ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ୪ଦଫା ଦାବି ନେଇ ଧାରଣା

0
31

ବ୍ରହ୍ମପୁର,୦୩/୧୦/୨୦୨୩:ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଅବସରପ୍ରାପ୍ତ କର୍ମଚାରୀ ସଂଘ, ବ୍ରହ୍ମପୁର ତରଫରୁ ସ୍ଥାନୀୟ ସୁବାରାଓ ଛକ ସ୍ଥିତ ଉତ୍କଳ ଗ୍ରାମୀଣ ବ୍ୟାଙ୍କ, ଆଂଚଳିକ କାର୍ଯ୍ୟାଳୟ ଠାରେ କ୍ରମାଗତ ଧାରଣା କାର୍ଯ୍ୟକ୍ରମ ଦିଆଯାଇଛି।
ଅବସର ପ୍ରାପ୍ତ କର୍ମଚାରୀଙ୍କ ଚାରିଦଫା ଦାବୀ ହାସଲ କରିବା ପାଇଁ ଏହି ଧାରଣା ଦିଆଯାଇଅଛି ।ଦାବୀ ଗୁଡିକ ମଧ୍ୟରେ ବ୍ୟାଙ୍କ ଶିଳ୍ପରେ ପ୍ରଦାନ କରାଯାଇଥିବା କମ୍ପୁଟର ଇକ୍ୱିମେଣ୍ଟକୁ ଦଶମ ଓ ଏକାଦଶ ଦ୍ଵିପାକ୍ଷିକ ରାଜିନାମା ଅନୁଯାୟୀ ସଂଶୋଧନ କରିଯିବା, ୨୦୨୨ ଫେବୃୟାରୀ ପରଠାରୁ ଅବସର ଗ୍ରହଣ କରିଥିବା କର୍ମଚାରୀଙ୍କୁ
ଭବିଷ୍ୟନିଧ୍ୟ ପାଣ୍ଠି ପ୍ରଦାନ କରିବା, ଇ.ପି.ଏଫ୍.ଓ. ପେନ୍‌ସନ୍ ଅନୁଯାୟୀ ପ୍ରଦାନ କରାଯାଉଥିବା ପେନ୍‌ସନ୍ ଫେବୃୟାରୀ ୨୦୨୩ ଠାରୁ ଜୁନ୍ ୨୦୨୩ ର ବକେୟା ପ୍ରଦାନ କରିଯିବା ଏବଂ ସମସ୍ତ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପେନ୍‌ସନ୍ ସ୍କ୍ରିପ୍ ପ୍ରଦାନ କରିବା ନେଇ ଉଲ୍ଲେଖ କରାଯାଇଛି ।ଉପରୋକ୍ତ ଦାବୀ ଗୁଡିକ ଯଥାଶିଘ୍ର ପୁରଣ କରିବା ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।ଏହି ଧାରଣା କାର୍ଯ୍ୟକ୍ରମରେ ସଂଘର ୩୦ରୁ ଅଧିକ ଜଣ ସଭ୍ୟ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରେ ସଂଘର ସଭାପତି ଶ୍ରୀ ପ୍ରମୋଦ ଚନ୍ଦ୍ର ପାଟ୍ଟଯୋଷି,ଉପସଭାପତି ଶ୍ରୀ ହରିହର ମହାରଣା ଓ ଶ୍ରୀ ଦିଗାମ୍ବର ପଣ୍ଡା, ସାଧାରଣ ସମ୍ପାଦକ ଶ୍ରୀ ମାଧବ କୋଠିଆ, ସଂଗଠନ ସମ୍ପାଦକ ଶ୍ରୀ ଚିନ୍ତାମଣି ସାହୁ, ଯୁଗ୍ମ ସମ୍ପାଦକ ଶ୍ରୀ ସୌମେନ୍ଦ୍ରନାଥ ଦାଶ, କୋଷାଧ୍ୟକ୍ଷ ଶ୍ରୀ ସତ୍ୟନାରାଣ ପାତ୍ର, ଏବଂ ଶ୍ରୀ ମଧୁସୁଦନ ରାଓ, ଶ୍ରୀ ଗୋପାଳକୃଷ୍ଣ ପତି, ଶୁଶ୍ରୀ ଏସ୍. ଉମାଦେବୀ, ଶ୍ରୀମତୀ ଶୋଭା ଦେବୀ, ଶ୍ରୀ ଅମୁଲ୍ୟ ରତ୍ନ ତ୍ରିପାଠୀ, ଶ୍ରୀ ବିଜୟ କୁମାର ସାହୁ, ଶ୍ରୀ ଏସ୍.ରାମା ରାଓ, ଶ୍ରୀ ଦିଲ୍ଲିପ କୁମାର ମହାପାତ୍ର, ଶ୍ରୀ ନିରଞ୍ଜନ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here