ଆଇଜର ବ୍ରହ୍ମପୁର ଶିକ୍ଷା ଅନୁଷ୍ଠାନ ତରଫରୁ ସ୍ଵଚ୍ଛତା କାର୍ଯ୍ୟକର୍ମ ।

0
175

ବ୍ରହ୍ମପୁର,୦୧/୧୦/୨୦୨୩ :ଭାରତ ସରକାରଙ୍କ ଆହ୍ବାନ କ୍ରମେ ଆଜି ଜାତୀୟ ବିଜ୍ଞାନ ଅନୁଷ୍ଠାନ ଆଇଜର ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭାରତୀୟ ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ କେନ୍ଦ୍ର, ବ୍ରହ୍ମପୁରର ସ୍ଥାୟୀ କ୍ୟାମ୍ପସ ନିକଟରେ ଥିବା ଲାଉଡିଗାମ ପଞ୍ଚାୟତ ଅନ୍ତର୍ଗତ ଗାରମପେଟା ଗ୍ରାମରେ ସ୍ୱଚ୍ଛତା ପରିବେଶ ନିମନ୍ତେ ଶିକ୍ଷାନୁଷ୍ଠାନର ବହୁ ଛାତ୍ରଛାତ୍ରୀ ଏବଂ କର୍ମକର୍ତ୍ତା ମିଳିତ ଭାବେ ସଫେଇ କାର୍ଯ୍ୟ କରିଥିଲେ।ଏଥିରେ ଛାତ୍ରଛାତ୍ରୀ, ଶିକ୍ଷକ, ଅଧିକାରୀ ଏବଂ ଅନୁଷ୍ଠାନର ସମସ୍ତ କର୍ମଚାରୀ ଗରାମପେଟା ଗାଁକୁ ସଫା କରିଥିଲେ। ଶିକ୍ଷାନୁଷ୍ଠାନର ସଦସ୍ୟ ଙ୍କୁ ସଫେଇ କରିବା ଦେଖି ଗ୍ରାମବାସୀ ମାନେ ପ୍ରୋତ୍ସାହିତ ହୋଇ ଗାଁ ସଫେଇ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଏହା ପରେ ଶିକ୍ଷାନୁଷ୍ଠାନ ତରଫରୁ ଗ୍ରାମବାସୀଙ୍କ ମଧ୍ୟରେ ସ୍ୱଚ୍ଛତା ଏବଂ ଏହାର ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରାଯାଇଥିଲା।
ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମ ରେ କୁଳସଚିବ ତଥା ରେଜିଷ୍ଟ୍ରାର ଶ୍ରୀ ପ୍ରଦୀପ କୁମାର ରାୟ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶ୍ରୀ ସଞ୍ଜୟ ମାଝି, ସହକାରୀ ରେଜିଷ୍ଟ୍ରାର ଶ୍ରୀ କୋରଡା ମଞ୍ଜୁନାଥ ଏବଂ ଶ୍ରୀ ଧର୍ମେନ୍ଦ୍ର କୁମାର ସାହୁଙ୍କ ସମେତ ବହୁ କର୍ମଚାରୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here