ପୋଲସରା ୧/୧୦/୨୩ ଗଞ୍ଜାମ ଜିଲ୍ଲାର ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ଅକ୍ଟୋବର ୧ ତାରିଖ ଦିନ ସ୍ୱଚ୍ଛତା ଓ ଶ୍ରମଦାନ ଦିବସ ପାଳିତ ହୋଇଯାଇଛି। କଲେଜ ପ୍ରିନ୍ସପାଲ ବନମାଳୀ ବେହେରାଙ୍କ ପ୍ରୋତ୍ସାହନ ରେ ଜାତୀୟ ସେବା ଯୋଜନା (ଏନଏସଏସ)ର ୩ ଟି ୟୁନିଟ ଓ ସମର ଶିକ୍ଷାର୍ଥୀ ବାହିନୀ (ଏନସିସି) ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀ ଓ କ୍ୟାଡଟ ବୃନ୍ଦ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଶ୍ରମଦାନ କରିଥିଲେ। କାର୍ଯ୍ୟକ୍ରମରେ ଅତିଥିଭାବେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟ ର ପ୍ରାଧ୍ୟାପକ ଅଶ୍ବିନୀ କୁମାର ପଟ୍ଟନାୟକ ଓ ପୋଲସରା ମହାବିଦ୍ୟାଳୟ ର ପ୍ରାଧ୍ୟାପକ ବାଲ ରାଜୁ ପାତ୍ର ଯୋଗଦେଇଥିଲେ। ଏନଏସଏସ(ପୁରୁଷ)( ମହିଳା) ଓ (ଉଭୟ) ୩ଟି ୟୁନିଟର ପ୍ରଗ୍ରାମ ଅଫିସର ପ୍ରକାଶ ଚନ୍ଦ୍ର ସାହୁ, ବସନ୍ତ କୁମାର ପାଣି ଓ ସେକ୍ ଫରିଦ୍ ଏବଂ ଏନସିସି ଲେଫନାଣ୍ଟ ବିନତା କୁମାରୀ ଦାଶଙ୍କ ତତ୍ତ୍ୱାବଧାନରେ ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀ ବୃନ୍ଦ ଶ୍ରମଦାନ କରି କଲେଜର ପରିସର ସଫା କରିବା ସହ ରାସ୍ତା ସଫା କରିଥିଲେ। ଏହାଦ୍ୱାରା ପରିବେଶ ସ୍ୱଚ୍ଛତା ରହିବା ସହ ଜନସଚେତନତା ସୃଷ୍ଟି ହୋଇପାରିଥିଲା।