଗୁଣ୍ଠା, ୩୦/୦୯,(ଆନିସ) : ବେଲଗୁଣ୍ଠା ବ୍ଳକ୍ ରାଜୀବଗାନ୍ଧୀ ସେବା କେନ୍ଦ୍ର ଠାରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ବେଲଗୁଣ୍ଠା ସମନ୍ୱିତ ଶିଶୁ ବିକାଶ ସେବା ପ୍ରକଳ୍ପ ସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଅନୁଷ୍ଠିତଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍, ଜିଲ୍ଳା ସମାଜ ମଙ୍ଗଳ ଅଧିକାରିଣୀ ଅବିଦା ପରବିନ୍ ପ୍ରମୁଖ ଯୋଗଦେଇ ପୋଷଣ ମାସ କାର୍ଯ୍ୟକ୍ରମକୁ ନେଇ ହଜାରେ ଦିନର ପୁଷ୍ଟିକର ଖାଦ୍ୟ, ଅନ୍ନ ପ୍ରାସନ୍ନ, ଗର୍ଭବତୀ ଓ ପ୍ରସୂତିଙ୍କୁ ତୃଣମୂଳ ସ୍ତରରେ ସଚେତନ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରିବା ସହିତ ଏହାଦ୍ୱାରା ପ୍ରତ୍ଯେକ କିଶୋରୀ, ଗର୍ଭବତୀ, ପ୍ରସୂତୀ ଏବଂ ଜନ୍ମରୁ ଛଅ ବର୍ଷ ଶିଶୁଙ୍କୁ କୁପୋଷଣରୁ ସୁପୋଷଣକୁ ନେଇ ସୁସ୍ଥ ସମାଜ ଗଠନ ଦିଗରେ ମତବ୍ୟକ୍ତ କରିଥିଲେ I କାର୍ଯ୍ୟକ୍ରମକୁ ସମନ୍ୱିତ ଶିଶୁ ବିକାଶ ଅଧିକାରିଣୀ ବିଶ୍ୱପ୍ରିୟ ସେଠୀ ସଂଯୋଜନା କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ବେଲଗୁଣ୍ଠା ନଗରପାଳ ଫିରୋଜ ସେଠୀ, ଭଞ୍ଜନଗର ଉପଖଣ୍ଡ ଅଧୀନସ୍ଥ ଶେରଗଡ଼, ସୋରଡ଼ା, ଜଗନ୍ନାଥପ୍ରସାଦ, ଆସିକା ଏବଂ ଧରାକୋଟ ବ୍ଳକ୍ର ସମନ୍ୱିତ ଶିଶୁ ବିକାଶ ଅଧିକାରିଣୀ, ବାଲ୍ୟ ବିବାହ ଜିଲ୍ଳା ସଂଯୋଜକ ବେବବ୍ରତ ମହନ୍ତ, ଜିଲ୍ଳା ପୋଷଣ ସଂଯୋଜକ ଅମିତ୍ ତ୍ରିପାଠିଙ୍କ ସମେତ ଆଠଗୋଟି ବ୍ଳକ୍ର ପୋଷଣ ସଂଯୋଜକ, ଅଞ୍ଚଳ ପରିଦର୍ଶିକ , ବ୍ଳକର ଆଶାକର୍ମୀ, ଅଙ୍ଗନୱାଡ଼ି କର୍ମୀ ଏବଂ ବହୁ ଶିଶୁ, କିଶୋରୀ ଏବଂ ଗର୍ଭବତୀ ମାଆ ଉପସ୍ଥିତ ରହିଥିଲେ I

ଫଟୋ

LEAVE A REPLY

Please enter your comment!
Please enter your name here